ଟାଇମ୍ସ ସର୍ଭେ: ଆଇଟିଇଆର୍ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର, ୩୦/୦୫: ଦେଶରେ ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ହେବାର ଗୌରବ ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)। ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଆଇଟିଇଆର୍ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଛି। ୨୦୨୩ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଏ ବର୍ଷ ଦେଶର ଶ୍ରେଷ୍ଠ ୧୨୫ଟି ପ୍ରାଇଭେଟ୍ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଦ୍ୱିତୀୟ ସ୍ଥାନ ଏବଂ ପୂର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି ଆଇଟିଇଆର। ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶରେ ତୃତୀୟ ସ୍ଥାନ ଏବଂ ପ୍ଲେସମେଣ୍ଟରେ ୫ମ ସ୍ଥାନ ହାସଲ କରିଛି । ୨୦୨୩ରେ ଗବେଷଣା କ୍ଷେତ୍ରରେ ସାରା ଦେଶରେ ଏହି ଶିକ୍ଷାନୁଷ୍ଠାନ ୪ର୍ଥ ଏବଂ ପ୍ଲେସମେଣ୍ଟରେ ନବମ ସ୍ଥାନରେ ରହିଥିଲା।
ଭୁବନେଶ୍ୱର, ୩୦/୦୫: ଦେଶରେ ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ହେବାର ଗୌରବ ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)। ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଆଇଟିଇଆର୍ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନ ପାଇଛି।
୨୦୨୩ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଏ ବର୍ଷ ଦେଶର ଶ୍ରେଷ୍ଠ ୧୨୫ଟି ପ୍ରାଇଭେଟ୍ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଦ୍ୱିତୀୟ ସ୍ଥାନ ଏବଂ ପୂର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି ଆଇଟିଇଆର।
ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶରେ ତୃତୀୟ ସ୍ଥାନ ଏବଂ ପ୍ଲେସମେଣ୍ଟରେ ୫ମ ସ୍ଥାନ ହାସଲ କରିଛି । ୨୦୨୩ରେ ଗବେଷଣା କ୍ଷେତ୍ରରେ ସାରା ଦେଶରେ ଏହି ଶିକ୍ଷାନୁଷ୍ଠାନ ୪ର୍ଥ ଏବଂ ପ୍ଲେସମେଣ୍ଟରେ ନବମ ସ୍ଥାନରେ ରହିଥିଲା।