ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା
ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆର୍ଏସ୍ସି -୧୪ ଗ୍ରାମରେ ଗୁରୁବାର ଘଟିଛି। ସକାଳୁ ବ୍ଲେଶିରାଣୀ ଭତ୍ରା(୫)ପଡ଼ୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ତାଙ୍କୁ ଛୁରି ଭୁସି ଦେଇଥିଲେ। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ […] The post ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା appeared first on Dharitri Odia News.
ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆର୍ଏସ୍ସି -୧୪ ଗ୍ରାମରେ ଗୁରୁବାର ଘଟିଛି। ସକାଳୁ ବ୍ଲେଶିରାଣୀ ଭତ୍ରା(୫)ପଡ଼ୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ତାଙ୍କୁ ଛୁରି ଭୁସି ଦେଇଥିଲେ। କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ହତ୍ୟାକାରୀ ବାପା ଫେରାର ହୋଇଯାଇଛନ୍ତି। ମୃତ ବ୍ଲେଶିଙ୍କ ଜେଜେବାପା ବିନୋଦ ଭତ୍ରା ଅଭିଯୋଗ କରିଛନ୍ତି, ପୁଅ ସଞ୍ଜୀବ ଦ୍ୱିତୀୟ ସ୍ତ୍ରୀ ପ୍ରରୋଚନାରେ ପଡ଼ି ଆଗ ସ୍ତ୍ରୀର ଝିଅ ବ୍ଲେଶିଙ୍କୁ ହତ୍ୟାକରିଛି। ହତ୍ୟାକାରୀ ସଞ୍ଜୀବକୁ ଫାଶୀଦଣ୍ଡ ଦିଆଯାଉ ବୋଲି ପ୍ରତିକ୍ରିୟାରେ ସେ କହିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଳାଇଥିବା କହିଛି। ଏ ନେଇ ଚିତ୍ରକୋଣ୍ଡା ଥାନାରେ ୧୭୪/୨୪ରେ ମାମଲା ରୁଜୁ ହୋଇଛି।
The post ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା appeared first on Dharitri Odia News.