ଟଙ୍କା ନଥିଲା ବୋଲି ଅନ୍ତିମ ସଂସ୍କାର କରିପାରିଲେ ନାହିଁ; ବାପାଙ୍କ ଶବକୁ ଲୁଚାଇ ରଖିଲେ ୨ ବର୍ଷ...
ନୂଆଦିଲ୍ଲୀ: ଇହଧାମରୁ ମୁକ୍ତି ପାଇଁ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନିହାତି ଜରୁରୀ । କୁହାଯାଏ, ପରିବାର ଲୋକଙ୍କ ଉପସ୍ଥିତିରେ ଅନ୍ତେଷ୍ଟି କଲେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସଦ୍ଗତି ମିଳେ । ତେଣୁ ଶେଷ ସଂସ୍କାର ଏକ ମଣିଷର ହକ୍ । ମାତ୍ର ଆପଣ ଶୁଣି ନଥିବେ ଅନ୍ତିମ ସଂସ୍କାର ପାଇଁ ଅଧିକ ଖର୍ଚ୍ଚ ଅସିବାରୁ ଅନ୍ତେଷ୍ଟି ହେଲାନି । ପୁଅ ପାଖରେ ଟଙ୍କା ନଥିବାରୁ ବାପାଙ୍କ ଶବକୁ ଦୁଇ ବର୍ଷ ଲୁଚାଇ ରଖିଲା । ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି ଜାପାନରୁ । ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସାୟ କରିଥିଲେ । ମାତ୍ର ଖର୍ଚ୍ଚ ଅଧିକ ଆସିବାରୁ ବାପାଙ୍କ ମୃତଦେହର ଅନ୍ତେଷ୍ଟ ପାଇଁ ସକ୍ଷମ ହେଲେ ନାହିଁ । ଏହି ଖବର ଯେତେବେଳେ ସାମ୍ନାକୁ ଆସିଲା, ଘଟଣା କିଛି ଅଲଗା ଥିଲା । ପୋଲିସ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହେଲା ଏବଂ ବାପା ପେନସନ୍ ଆତ୍ମସାତର କେସ୍ ଲଗାଇଦେଲା ।ସାଉଥ୍ ଚାଇନା ମର୍ନିଂ ରିପୋର୍ଟ ମୁତାବକ, ୫୬ ବର୍ଷୀୟ ନୋବୁହିକୋ ସୁଜୁକି ଗୋଟିଏ ସପ୍ତାହ ଧରି ରେସ୍ତୋରାଁ ନଖୋଲିବାରୁ ତାଙ୍କ ହରକତ୍ ସାମ୍ନାକୁ ଆସିଲା । ପଡ଼ୋଶୀ ତାଙ୍କୁ ସନ୍ଦେହ କରି ଥାନାରେ ଜଣାଇଥିଲେ । ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନୋବୁହିକୋ ସୁଜୁକିଙ୍କ ଘରେ ପହଞ୍ଚିଥିଲା । ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା ପୋଲିସ ଟିମ୍ । ସେଠାରେ ଆଲମାରୀ ଖୋଲି ଦେଖିଲ
ନୂଆଦିଲ୍ଲୀ: ଇହଧାମରୁ ମୁକ୍ତି ପାଇଁ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନିହାତି ଜରୁରୀ । କୁହାଯାଏ, ପରିବାର ଲୋକଙ୍କ ଉପସ୍ଥିତିରେ ଅନ୍ତେଷ୍ଟି କଲେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସଦ୍ଗତି ମିଳେ । ତେଣୁ ଶେଷ ସଂସ୍କାର ଏକ ମଣିଷର ହକ୍ । ମାତ୍ର ଆପଣ ଶୁଣି ନଥିବେ ଅନ୍ତିମ ସଂସ୍କାର ପାଇଁ ଅଧିକ ଖର୍ଚ୍ଚ ଅସିବାରୁ ଅନ୍ତେଷ୍ଟି ହେଲାନି । ପୁଅ ପାଖରେ ଟଙ୍କା ନଥିବାରୁ ବାପାଙ୍କ ଶବକୁ ଦୁଇ ବର୍ଷ ଲୁଚାଇ ରଖିଲା । ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି ଜାପାନରୁ ।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସାୟ କରିଥିଲେ । ମାତ୍ର ଖର୍ଚ୍ଚ ଅଧିକ ଆସିବାରୁ ବାପାଙ୍କ ମୃତଦେହର ଅନ୍ତେଷ୍ଟ ପାଇଁ ସକ୍ଷମ ହେଲେ ନାହିଁ । ଏହି ଖବର ଯେତେବେଳେ ସାମ୍ନାକୁ ଆସିଲା, ଘଟଣା କିଛି ଅଲଗା ଥିଲା । ପୋଲିସ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହେଲା ଏବଂ ବାପା ପେନସନ୍ ଆତ୍ମସାତର କେସ୍ ଲଗାଇଦେଲା ।
ସାଉଥ୍ ଚାଇନା ମର୍ନିଂ ରିପୋର୍ଟ ମୁତାବକ, ୫୬ ବର୍ଷୀୟ ନୋବୁହିକୋ ସୁଜୁକି ଗୋଟିଏ ସପ୍ତାହ ଧରି ରେସ୍ତୋରାଁ ନଖୋଲିବାରୁ ତାଙ୍କ ହରକତ୍ ସାମ୍ନାକୁ ଆସିଲା । ପଡ଼ୋଶୀ ତାଙ୍କୁ ସନ୍ଦେହ କରି ଥାନାରେ ଜଣାଇଥିଲେ । ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନୋବୁହିକୋ ସୁଜୁକିଙ୍କ ଘରେ ପହଞ୍ଚିଥିଲା । ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା ପୋଲିସ ଟିମ୍ । ସେଠାରେ ଆଲମାରୀ ଖୋଲି ଦେଖିଲା ବେଳକୁ ତାଙ୍କ ବାପାଙ୍କ କଙ୍କାଳ ଦେଖିବାକୁ ପାଇଥିଲା । ଏନେଇ ସୁଜୁକିଙ୍କୁ ଖବର ମିଳିବା ପରେ ସେ ଘରେ ପହଞ୍ଚିଥିଲା । ପୋଲିସ ତାଙ୍କୁ ପଚରାଉଚରା କରିବାରୁ ଜାଣିବାକୁ ପାଇଥିଲା ପୂରା ଘଟଣା ।
ସୁଜୁକିଙ୍କ ମୁତାବକ, ତାଙ୍କ ବାପାଙ୍କ ମୃତ୍ୟୁ ୨୦୨୩ ହୋଇଥିଲା । ୮୬ ବର୍ଷ ବୟସ ତାଙ୍କୁ ଘରେ ଛାଡ଼ି ବାହାରକୁ ଚାଲିଯାଇଥିଲା । ଫେରିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି । ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସୁଜୁକିଙ୍କ ପାଖରେ ଏତେ ଟଙ୍କା ନଥିଲା, ତେଣୁ ସେ ମୃତଦେହକୁ ଆଲମାରୀ ଭିତରେ ସାଇତି ରଖିଥିଲେ । ସୁଜୁକି ନିଜ ଭୁଲକୁ ବୁଝିପାରିଥିଲେ, ହେଲେ ପୋଲିସ ତାଙ୍କୁ ଦୋଷୀ ମାନି ଗିରିଫ କରିଥିଲା । ପିତାଙ୍କ ପେନସନ ହଡ଼ପ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।