ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ

ଟଳିଲା ବଡ଼ ବିମାନ ଦୁର୍ଘଟଣା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରନୱେରେ ଅନ୍ୟ ଏକ ଜେଟ୍ ସହ ଧକ୍କା ହେବାରୁ ବର୍ତ୍ତିଲା ବିମାନ । ଚିକାଗୋ ମିଡୱେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ମଙ୍ଗଳବାର ସାଉଥୱେଷ୍ଟ ଏୟାରଲାଇନ୍ସର ଗୋଟିଏ ବିମାନର ଲ୍ୟାଣ୍ଡିଂକୁ ଶେଷ ମୁହୁର୍ତ୍ତରେ ରୋକିଦେଲେ ପାଇଲଟ । ଖବର ମୁତାବକ, ବିମାନଟି ରନୱେରେ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା । ହେଲେ ସେହି ରନୱେକୁ ଆଉ […] The post ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ appeared first on KNews Odisha.

ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ
chicogo 1

ଟଳିଲା ବଡ଼ ବିମାନ ଦୁର୍ଘଟଣା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରନୱେରେ ଅନ୍ୟ ଏକ ଜେଟ୍ ସହ ଧକ୍କା ହେବାରୁ ବର୍ତ୍ତିଲା ବିମାନ । ଚିକାଗୋ ମିଡୱେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ମଙ୍ଗଳବାର ସାଉଥୱେଷ୍ଟ ଏୟାରଲାଇନ୍ସର ଗୋଟିଏ ବିମାନର ଲ୍ୟାଣ୍ଡିଂକୁ ଶେଷ ମୁହୁର୍ତ୍ତରେ ରୋକିଦେଲେ ପାଇଲଟ ।

ଖବର ମୁତାବକ, ବିମାନଟି ରନୱେରେ ଅବତରଣ କରିବା ପାଇଁ ଅନୁମତି ମିଳିଥିଲା । ହେଲେ ସେହି ରନୱେକୁ ଆଉ ଏକ ପ୍ରାଇଭେଟ ବିମାନ ବିନା ଅନୁମତିରେ ପ୍ରବେଶ କରିଥିଲା । ତେଣୁ ବିମାନକୁ ଉଡ଼ାଣ ଭରିବାକୁ ପାଇଲଟଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ରନୱେରେ ଥିବା ଅନ୍ୟ ଏକ ପ୍ରାଇଭେଟ ଜେଟ ସହ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା ।

ରନୱେ ଛୁଇଁବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ପୁଣି ଥରେ ବିମାନକୁ ନେଇ ଉଡାଣ ଭରିବାକୁ ପାଇଲଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ସେହି ସମାନ ରନୱେରେ ହଠାତ ବିନା ଅନୁମତିରେ ଅନ୍ୟ ଏକ ପ୍ରାଇଭେଟ ଜେଟ୍ ପ୍ରବେଶ କରିଥିଲା । ଏହାପରେ ତୁରନ୍ତ ପାଇଲଟ ବିମାନର ଲ୍ୟାଣ୍ଡିଂକୁ ରୋକିଦେଲେ ଓ ରନୱେର ମାତ୍ର ୫୦ ଫୁଟ ଦୂରରୁ ପୁଣି ଥରେ ବିମାନକୁ ଉପରକୁ ଉଠାଇ ଉଡାଣ ଭରିଲେ । ଫଳର ପ୍ରାଇଭେଟ ଜେଟ୍ ସହ ବିମାନର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା ।

ତେବେ ଫେଡେରାଲ ଆଭିଏସନ ଆଡିମିନିଷ୍ଟ୍ରେସନ(FAA) ଏହି ଘଟଣାର ତଦନ୍ତ କରୁଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଗତ କିଛି ଦିନ ଭିତରେ ଆମେରିକାରେ ଅନେକ ବିମାନ ଦୁର୍ଘଟଣା ଘଟିଛି । ଏବେ ଚିକାଗୋ ଘଟଣା ପୁଣି ଥରେ ବିମାନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Also Read :

The post ଟଳିଲା ବଡ଼ ବିମାନ ଦୁର୍ଘଟଣା, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜେଟ୍ ସହିତ ଧକ୍କା ହେବାରୁ ବର୍ତ୍ତିଲା ବିମାନ appeared first on KNews Odisha.