ଟାଟା ଗ୍ରୁପ୍ ଓ ସ୍କୋଡା ଗ୍ରୁପ୍‌ର ସହଭାଗିତା, ନିର୍ମାଣ କରିବେ ରେଲଓ୍ବେ ଉପକରଣ

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ଆରମ୍ଭ ହେଲା ନୂଆ ଜ୍ଞାନକୌଶଳ କ୍ରାନ୍ତି । ଭାରତୀୟ ରେଳବାଇ ପାଇଁ କାମ କରିବେ ଟାଟା ଗ୍ରୁପ୍‌ର ସହାୟକ କମ୍ପାନି ଟାଟା ଅଟୋକମ୍ପ ସିଷ୍ଟମ ଏବଂ ୟୁରୋପର ସ୍କୋଡା ଗ୍ରୁପ୍। ଦୁଇ କମ୍ପାନି ସହଭାଗିତାରେ ମିଶି କାମ କରିବେ। ଖାଲି ସେତିକି ନୁହେଁ ଦୁଇ କମ୍ପାନି ଭାରତୀୟ ରେଲଓ୍ବେ ପାଇଁ ପ୍ରୋପଲ୍ସନ ସିଷ୍ଟମ ଏବଂ ଅନ୍ୟ ଅତ୍ୟାଧୁନିକ କମ୍ପୋନେଣ୍ଟସ ଇତ୍ୟାଦି ତିଆରି କରିବେ । ଏଥିରେ ମଲ୍ଟି- ମିଲିୟନ ୟୁରୋ ନିବେଶ ହେବ। ଏହାଦ୍ବାରା ଦେଶର ରେଲଓ୍ବେ ଏବଂ ମେଟ୍ରୋ ସହ ଜଡ଼ିତ ଉଦ୍ୟୋଗର ସ୍ଥିତି ଆହୁରି ମଜଭୁତ ହେବ। ରିପୋର୍ଟ ଅନୁସାରେ, ଟାଟା ଅଟୋକମ୍ପ ଏବଂ ସ୍କୋଡା ଗ୍ରୁପ୍‌ ନୂଆ ସହଭାଗିତା ଅନୁଯାୟୀ ଭାରତରେ ଏକ ନୂଆ କମ୍ପାନି ସ୍ଥାପନ କରିବେ। ଏହି କମ୍ପାନି ରେଲଓ୍ବେ ପାଇଁ କନଭରଟର, ଡ୍ରାଇଭ ସିଷ୍ଟମ ଏବଂ ଅକ୍ସିଲାରୀ କନଭର୍ଟର ଭଳି ଉପକରଣର ନିର୍ମାଣ କରିବ। ଏହି ଉପକରଣ ମୁଖ୍ୟତଃ ମିଡିୟମ ହାଇ-ସ୍ପିଡ ଟ୍ରେନ୍, ମେଟ୍ରୋ ଏବଂ ଲାଇଟ୍ ରେଲଓ୍ବେ ଟ୍ରେନ ପାଇଁ ତିଆରି କରାଯିବ।ଏହାଦ୍ବାରା ସ୍ଥାନୀୟ ରୋଜଗାର, ଜ୍ଞାନକୌଶଳର ସ୍ଥାନାନ୍ତରଣ ଏବଂ ଇକୋନୋମିକ୍ ଡେଭଲପମେଣ୍ଟକୁ ବଳ ମିଳିବ। କମ୍ପାନିର ସୂଚନା ଅନୁସାରେ, ଏହି ଜଏଣ୍ଟ ଭେଞ୍ଚର ଦ୍ବାରା ଭାରତ କେବଳ ଯେ, ରେଲଓ୍ବେ ଜ୍ଞାନକୌଶଳରେ ଆତ୍ମନିର୍ଭର ହେବ ତାହା ନୁହେଁ, ବରଂ ୟୁରୋପୀୟ ଜ୍ଞାନକୌଶଳକୁ ଭାରତୀୟ ଦାମ୍‌ରେ ଉପଲବ୍ଧ ହୋଇପାରିବ

