ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, ଜାଣନ୍ତୁ ଏବେ କେତେ ମହଙ୍ଗା ହେଲା ଡଲାର

ମୁମ୍ବାଇ ୪।୧୧: ଟଙ୍କା ମୂଲ୍ୟରେ ସୋମବାର ରେକର୍ଡ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୪ ପଇସା ଶସ୍ତା ହୋଇ ୮୪.୧୧ଟଙ୍କାରେ ବନ୍ଦ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ଟଙ୍କାର ଡଲାର ବିନିମୟ ଦର ୮୪.୦୮ଟଙ୍କା ଥିଲା। ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇଏସ୍)ଙ୍କ ପକ୍ଷରୁ ଭୀଷଣ ଚାପ ଯୋଗୁ ଟଙ୍କାର ଏପରି ଦର ହ୍ରାସ ହେଉଛି। ନିକଟ ଅତୀତରେ ଗ୍ଲୋବାଲ ଫଣ୍ଡ ଭାରତୀୟ ସେୟାରରୁ ୧.୨୫ଲକ୍ଷ କୋଟି ଟଙ୍କାରୁ ଅଧିକର ବିକ୍ରି କରିଛନ୍ତି। ଏହି ବିକାବିକି ଟଙ୍କା ମୂଲ୍ୟ ହ୍ରାସରେ ବଡ଼ ଭୂମିକା ନିର୍ବାହ କରୁଛି। ୧୧ ଅକ୍ଟୋବର ୨୦୨୪ରେ କରେନ୍ସୀ ଡଲାର ପିଛା ୮୪ ଟଙ୍କାକୁ ପାର କରିଯାଇଥିଲା। ଏହା ପରେ ଲଗାତାର ବିକାବିକି ଯୋଗୁ ଟଙ୍କା ଏବେ ସମ୍ଭାଳ ପଡୁନି। ସୋମବାର ପ୍ରାରମ୍ଭିକ କାରବାରରେ ଟଙ୍କା କିଛି ସମୟ ପାଇଁ ଡଲାର ତୁଳନାରେ ୮୪.୦୬ ଟଙ୍କାକୁ ପହଞ୍ଚିଥିଲା। ହେଲେ ଏଠାରେ ବେଶି ସମୟ ସ୍ଥିର ହୋଇ ପାରିନଥିଲା। ବିଦେଶୀ ଫଣ୍ଡସ୍‌ ର ବିକ୍ରି ଓ ଘରୋଇ ସେୟାରର ହ୍ରାସ ଟଙ୍କା ଉପରେ ଗୁରୁତର ପ୍ରଭାବ ପକାଇଛି। ତେବେ ଫୋରେକ୍ସ ଟ୍ରେଡର ଆଶା କରନ୍ତି ଟଙ୍କା ଆଗକୁ ଏକ ସୀମିତ ପରିସୀମାରେ କାରବାର କରିବ।  ଏହାର ମୁଖ୍ୟ କାରଣ ହେଉଛି ମଜଭୁତ ଡଲାର ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି। ସେପଟେ ସୋମବାର ସେୟାର ମାର୍କେଟରେ କାରବାର ଆରମ୍ଭରୁ ହିଁ ବଜାର କ୍ରାସ ହଇଯାଇଛି। ଉଭୟ ସେନସେକ୍ସ ଓ ନିଫ୍ଟିରେ ହ୍ରାସ ଦେଖାଯାଇଛି। ସକାଳେ ସେନସେକ୍ସ ୭୯,୭୧୩.୧୪ ଅଙ୍

ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, ଜାଣନ୍ତୁ ଏବେ କେତେ ମହଙ୍ଗା ହେଲା ଡଲାର

ମୁମ୍ବାଇ ୪।୧୧: ଟଙ୍କା ମୂଲ୍ୟରେ ସୋମବାର ରେକର୍ଡ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୪ ପଇସା ଶସ୍ତା ହୋଇ ୮୪.୧୧ଟଙ୍କାରେ ବନ୍ଦ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ଟଙ୍କାର ଡଲାର ବିନିମୟ ଦର ୮୪.୦୮ଟଙ୍କା ଥିଲା। ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇଏସ୍)ଙ୍କ ପକ୍ଷରୁ ଭୀଷଣ ଚାପ ଯୋଗୁ ଟଙ୍କାର ଏପରି ଦର ହ୍ରାସ ହେଉଛି। ନିକଟ ଅତୀତରେ ଗ୍ଲୋବାଲ ଫଣ୍ଡ ଭାରତୀୟ ସେୟାରରୁ ୧.୨୫ଲକ୍ଷ କୋଟି ଟଙ୍କାରୁ ଅଧିକର ବିକ୍ରି କରିଛନ୍ତି। ଏହି ବିକାବିକି ଟଙ୍କା ମୂଲ୍ୟ ହ୍ରାସରେ ବଡ଼ ଭୂମିକା ନିର୍ବାହ କରୁଛି। 

୧୧ ଅକ୍ଟୋବର ୨୦୨୪ରେ କରେନ୍ସୀ ଡଲାର ପିଛା ୮୪ ଟଙ୍କାକୁ ପାର କରିଯାଇଥିଲା। ଏହା ପରେ ଲଗାତାର ବିକାବିକି ଯୋଗୁ ଟଙ୍କା ଏବେ ସମ୍ଭାଳ ପଡୁନି। ସୋମବାର ପ୍ରାରମ୍ଭିକ କାରବାରରେ ଟଙ୍କା କିଛି ସମୟ ପାଇଁ ଡଲାର ତୁଳନାରେ ୮୪.୦୬ ଟଙ୍କାକୁ ପହଞ୍ଚିଥିଲା। ହେଲେ ଏଠାରେ ବେଶି ସମୟ ସ୍ଥିର ହୋଇ ପାରିନଥିଲା। ବିଦେଶୀ ଫଣ୍ଡସ୍‌ ର ବିକ୍ରି ଓ ଘରୋଇ ସେୟାରର ହ୍ରାସ ଟଙ୍କା ଉପରେ ଗୁରୁତର ପ୍ରଭାବ ପକାଇଛି। 

ତେବେ ଫୋରେକ୍ସ ଟ୍ରେଡର ଆଶା କରନ୍ତି ଟଙ୍କା ଆଗକୁ ଏକ ସୀମିତ ପରିସୀମାରେ କାରବାର କରିବ।  ଏହାର ମୁଖ୍ୟ କାରଣ ହେଉଛି ମଜଭୁତ ଡଲାର ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି। ସେପଟେ ସୋମବାର ସେୟାର ମାର୍କେଟରେ କାରବାର ଆରମ୍ଭରୁ ହିଁ ବଜାର କ୍ରାସ ହଇଯାଇଛି। ଉଭୟ ସେନସେକ୍ସ ଓ ନିଫ୍ଟିରେ ହ୍ରାସ ଦେଖାଯାଇଛି। ସକାଳେ ସେନସେକ୍ସ ୭୯,୭୧୩.୧୪ ଅଙ୍କରେ ଖୋଲିଥିଲା। ମାତ୍ର କାରବାର ଆରମ୍ଭର କିଛି ସମୟ ପରେ ୧ ହଜାର ପଏଣ୍ଟ ହ୍ରାସ ହୋଇ ୭୮,୭୧୯କୁ ପହଞ୍ଚିଥିଲା। ସେପଟେ ନିଫ୍ଟିରେ ୩୧୩ ପଏଣ୍ଟ ହ୍ରାସ ଦେଖାଯାଇଛି।