ଝିଆରୀର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ, ଉଦ୍ଧାର ହେଲା ଶିଶୁ ପୁତ୍ର

ଆଠଗଡ ୧।୮: ମେଡିକାଲରେ ଛୁଆକୁ ଧରିବା ବାହାନାରେ ୪ ମାସର ଶିଶୁ ପୁତ୍ରକୁ ଝିଆରୀ ଠାରୁ ଚୋରେଇ ନେଲା ସମ୍ପର୍କୀୟ ମାଉସୀ । ଏଭଳି ଘଟଣା ଘଟିଛି ଖୁଣ୍ଟୁଣୀ ମେଡିକାଲ ପରିସରରେ । ସୂଚନାଯୋଗ୍ୟ ଯେ, ଭୋଗରା ଅଞ୍ଚଳର ମହିଳା କାମିନି ଦେହୁରୀ ନିଜ ପୁଅକୁ ମେଡିକାଲ ନେଇ ଆସିଥିବା ବେଳେ ଢେଙ୍କାନାଳ ଅଞ୍ଚଳର ସମ୍ପର୍କୀୟ ମାଉସୀ ଦେଖା ହୋଇଥିଲେ । ସେଠାରୁ ସେ ପୁଅଟିକୁ ଚୋରେଇ ନେଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣୀ ପୋଲିସ । ଏନେଇ କିଛି କହିବାକୁ ମନା କରିଦେଇଥିଲେ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଖୁଣ୍ଟିଆ।You Can Read:କୂଅରୁ ୭ମାସ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଖୁଡ଼ି ଗିରଫ 

ଝିଆରୀର ଛୁଆକୁ ଚୋରାଇ ନେଲା ସମ୍ପର୍କୀୟ ମାଉସୀ, ଉଦ୍ଧାର ହେଲା ଶିଶୁ ପୁତ୍ର

ଆଠଗଡ : ମେଡିକାଲରେ ଛୁଆକୁ ଧରିବା ବାହାନାରେ ୪ ମାସର ଶିଶୁ ପୁତ୍ରକୁ ଝିଆରୀ ଠାରୁ ଚୋରେଇ ନେଲା ସମ୍ପର୍କୀୟ ମାଉସୀ । ଏଭଳି ଘଟଣା ଘଟିଛି ଖୁଣ୍ଟୁଣୀ ମେଡିକାଲ ପରିସରରେ । 

ସୂଚନାଯୋଗ୍ୟ ଯେ, ଭୋଗରା ଅଞ୍ଚଳର ମହିଳା କାମିନି ଦେହୁରୀ ନିଜ ପୁଅକୁ ମେଡିକାଲ ନେଇ ଆସିଥିବା ବେଳେ ଢେଙ୍କାନାଳ ଅଞ୍ଚଳର ସମ୍ପର୍କୀୟ ମାଉସୀ ଦେଖା ହୋଇଥିଲେ । ସେଠାରୁ ସେ ପୁଅଟିକୁ ଚୋରେଇ ନେଇ ଯାଇଥିଲେ । ବହୁ ଖୋଜାଖୋଜି ପରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଢେଙ୍କାନାଳ ପିଙ୍ଗୁଆ ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀ ସହିତ ଦ୍ବିତୀୟ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ଖୁଣ୍ଟୁଣୀ ପୋଲିସ । ଏନେଇ କିଛି କହିବାକୁ ମନା କରିଦେଇଥିଲେ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଖୁଣ୍ଟିଆ।

You Can Read:

କୂଅରୁ ୭ମାସ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଖୁଡ଼ି ଗିରଫ