ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା, ଝିଅକୁ ଜୀବନରୁ ମାରିଦେଲା

ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା । ପରକଥା ଶୁଣି ଭୀଷଣ ରାଗିଗଲା ଆଉ ସୈତାନ ସାଜି ନିଜ ଜନ୍ମ କଲା ଝିଅକୁ ଜୀବନରୁ ମାରିଦେଲା । ଝିଅର ଏକମାତ୍ର ଭୁଲ ଥିଲା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା । ଦର୍ଶକବନ୍ଧୁ ଆପଣ କୁହନ୍ତୁ ଏହି କଥାରେ କେହି କଣ କାହାକୁ ଗୁଳିମାରି ହତ୍ୟା କରିପାରେ । ସେ ପୁଣି ନିଜ ଜନ୍ମ କଲା ଝିଅକୁ । ଲୋକେ ଟୁପୁରୁଟାପୁରୁ ହେଲେଣି […] The post ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା, ଝିଅକୁ ଜୀବନରୁ ମାରିଦେଲା appeared first on KNews Odisha.

ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା, ଝିଅକୁ ଜୀବନରୁ ମାରିଦେଲା

ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା । ପରକଥା ଶୁଣି ଭୀଷଣ ରାଗିଗଲା ଆଉ ସୈତାନ ସାଜି ନିଜ ଜନ୍ମ କଲା ଝିଅକୁ ଜୀବନରୁ ମାରିଦେଲା । ଝିଅର ଏକମାତ୍ର ଭୁଲ ଥିଲା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା । ଦର୍ଶକବନ୍ଧୁ ଆପଣ କୁହନ୍ତୁ ଏହି କଥାରେ କେହି କଣ କାହାକୁ ଗୁଳିମାରି ହତ୍ୟା କରିପାରେ । ସେ ପୁଣି ନିଜ ଜନ୍ମ କଲା ଝିଅକୁ । ଲୋକେ ଟୁପୁରୁଟାପୁରୁ ହେଲେଣି ରିଲସ କରୁଥିଲେ ସାବଧାନ ହୋଇଯାଆନ୍ତୁ ।  ନହେଲେ ଯେତେ ଟ୍ୟାଲେଣ୍ଟ ଥିଲେ ବି ଜୀବନ ପଳେଇବ । ଆଉ ନୁହେଁ ତ କଣ ଦର୍ଶକବନ୍ଧୁ ।  ଆପଣ ନିଜ ଆଖିରେ ଦେଖୁଛନ୍ତି ଏ ସୈତାନ ବାପା କଣ କାଣ୍ଡ ଭିଆଇଛି, ଝିଅ ରିଲସ ପୋଷ୍ଟ କରିବାରୁ ଗୁଳି କରି ମାରିଦେଇଛି ।  ଏଭଳି ଛାତିଥରା ଘଟଣା ଘଟିଛି ଗୁରୁଗ୍ରାମସ୍ଥିତ ସେକ୍ଟର-୫୭ ଅଞ୍ଚଳରେ ।

ହରିୟାଣାର ଜାତୀୟ ସ୍ତରୀୟ ଟେନିସ ଖେଳାଳି ୧୫ ବର୍ଷିୟ ରାଧିକ ଯାଦବ । ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଙ୍କ ବାପା । ରାଧିକା ଯାଦବ ଗୁରୁଗ୍ରାମର ସେକ୍ଟର ୫୭ର ଫେଜ୍-୨ରେ ତାଙ୍କ ପରିବାର ସହିତ ରହୁଥିଲେ । ଗତକାଲି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ । ୩ଟି ଗୁଳି ରାଧିକାଙ୍କ ଶରୀରରେ ବାଜିଥିଲା । ରାଧିକାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ରାଧିକାଙ୍କ ବାପା ଦୀପକ ଯାଦବଙ୍କୁ ଗିରଫ କରିଛି । ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ରାଧିକାଙ୍କୁ ତାଙ୍କ ବାପା କାହିଁକି ମାରିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ସେ ଦିଗରେ ତଦନ୍ତ ଚଲାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଧିକାଙ୍କୁ ରିଲ୍‌ସ ନିଶା ଘାରିଥିଲା । ସେ ସବୁବେଳେ ରିଲ୍‌ସ କରି ଇନ୍‌ଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ । ଏହାକୁ ତାଙ୍କ ବାପା ପସନ୍ଦ କରୁ ନଥିଲେ। ଏହା ତାଙ୍କ ପରିବାର ପାଇଁ ଲାଜର କଥା ବୋଲି ସେ କହୁଥିଲେ। ତେଣୁ ଏନେଇ ବାପା ଝିଅ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରୁ ସେ ତାଙ୍କ ଝିଅକୁ ହତ୍ୟା କରିଥିବା କୁହାଯାଉଛି ।

ଏଫଆଇଆରରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଅଭିଯୁକ୍ତ ଦୀପକ ଯାଦବ ନିଜେ ଗୁରୁଗ୍ରାମ ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ଓ କହିଛନ୍ତି ଯେ ଗାଁର ଲୋକମାନେ ତାଙ୍କ ଝିଅର ରୋଜଗାରରେ ଚଳୁଛି ବୋଲି ତାଙ୍କୁ ନାନା କଥା ଦେଉଥିଲେ । ସେମାନେ କହୁଥିଲେ ଯେ ସେ ଝିଅର ରୋଜଗାର ଖାଉଛି । ଏହା ଦୀପକଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା । ସେ କହିଥିଲେ ଯେ ତାଙ୍କ ଝିଅ ରାଧିକା ଜଣେ ଜଣେ ଉତ୍କୃଷ୍ଟ ଟେନିସ୍ ଖେଳାଳି ଥିଲେ, ଯିଏ ଅନେକ ଥର ଜାତୀୟ ସ୍ତରରେ ଟ୍ରଫି ଜିତିଥିଲେ। କିନ୍ତୁ କାନ୍ଧରେ ଆଘାତ ଲାଗିବା ପରେ, ସେ ଖେଳରୁ ଦୂରେଇ ଯାଇଥିଲେ ଏବଂ ନିଜର ଟେନିସ୍ ଏକାଡେମୀ ଖୋଲିଥିଲେ।

ଦୀପକ ଯାଦବ କେବଳ ଏକାଡେମୀ ଉପରେ ନୁହେଁ ବରଂ ରାଧିକାଙ୍କ ସୋସିଆଲ ମିଡିଆରେ ରିଲ୍ ତିଆରି କରିବାର ଅଭ୍ୟାସ ପାଇଁ ମଧ୍ୟ ବିରକ୍ତ ଥିଲେ । ସେ ଅନୁଭବ କରିଥିଲେ ଯେ ଏସବୁ ତାଙ୍କ ପରିବାରର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି । ଯେତେବେଳେ ସେ ରାଧିକାଙ୍କୁ ଏକାଡେମୀ ବନ୍ଦ କରିବାକୁ କହିଲେ, ରାଧିକା ମନା କରିଦେଲେ । ଏହା ପରେ ଦୀପକ ନିରନ୍ତର ମାନସିକ ଚାପରେ ରହିବା ଆରମ୍ଭ କଲେ । ଦୀପକଙ୍କ କହିବା ଅନୁଯାୟୀ ଯେତେବେଳେ ସେ କ୍ଷୀର ଆଣିବା ପାଇଁ ଗାଁ ୱାଜିରାବାଦକୁ ଯାଉଥିଲେ, ଲୋକମାନେ ରାଧିକାଙ୍କ ସୋସିଆଲ ମିଡିଆ ଏବଂ ଏକାଡେମୀ ବିଷୟରେ ତାଙ୍କୁ ସମାଲୋଚନା କରୁଥିଲେ, ଯାହା ତାଙ୍କୁ ମାନସିକ ଆଘାତ ଦେଉଥିଲା ।

ଘଟଣା ଦିନ ସକାଳେ, ଦୀପକ ତାଙ୍କର ଲାଇସେନ୍ସପ୍ରାପ୍ତ .32 ବୋର ରିଭଲଭର ବାହାର କରି ରାଧିକା ରୋଷେଇ ଘରେ ଥିବା ସମୟରେ ତାଙ୍କ ଅଣ୍ଟା ପଛରୁ ତିନୋଟି ଗୁଳି ଚଳାଇଥିଲେ। ସେହି ସମୟରେ ଘରର ପ୍ରଥମ ମହଲାରେ କେବଳ ତିନି ଜଣ ଲୋକ ଉପସ୍ଥିତ ଥିଲେ – ଦୀପକ ଯାଦବ, ତାଙ୍କ ସ୍ତ୍ରୀ ମଞ୍ଜୁ ଯାଦବ ଏବଂ ଝିଅ ରାଧିକା।

ପୋଲିସ ଅପରାଧସ୍ଥଳରୁ ରିଭଲଭର, ରକ୍ତ ନମୁନା ଏବଂ ସ୍ୱାବ୍ ଜବତ କରିଛି ଏବଂ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞଙ୍କ ଏକ ଦଳକୁ ଘଟଣାସ୍ଥଳକୁ ଡକାଇଛି । ପଚରାଉଚରା ସମୟରେ ଦୀପକ ଯାଦବ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି । କିନ୍ତୁ ତାଙ୍କ ପତ୍ନୀ ମଞ୍ଜୁ ଯାଦବ କୌଣସି ବୟାନ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ସେ ଅସୁସ୍ଥ ଅଛନ୍ତି ଏବଂ ଏସବୁ କିପରି ଘଟିଲା ତାହା ଜାଣି ନାହାଁନ୍ତି । ବର୍ତ୍ତମାନ ଅଭିଯୁକ୍ତ ହେପାଜତରେ ଅଛି ଏବଂ ରାଧିକାଙ୍କ ମୃତ୍ୟୁର ତଦନ୍ତ ଚାଲିଛି ।

Also Read: ଭଦୋଦରା ମହିସାଗର ଗମ୍ଭୀରା ପୋଲ ଭୁଶୁଡିବା ଘଟଣା : ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି, ୩ ବର୍ଷ ପୂର୍ବରୁ ମିଳିଥିଲା…

The post ଝିଅ ରୋଜଗାର କଲା ବୋଲି ବାପାର ପୁରୁଷପଣିଆକୁ ବାଧି ଗଲା, ଝିଅକୁ ଜୀବନରୁ ମାରିଦେଲା appeared first on KNews Odisha.