ଟଙ୍କା ପାଇଁ ମାମୁକୁ ହତ୍ୟା ମାମଲା, ହତ୍ୟାକାରୀ ଭଣଜା ସହ ସହଯୋଗୀ ଗିରଫ

ଚଣ୍ଡିଖୋଲ: ଟଙ୍କା ପାଇଁ ମାମୁକୁ ହତ୍ୟା ଘଟଣା। ଗିରଫ ହେଲା ହତ୍ୟାକାରୀ ଭଣଜା । ଅଭିଯୁକ୍ତ ଭଣଜା ସହ ତା’ର ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ତେବେ ଗିରଫ ପରେ ଉଭୟଙ୍କୁ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି। ଶନିବାର ଚଣ୍ଡିଖୋଲ ଜେନାପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ, ଶନିବାର ଧର୍ମଶାଳା ଥାନା ଅନ୍ତର୍ଗତ ପନ୍ତୁରି ଗାଁର ଭଣଜା ଜଗନ ଧଳ ସହ ଯାଇଥିଲେ । ୫୦ ହଜାର ଟଙ୍କା ନେଇ ବାଇକ୍ କିଣିବାକୁ ଚଣ୍ଡିଖୋଲକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ ଦୁଷ୍ମନ୍ତ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ରାତିରେ ଏତଲା ଦେଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରିବା ସହ ଜଗନକୁ ଥାନାରେ ଅଟକ ରଖିଥିଲା। ତେବେ ପ୍ରାଥମିକ ତଦନ୍ତ ପରେ ଜଗନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା । ଗାଡ଼ି କିଣିବା ପାଇଁ ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା। ରବିବାର ସକାଳୁ ଭୁବନପୁର ନିକଟ ସୁନାମୁହିଁ ପାଟସ୍ଥିତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ଘଟଣାର ତଦନ୍ତକ୍ରମେ ପୋଲିସ ସୋମବାର, ଅଭିଯୁକ୍ତ ଭଣଜା ଜଗନ ଓ ତା’ର ସହଯୋଗୀ ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ବିଶ୍ଵନାଥ ମୁଦୁଲିକୁ ଗିରଫ କରିଛି। ତେବେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। 

ଟଙ୍କା ପାଇଁ ମାମୁକୁ ହତ୍ୟା ମାମଲା, ହତ୍ୟାକାରୀ ଭଣଜା ସହ ସହଯୋଗୀ ଗିରଫ

ଚଣ୍ଡିଖୋଲ: ଟଙ୍କା ପାଇଁ ମାମୁକୁ ହତ୍ୟା ଘଟଣା। ଗିରଫ ହେଲା ହତ୍ୟାକାରୀ ଭଣଜା । ଅଭିଯୁକ୍ତ ଭଣଜା ସହ ତା’ର ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ତେବେ ଗିରଫ ପରେ ଉଭୟଙ୍କୁ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି। ଶନିବାର ଚଣ୍ଡିଖୋଲ ଜେନାପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ, ଶନିବାର ଧର୍ମଶାଳା ଥାନା ଅନ୍ତର୍ଗତ ପନ୍ତୁରି ଗାଁର ଭଣଜା ଜଗନ ଧଳ ସହ ଯାଇଥିଲେ । ୫୦ ହଜାର ଟଙ୍କା ନେଇ ବାଇକ୍ କିଣିବାକୁ ଚଣ୍ଡିଖୋଲକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ ଦୁଷ୍ମନ୍ତ । ପରିବାର ଲୋକଙ୍କ ସନ୍ଦେହ ହେବାରୁ ଜେନାପୁର ଥାନାରେ ରାତିରେ ଏତଲା ଦେଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରିବା ସହ ଜଗନକୁ ଥାନାରେ ଅଟକ ରଖିଥିଲା। 

ତେବେ ପ୍ରାଥମିକ ତଦନ୍ତ ପରେ ଜଗନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା । ଗାଡ଼ି କିଣିବା ପାଇଁ ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା। ରବିବାର ସକାଳୁ ଭୁବନପୁର ନିକଟ ସୁନାମୁହିଁ ପାଟସ୍ଥିତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ଘଟଣାର ତଦନ୍ତକ୍ରମେ ପୋଲିସ ସୋମବାର, ଅଭିଯୁକ୍ତ ଭଣଜା ଜଗନ ଓ ତା’ର ସହଯୋଗୀ ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ବିଶ୍ଵନାଥ ମୁଦୁଲିକୁ ଗିରଫ କରିଛି। ତେବେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।