ଝିଅର ମୃତ୍ୟୁ ପରେ ଏଭଳି କହିଲେ ସୌମ୍ୟାଶ୍ରୀଙ୍କ ମା’
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୌମ୍ୟାଶ୍ରୀ। ଭାଙ୍ଗି ପଡିଛନ୍ତି ସୌମ୍ୟାଶ୍ରୀଙ୍କ ମା’ ବାପାଙ୍କ ସହ ପୁରା ପରିବାର। ଏହି ପରିପ୍ରେକ୍ଷୀରେ ସୌମ୍ୟାଶ୍ରୀଙ୍କ ମା’ ଝିଅର ମୃତ୍ୟୁ ପାଇ ମା’ FM କଲେଜ କମିଟିକୁ ଦାୟୀ କରିଛନ୍ତି। କମିଟି ଠିକ୍ ରିପୋର୍ଟ ଦେଲାନାହିଁ। ସେମାନେ ଝିଅକୁ ମିଶିକି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରିନ୍ସିପାଲ କିମ୍ବା HOD ରୁମ୍ ଭିତରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦିଆଯାଇଛି। ମୋ ଛୁଆ ସେପରି କେବେ କରିବନି, ସେ ପୂରା […] The post ଝିଅର ମୃତ୍ୟୁ ପରେ ଏଭଳି କହିଲେ ସୌମ୍ୟାଶ୍ରୀଙ୍କ ମା’ appeared first on Dharitri Odia News.
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୌମ୍ୟାଶ୍ରୀ। ଭାଙ୍ଗି ପଡିଛନ୍ତି ସୌମ୍ୟାଶ୍ରୀଙ୍କ ମା’ ବାପାଙ୍କ ସହ ପୁରା ପରିବାର। ଏହି ପରିପ୍ରେକ୍ଷୀରେ ସୌମ୍ୟାଶ୍ରୀଙ୍କ ମା’ ଝିଅର ମୃତ୍ୟୁ ପାଇ ମା’ FM କଲେଜ କମିଟିକୁ ଦାୟୀ କରିଛନ୍ତି।
କମିଟି ଠିକ୍ ରିପୋର୍ଟ ଦେଲାନାହିଁ। ସେମାନେ ଝିଅକୁ ମିଶିକି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରିନ୍ସିପାଲ କିମ୍ବା HOD ରୁମ୍ ଭିତରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦିଆଯାଇଛି। ମୋ ଛୁଆ ସେପରି କେବେ କରିବନି, ସେ ପୂରା ବିଶ୍ବାସୀ। ଯେଉଁମାନେ କମିଟିରେ ଥିଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତିି। ଆଉ ଗୋଟିଏ ବର୍ଷ ପଢ଼ିଥିଲେ ଝିଅ କ୍ୟାରିୟର କରିଥାନ୍ତା ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ସରକାରଙ୍କ ଉପରେ ପୂରା ଭରସା ରହିଛି। ଅଭିଯୁକ୍ତଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଛୁ ବୋଲି କହିଛନ୍ତି।
The post ଝିଅର ମୃତ୍ୟୁ ପରେ ଏଭଳି କହିଲେ ସୌମ୍ୟାଶ୍ରୀଙ୍କ ମା’ appeared first on Dharitri Odia News.