ଟାଟାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଦେଶ ହରାଇଲା ଅମୂଲ୍ୟ ରତ୍ନ

ନୂଆଦିଲ୍ଲୀ ୧୦/୧୦: ପରଲୋକରେ ବିଜନେସ୍ ଟାଇକୁନ୍‌ ରତନ ଟାଟା । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ ସୋମବାର ଅକ୍ଟୋବର ୭ରେ ଶରୀର ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାର୍ଦ୍ଧକ୍ୟ ଜମିତ ସମସ୍ୟା ସହ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ ଟାଟା । ସେପଟେ ଟାଟାଙ୍କ ମୃତ୍ୟୁ ପରେ ସାରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଭାରତ ହରାଇଛି ଏକ ଆଇକନ୍ । ଯିଏ କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣରେ ଥିଲା ବଡ ହାତ । In the sad demise of Shri Ratan Tata, India has lost an icon who blended corporate growth with nation building, and excellence with ethics. A recipient of Padma Vibhushan and Padma Bhushan, he took forward the great Tata legacy and gave it a more impressive global presence. He…— President of India (@rashtrapatibhvn) October 9, 2024ପଦ୍ମବିଭୂଷଣ ଏବଂ ପଦ୍ମ ଭୂଷଣର ଜଣେ ପ୍ରାପ୍ତ ସେ ମହାନ ବ୍ୟକ୍ତି ଟାଟା ଗ୍ରୁପ୍‌କୁ ଆଗକୁ ବଢାଇବାରେ ଥିଲେ ତାଙ୍କର ରହିଛି ଅତୁଳନୀୟ ଅବଦାନ । ଅନେକ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ

ଟାଟାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଦେଶ ହରାଇଲା ଅମୂଲ୍ୟ ରତ୍ନ

ନୂଆଦିଲ୍ଲୀ ୧୦/୧୦: ପରଲୋକରେ ବିଜନେସ୍ ଟାଇକୁନ୍‌ ରତନ ଟାଟା । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ ସୋମବାର ଅକ୍ଟୋବର ୭ରେ ଶରୀର ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାର୍ଦ୍ଧକ୍ୟ ଜମିତ ସମସ୍ୟା ସହ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ ଟାଟା । 

ସେପଟେ ଟାଟାଙ୍କ ମୃତ୍ୟୁ ପରେ ସାରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଭାରତ ହରାଇଛି ଏକ ଆଇକନ୍ । ଯିଏ କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣରେ ଥିଲା ବଡ ହାତ । 



ପଦ୍ମବିଭୂଷଣ ଏବଂ ପଦ୍ମ ଭୂଷଣର ଜଣେ ପ୍ରାପ୍ତ ସେ ମହାନ ବ୍ୟକ୍ତି ଟାଟା ଗ୍ରୁପ୍‌କୁ ଆଗକୁ ବଢାଇବାରେ ଥିଲେ ତାଙ୍କର ରହିଛି ଅତୁଳନୀୟ ଅବଦାନ । ଅନେକ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ମୁଁ ତାଙ୍କ ପରିବାର, ଟାଟା ଗ୍ରୁପ୍ ର ସମଗ୍ର ଟିମ୍ ଏବଂ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକମାନଙ୍କ ପାଇଁ ମୋର ଗଭୀର ସମବେଦନା ଜଣାଉଛି । 

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟାଟାଙ୍କ ବିୟୋଗର ମର୍ମାହତ । ସେ କହିଛନ୍ତି ଦେଶ ହରାଇଛି ଗୋଟିଏ ଅମୂଲ୍ୟ ରତ୍ନ । ନମୋ କହିଛନ୍ତି ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ, ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ମଣିଷ ଥିଲେ । ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ଗୃହକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ । ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ରହିଲା । ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ନିଜକୁ ଅନେକ ଲୋକଙ୍କୁ ଭଲ ପାଉଥିଲେ।


ସେହିଭଳି ବିବୃତ୍ତିରେ କଂଗ୍ରେସ କହିଛି ଯେ ପଦ୍ମବିଭୂଷଣ ଶ୍ରୀ ରତନ ଟାଟା, ଭାରତୀୟ ଶିଳ୍ପର ଟାଇଟାନ ତଥା ଭାରତର କର୍ପୋରେଟ ଦୃଶ୍ୟକୁ ଆକୃଷ୍ଟ କରିଥିବା ଜଣେ ଚାଣକ୍ୟଙ୍କ ଦେହାନ୍ତରେ ଏହା ଅତ୍ୟନ୍ତ ଦୁଃଖିତ । 

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟାଟାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି, ଚାଣକ୍ୟ ରତନ ଟାଟାଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ । ସେ ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ । 


ସମଗ୍ର ବିଶ୍ୱରେ ବ୍ୟବସାୟିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି ସେ । ଯାହା ଭବିଷ୍ୟତ ପୀଢିିକୁ ପ୍ରେରଣା ଦେବ । ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର, ବନ୍ଧୁ ଏବଂ ଅନୁଗାମୀମାନଙ୍କ ସହିତ ଅଛି । ଓମଶାନ୍ତି....

ସେହିଭଳି ଟାଟାଙ୍କ ବିୟୋଗରେ ସମଗ୍ର ମହାରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟରେ ଦିନିକିଆ ଶୋକ ଘୋଷଣା ହୋଇଛି । ଅନ୍ୟପଟେ ଟାଟାନଗର, ଜାମସେଦପୁରରେ ବି ଶୋକ ପାଳନ ହେଉଛି ।