ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…
କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ ଆଗରେ ବ୍ଲେଡରେ କାଟି ଦେଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କୁ ପ୍ରଥମେ କାଲିମେଳା ପରେ ମାଲକାନଗିରି ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡ଼ିନାହିଁ। ମୋନିକାଙ୍କ ସମ୍ପର୍କୀୟ ଏ ନେଇ କାଲିମେଳା ଥାନାରେ ଲିଖିତ […] The post ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ… appeared first on Dharitri Odia News.
କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ ଆଗରେ ବ୍ଲେଡରେ କାଟି ଦେଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କୁ ପ୍ରଥମେ କାଲିମେଳା ପରେ ମାଲକାନଗିରି ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡ଼ିନାହିଁ। ମୋନିକାଙ୍କ ସମ୍ପର୍କୀୟ ଏ ନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ପରେ ନଂ.୨୨୩/୨୪ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୋନିକାଙ୍କ ବୟାନ ରେକର୍ଡ ପରେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିବ। ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l
ସୂଚନା ଅନୁଯାୟୀ, ଏମ୍ପିଭି ୨୩ ଗ୍ରାମର ଗଣେଶ ମିସ୍ତ୍ରିଙ୍କ ଝିଅ ମୋନିକାଙ୍କୁ ଏମ୍ଭି ୬୬ ଗ୍ରାମର ମିଲନ ମିର୍ଦ୍ଧାଙ୍କ ପୁଅ ବିଭାସ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ୧୦ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ଅଛନ୍ତି l ବିବାହର କିଛିଦିନ ପରେ ମୋନିକାଙ୍କୁ ସ୍ବାମୀ ଏବଂ ପରିବାର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏଥିସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ପାରିବାରିକ ଅଶାନ୍ତି ଲାଗି ରହିବା ଯୋଗୁ ମୋନିକା ପ୍ରାୟ ବର୍ଷେ ହେଲା ଝିଅକୁ ନେଇ ବାପଘର ଏମ୍ପିଭି ୨୩ ଗ୍ରାମରେ ରହୁଥିଲେ। ବୁଧବାର ସକାଳେ ମୋନିକା ତାଙ୍କ ମା’ ସୁବାସିନୀ ଏବଂ ଝିଅ ସହ ଘରେ ଥିବା ସମୟରେ ବିଭାସ ସେଠାରେ ପହଞ୍ଚି ସ୍ତ୍ରୀ ମୋନିକାଙ୍କ ସହ ଝଗଡ଼ାକରି ମାରିବା ଉଦ୍ଦେଶ୍ୟରେ ଏକ ବ୍ଲେଡରେ ତାଙ୍କ ଗଳା କାଟି ଦେଇଥିଲେ। ପରେ ପରିବାର ଲୋକେ ମୋନିକାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତାଙ୍କର ରକ୍ତସ୍ରାବ ଅଧିକ ହୋଇଥିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି।
The post ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ… appeared first on Dharitri Odia News.