ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ

ସୁନ୍ଦରଗଡ଼,୭।୧୧(ଜୟ ନାରାୟଣ ମେଣ୍ଡୁଳି): ଝିଅକୁ ସ୍କୁଲରେ ଛାଡ଼ିି ଅନ୍ୟ କୌଣସି କାମରେ ଯିବା ଲାଗି ଥିଲା ଯୋଜନା। ଏଥିପାଇଁ ମା’ ବାପା ଓ ଝିଅ ବାଇକ୍‌ରେ ବାହାରିଥିଲେ। ହେଲେ ଝିଅ ସ୍କୁଲରେ ପହଞ୍ଚିବା ପୂର୍ବରୁ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା। ମା’ ଝିଅଙ୍କ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁବାର ସକାଳେ ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ପାରିଜାତ ପାର୍କ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ମହିପାଲି ଗ୍ରାମର ଯୁକ୍ତେଶ୍ୱର ସାହୁ । ଆହତ […] The post ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ appeared first on Dharitri Odia News.

ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ

ସୁନ୍ଦରଗଡ଼,୭।୧୧(ଜୟ ନାରାୟଣ ମେଣ୍ଡୁଳି): ଝିଅକୁ ସ୍କୁଲରେ ଛାଡ଼ିି ଅନ୍ୟ କୌଣସି କାମରେ ଯିବା ଲାଗି ଥିଲା ଯୋଜନା। ଏଥିପାଇଁ ମା’ ବାପା ଓ ଝିଅ ବାଇକ୍‌ରେ ବାହାରିଥିଲେ। ହେଲେ ଝିଅ ସ୍କୁଲରେ ପହଞ୍ଚିବା ପୂର୍ବରୁ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା। ମା’ ଝିଅଙ୍କ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁବାର ସକାଳେ ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ପାରିଜାତ ପାର୍କ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ମହିପାଲି ଗ୍ରାମର ଯୁକ୍ତେଶ୍ୱର ସାହୁ । ଆହତ ମା’ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପାରିଜାତ ପାର୍କ ନିକଟରେ ଏକ ଟ୍ରଲର ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ବାପା, ମା’ ଓ ଝିଅ ଛିଟିକି ପଡ଼ିଥିଲେ। ହେଲେ ଟ୍ରଲର ଚକା ତଳେ ବାପାଙ୍କ ଜୀବନ ଚାଲିଯାଇଥିଲା। ଅପରପକ୍ଷେ ଅନ୍ୟ ଦୁହେଁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଫେରାର ହୋଇଯାଇଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଥିଲା। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

The post ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ appeared first on Dharitri Odia News.