ଟାଟା ଗ୍ରୁପ୍ ଓ ସ୍କୋଡା ଗ୍ରୁପ୍‌ର ସହଭାଗିତା, ନିର୍ମାଣ କରିବେ ରେଲଓ୍ବେ ଉପକରଣ

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ଆରମ୍ଭ ହେଲା ନୂଆ ଜ୍ଞାନକୌଶଳ କ୍ରାନ୍ତି । ଭାରତୀୟ ରେଳବାଇ ପାଇଁ କାମ କରିବେ ଟାଟା ଗ୍ରୁପ୍‌ର ସହାୟକ କମ୍ପାନି ଟାଟା ଅଟୋକମ୍ପ ସିଷ୍ଟମ ଏବଂ ୟୁରୋପର ସ୍କୋଡା ଗ୍ରୁପ୍। ଦୁଇ କମ୍ପାନି ସହଭାଗିତାରେ ମିଶି କାମ କରିବେ। ଖାଲି ସେତିକି ନୁହେଁ ଦୁଇ କମ୍ପାନି ଭାରତୀୟ ରେଲଓ୍ବେ ପାଇଁ ପ୍ରୋପଲ୍ସନ ସିଷ୍ଟମ ଏବଂ ଅନ୍ୟ ଅତ୍ୟାଧୁନିକ କମ୍ପୋନେଣ୍ଟସ ଇତ୍ୟାଦି ତିଆରି କରିବେ । ଏଥିରେ ମଲ୍ଟି- ମିଲିୟନ ୟୁରୋ ନିବେଶ ହେବ। ଏହାଦ୍ବାରା ଦେଶର ରେଲଓ୍ବେ ଏବଂ ମେଟ୍ରୋ ସହ ଜଡ଼ିତ ଉଦ୍ୟୋଗର ସ୍ଥିତି ଆହୁରି ମଜଭୁତ ହେବ। 

ରିପୋର୍ଟ ଅନୁସାରେ, ଟାଟା ଅଟୋକମ୍ପ ଏବଂ ସ୍କୋଡା ଗ୍ରୁପ୍‌ ନୂଆ ସହଭାଗିତା ଅନୁଯାୟୀ ଭାରତରେ ଏକ ନୂଆ କମ୍ପାନି ସ୍ଥାପନ କରିବେ। ଏହି କମ୍ପାନି ରେଲଓ୍ବେ ପାଇଁ କନଭରଟର, ଡ୍ରାଇଭ ସିଷ୍ଟମ ଏବଂ ଅକ୍ସିଲାରୀ କନଭର୍ଟର ଭଳି ଉପକରଣର ନିର୍ମାଣ କରିବ। ଏହି ଉପକରଣ ମୁଖ୍ୟତଃ ମିଡିୟମ ହାଇ-ସ୍ପିଡ ଟ୍ରେନ୍, ମେଟ୍ରୋ ଏବଂ ଲାଇଟ୍ ରେଲଓ୍ବେ ଟ୍ରେନ ପାଇଁ ତିଆରି କରାଯିବ।

ଏହାଦ୍ବାରା ସ୍ଥାନୀୟ ରୋଜଗାର, ଜ୍ଞାନକୌଶଳର ସ୍ଥାନାନ୍ତରଣ ଏବଂ ଇକୋନୋମିକ୍ ଡେଭଲପମେଣ୍ଟକୁ ବଳ ମିଳିବ। କମ୍ପାନିର ସୂଚନା ଅନୁସାରେ, ଏହି ଜଏଣ୍ଟ ଭେଞ୍ଚର ଦ୍ବାରା ଭାରତ କେବଳ ଯେ, ରେଲଓ୍ବେ ଜ୍ଞାନକୌଶଳରେ ଆତ୍ମନିର୍ଭର ହେବ ତାହା ନୁହେଁ, ବରଂ ୟୁରୋପୀୟ ଜ୍ଞାନକୌଶଳକୁ ଭାରତୀୟ ଦାମ୍‌ରେ ଉପଲବ୍ଧ ହୋଇପାରିବ।