ଟସ୍ ଜିତି ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା, ଭାରତୀୟ ବ୍ୟାଟର୍ଙ୍କ ପାଇଁ ସ୍ପିନ୍ ଚାଲେଞ୍ଜ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ସାଉଥ ଆଫ୍ରିକା। ସୁପର ସନଡେ’ରେ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡ୍ରେ ହେବ କଡ଼ା ମୁକାବିଲା। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି। ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ବୋଲି ଆଶା କରାଯାଉଛି ।ଭାରତୀୟ ଟିମ୍ ଏକାଦଶରେ ଅଛନ୍ତି- ସଂଜୁ ସାମସନ, ଅଭିଶେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ ଓ ଆବେଶ ଖାନ। ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଡର୍ବାନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସାମସନ ୫୦ ବଲରେ ୧୦୭ ରନର ଧୁଆଁଧାର ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ଟି -୨୦ କ୍ୟାରିୟରରେ ଏହା ସଞ୍ଜୁଙ୍କ କ୍ରମାଗତ ଦ୍ୱିତୀୟ ଶତକ ଥିଲା । ସଞ୍ଜୁ ଏହା ପୂର୍ବରୁ ହାଇଦ୍ରାବାଦରେ ବାଂଲାଦେଶ ବିପକ୍ଷରେ ୧୧୧ ରନ୍ କରିଥିଲେ । ତେବେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ଟି -୨୦ରେ ଭଲ ପ୍ରଦର୍ଶନ କରିନଥିଲେ । ଯାହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ । ମାତ୍ର ଏଥର ଘରୋଇ ଦଳକୁ ହରାଇବା ସହଜ ହେବ ନାହିଁ। କାରଣ ସେଣ୍ଟ ଜର୍ଜ ପିଚ୍ର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ସାଉଥ ଆଫ୍ରିକା। ସୁପର ସନଡେ’ରେ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡ୍ରେ ହେବ କଡ଼ା ମୁକାବିଲା। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି। ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ବୋଲି ଆଶା କରାଯାଉଛି ।
ଭାରତୀୟ ଟିମ୍ ଏକାଦଶରେ ଅଛନ୍ତି- ସଂଜୁ ସାମସନ, ଅଭିଶେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ ଓ ଆବେଶ ଖାନ।
ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଡର୍ବାନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସାମସନ ୫୦ ବଲରେ ୧୦୭ ରନର ଧୁଆଁଧାର ଇନିଂସ ଖେଳିଥିଲେ।
ଅନ୍ତର୍ଜାତୀୟ ଟି -୨୦ କ୍ୟାରିୟରରେ ଏହା ସଞ୍ଜୁଙ୍କ କ୍ରମାଗତ ଦ୍ୱିତୀୟ ଶତକ ଥିଲା । ସଞ୍ଜୁ ଏହା ପୂର୍ବରୁ ହାଇଦ୍ରାବାଦରେ ବାଂଲାଦେଶ ବିପକ୍ଷରେ ୧୧୧ ରନ୍ କରିଥିଲେ । ତେବେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ଟି -୨୦ରେ ଭଲ ପ୍ରଦର୍ଶନ କରିନଥିଲେ । ଯାହା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ।
ମାତ୍ର ଏଥର ଘରୋଇ ଦଳକୁ ହରାଇବା ସହଜ ହେବ ନାହିଁ। କାରଣ ସେଣ୍ଟ ଜର୍ଜ ପିଚ୍ରେ ଘାସ ରହିଛି । ଏହା ପେସ୍ ବୋଲରଙ୍କୁ ସୁହାଇବ। ଦକ୍ଷିଣ ଆଫ୍ରିକା ଦଳରେ ଦକ୍ଷ ପେସ୍ ବୋଲର ରହିଛନ୍ତି ।