ଝୁଲୁଛି ବିଜେପି ରାଜ୍ୟ ସଭାପତି ପଦ; ସମ୍ବଲପୁର ସଭାପତି ଚୟନରେ ବି ପେଞ୍ଚ
କନକ ବ୍ୟୁରୋ : ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ବିଜେପିର ୩୬ ସାଙ୍ଗଠନିକ ଜିଲ୍ଲା ସଭାପତି ଘୋଷଣା ସରିଲା । ହେଲେ, ଫସି ରହିଲା ସମ୍ବଲପୁର ଜିଲ୍ଲା ସଭାପତି ଘୋଷଣା । ରାଜ୍ୟ ବିଜେପି ସଭାପତିଙ୍କ ନାଁ ବି ଘୋଷଣା ହୋଇପାରିଲାନି । ପ୍ରଶ୍ନ ଉଠୁଛି, ସମ୍ବଲପୁର ପାଇଁ କେଉଁଠି ସମସ୍ୟା ରହିଲା । କୁହାଯାଉଛି, ଜିଲ୍ଲାରେ ବରିଷ୍ଠ ନେତା ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସଭାପତି କରିବାକୁ ଚାହୁଁଥିବାରୁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପୂଜାରୀ, ରବି ନାଏକ ଓ ଜୟନାରାୟଣ ମିଶ୍ରଙ୍କ ଭଳି ବଡ ନେତା ଅଛନ୍ତି । ସେପଟେ ଜିଲ୍ଲା ସଭାପତି ପଦ ପାଇଁ ୪ ଜଣ ଆଶାୟୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଏ ସଭାପତି ହେବ ସେନେଇ ଶେଷ ନିଷ୍ପତ୍ତି ନେବ କୋର କମିଟି । ତେବେ କଥାକୁ ମ୍ୟାନେଜ କରିବା ପାଇଁ ମନ୍ତ୍ରୀ ରବି ନାୟକ କହିଛନ୍ତି, ସବୁ ନେତାଙ୍କ ସହ ଠିକ ଭାବେ ଯୋଗାଯୋଗ ହୋଇନାହିଁ । ସେଥିପାଇଁ ସଭାପତି ଚୟନରେ ବିଳମ୍ବ ହେଉଛି । ନୂଆ ସରକାର ଗଠନର ୮ ମାସ ହୋଇଗଲା । କିନ୍ତୁ ନେତାଙ୍କ ଅପେକ୍ଷା ସରୁନି । ଘୋଷଣା ହୋଇପାରୁନି ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି । ଫଳରେ କାମ ଠପ ହୋଇଯାଇଛି । ତେବେ ଆଜି ଏ ନେଇ ବଡସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାଏକ । କହିଛନ୍ତି, ଫେବ୍ରୁଆରୀ ଶେଷ ସୁଦ୍ଧା ହୋଇପାରେ ଘୋଷଣା । ମୁଖ୍ୟମନ୍ତ୍ରୀ ଦିଲ୍ଲାରୁ ଫେରିବା ପରେ ନିଗମ, ବୋର୍ଡ, କମିଶନ ଅଧ୍ୟକ୍ଷ ନ

କନକ ବ୍ୟୁରୋ : ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ବିଜେପିର ୩୬ ସାଙ୍ଗଠନିକ ଜିଲ୍ଲା ସଭାପତି ଘୋଷଣା ସରିଲା । ହେଲେ, ଫସି ରହିଲା ସମ୍ବଲପୁର ଜିଲ୍ଲା ସଭାପତି ଘୋଷଣା । ରାଜ୍ୟ ବିଜେପି ସଭାପତିଙ୍କ ନାଁ ବି ଘୋଷଣା ହୋଇପାରିଲାନି । ପ୍ରଶ୍ନ ଉଠୁଛି, ସମ୍ବଲପୁର ପାଇଁ କେଉଁଠି ସମସ୍ୟା ରହିଲା । କୁହାଯାଉଛି, ଜିଲ୍ଲାରେ ବରିଷ୍ଠ ନେତା ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ସଭାପତି କରିବାକୁ ଚାହୁଁଥିବାରୁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପୂଜାରୀ, ରବି ନାଏକ ଓ ଜୟନାରାୟଣ ମିଶ୍ରଙ୍କ ଭଳି ବଡ ନେତା ଅଛନ୍ତି ।
ସେପଟେ ଜିଲ୍ଲା ସଭାପତି ପଦ ପାଇଁ ୪ ଜଣ ଆଶାୟୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଏ ସଭାପତି ହେବ ସେନେଇ ଶେଷ ନିଷ୍ପତ୍ତି ନେବ କୋର କମିଟି । ତେବେ କଥାକୁ ମ୍ୟାନେଜ କରିବା ପାଇଁ ମନ୍ତ୍ରୀ ରବି ନାୟକ କହିଛନ୍ତି, ସବୁ ନେତାଙ୍କ ସହ ଠିକ ଭାବେ ଯୋଗାଯୋଗ ହୋଇନାହିଁ । ସେଥିପାଇଁ ସଭାପତି ଚୟନରେ ବିଳମ୍ବ ହେଉଛି ।
ନୂଆ ସରକାର ଗଠନର ୮ ମାସ ହୋଇଗଲା । କିନ୍ତୁ ନେତାଙ୍କ ଅପେକ୍ଷା ସରୁନି । ଘୋଷଣା ହୋଇପାରୁନି ବୋର୍ଡ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି । ଫଳରେ କାମ ଠପ ହୋଇଯାଇଛି । ତେବେ ଆଜି ଏ ନେଇ ବଡସୂଚନା ଦେଇଛନ୍ତି ମନ୍ତ୍ରୀ ରବି ନାଏକ । କହିଛନ୍ତି, ଫେବ୍ରୁଆରୀ ଶେଷ ସୁଦ୍ଧା ହୋଇପାରେ ଘୋଷଣା । ମୁଖ୍ୟମନ୍ତ୍ରୀ ଦିଲ୍ଲାରୁ ଫେରିବା ପରେ ନିଗମ, ବୋର୍ଡ, କମିଶନ ଅଧ୍ୟକ୍ଷ ନିଯୁକ୍ତି ନେଇ ନିଷ୍ପତ୍ତି ହେବ । କୌଣସି ଲବି କାମ ଦେବ ନାହିଁ ।
ବିଜେପି ରାଜ୍ୟ ସଭାପତି ନାଁ ବି ଘୋଷଣା ହୋଇପାରୁନି । ନିଗମ ବୋର୍ଡ ଅଧ୍ୟକ୍ଷ ବି ଖାଲିପଡିଛି । ଫଳରେ ସରକାର ଓ ଶାସକ ଦଳ ମଧ୍ୟରେ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ।