ଟସ୍ ଜିତି ପ୍ରଥମେ ବୋଲିଂ କରିବ ଭାରତ, ଘରୋଇ ମାଟିରେ ବିଜୟ ଧାରା ବଜାୟ ରଖିବାକୁ ସୂର୍ଯ୍ୟ ବାହିନୀର ଲକ୍ଷ୍ୟ
କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଘରୋଇ ପରିବେଶରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉତ୍କୃଷ୍ଟ। ଗତ ଛଅ ବର୍ଷ ଧରି ଭାରତୀୟ ଦଳ ଘରୋଇ ପରିବେଶରେ କୌଣସି ଟି-୨୦ ସିରିଜ୍ ହାରିନାହିଁ। ???? Toss News from the Eden Gardens ????#TeamIndia have elected to bowl against England in the T20I series opener.Follow The Match ▶️ https://t.co/4jwTIC5zzs#INDvENG | @IDFCFIRSTBank pic.twitter.com/s8VPSM3xfT— BCCI (@BCCI) January 22, 2025୨୦୧୯ ମସିହାରେ, ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜରେ ପରାଜୟର ସାମ୍ନା କରିବାକୁ ପଡିଥିଲା, ଯାହା ପରେ ଆରମ୍ଭ ହୋଇଥିବା ଧାରା ଏବେ ବି ଜାରି ରହିଛି। ୨୦୧୯ ବର୍ଷରୁ ଏପର୍ଯ୍ୟନ୍ତ, ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୧୪ଟି ଟି-୨୦ ସିରିଜ ଜିତିଛି ଏବଂ ଦୁଇଟି ସିରିଜ ଡ୍ର ରହିଛି। ଯଦି ଆମେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେଡ୍ ଟୁ ହେଡ୍ ର
କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଘରୋଇ ପରିବେଶରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉତ୍କୃଷ୍ଟ। ଗତ ଛଅ ବର୍ଷ ଧରି ଭାରତୀୟ ଦଳ ଘରୋଇ ପରିବେଶରେ କୌଣସି ଟି-୨୦ ସିରିଜ୍ ହାରିନାହିଁ।
???? Toss News from the Eden Gardens ????#TeamIndia have elected to bowl against England in the T20I series opener.
Follow The Match ▶️ https://t.co/4jwTIC5zzs#INDvENG | @IDFCFIRSTBank pic.twitter.com/s8VPSM3xfT— BCCI (@BCCI) January 22, 2025
୨୦୧୯ ମସିହାରେ, ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜରେ ପରାଜୟର ସାମ୍ନା କରିବାକୁ ପଡିଥିଲା, ଯାହା ପରେ ଆରମ୍ଭ ହୋଇଥିବା ଧାରା ଏବେ ବି ଜାରି ରହିଛି। ୨୦୧୯ ବର୍ଷରୁ ଏପର୍ଯ୍ୟନ୍ତ, ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୧୪ଟି ଟି-୨୦ ସିରିଜ ଜିତିଛି ଏବଂ ଦୁଇଟି ସିରିଜ ଡ୍ର ରହିଛି।
ଯଦି ଆମେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେଡ୍ ଟୁ ହେଡ୍ ରେକର୍ଡ ଦେଖିବା, ତେବେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୪ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ ୧୩ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ୧୧ଟି ମ୍ୟାଚ୍ ଜିତିଛି।