ଟାରିଫ ୱାର ମଧ୍ୟରେ ବାକି ଦେଶଙ୍କୁ ଚୀନ୍ ର ଖୋଲା ଧମକ, ଜାଣନ୍ତୁ କହିଛି କ’ଣ?

ବେଜିଂ ୨୧।୪:  ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ ୱାର ଏବେ ନୂଆ ମୋଡ଼ ନେଇଛି। ଚୀନ୍‌ କଡ଼ା ଚେତାବନୀ ଦେଇ କହିଛି ଯେ କୌଣସି ଦେଶ ଯଦି ଆମେରିକା ସହିତ ଏପରି ବାଣିଜ୍ୟ ବୁଝାମଣା କରେ, ଯାହା ଚୀନ ହୀତର ବିରୋଧୀ ତାହକୁ ସେ କେବେ ସ୍ୱୀକାର କରିବ ନାହିଁ ଓ ଜବାବରେ କଡ଼ା ପଦକ୍ଷେପ ନେବ। ଚୀନ୍‌ ର ଏହି ଚେତାବନୀ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ କେତେକ ଦେଶଙ୍କ ଉପରେ ଚୀନ୍ ସହ କାରବାର ସୀମିତ କରିବା ପାଇଁ ଚାପ ପକାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ବିଶ୍ୱରେ ୧୦%ର ସମାନ ଟାରିଫ ଲାଗୁ କରିଛନ୍ତି। ତେବେ ଚୀନ୍‌ ଉପରେ ଏହି ହାର ୨୪୫% ପର୍ଯ୍ୟନ୍ତ ପହଞ୍ଚିଲାଣି। ଏହାର ଜବାବରେ ବେଜିଂ ଆମେରିକାରୁ ଆସୁଥିବା ଉତ୍ପାଦ ଉପରେ ୧୨୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଆମେରିକାର ଏହି ଟାରିଫ ନୀତି ଏବେ ବିଶ୍ୱ ବାଣିଜ୍ୟକୁ ସଂକଟରେ ପକାଇଥିବା ବେଳେ ମାନ୍ଦାବସ୍ଥା ଆଶଙ୍କା ମଧ୍ୟ ଗଭୀର ହେବାରେ ଲାଗିଛି। ଚୀନ୍‌ ବାଣିଜ୍ୟମନ୍ତ୍ରାଳୟ ସୋମବାର ଜାରି ବୟାନରେ କହିଛି ଯେ ‘ଯେ କୌଣସି ଦେଶ ଚୀନ୍ ହୀତକୁ ଅଣଦେଖା କରି ଯଦି ଆମେରିକା ସହିତ ବଡ଼ କାରବାର କରିବାକୁ ଯାଏ ଏଭଳି ମନବୃତ୍ତି ଅନ୍ତତଃ ଉଭୟ ପକ୍ଷଙ୍କୁ କ୍ଷତିରେ ପକାଇବ’। ବେଜିଂ ଆମେରିକା ଉପରେ ସବୁ ବ୍ୟବସାୟୀକ ଅଂଶିଦାରଙ୍କ ଉପରେ ଟାରିଫ ଥୋପିବା ଓ ‘ପ୍ରତିଶୋଧ ଶୁଳ୍କ’ ଆଲୋଚନା ନାମରେ ସେମାନଙ୍କୁ ଧମକାଉଥିବାର ଅଭିଯୋଗ ଆଣିଛି। ମନ୍ତ୍ରାଳୟ ସ୍

ଟାରିଫ ୱାର ମଧ୍ୟରେ ବାକି ଦେଶଙ୍କୁ ଚୀନ୍ ର ଖୋଲା ଧମକ, ଜାଣନ୍ତୁ କହିଛି କ’ଣ?

ବେଜିଂ ୨୧।୪:  ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ ୱାର ଏବେ ନୂଆ ମୋଡ଼ ନେଇଛି। ଚୀନ୍‌ କଡ଼ା ଚେତାବନୀ ଦେଇ କହିଛି ଯେ କୌଣସି ଦେଶ ଯଦି ଆମେରିକା ସହିତ ଏପରି ବାଣିଜ୍ୟ ବୁଝାମଣା କରେ, ଯାହା ଚୀନ ହୀତର ବିରୋଧୀ ତାହକୁ ସେ କେବେ ସ୍ୱୀକାର କରିବ ନାହିଁ ଓ ଜବାବରେ କଡ଼ା ପଦକ୍ଷେପ ନେବ। ଚୀନ୍‌ ର ଏହି ଚେତାବନୀ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ କେତେକ ଦେଶଙ୍କ ଉପରେ ଚୀନ୍ ସହ କାରବାର ସୀମିତ କରିବା ପାଇଁ ଚାପ ପକାଉଛି। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ବିଶ୍ୱରେ ୧୦%ର ସମାନ ଟାରିଫ ଲାଗୁ କରିଛନ୍ତି। ତେବେ ଚୀନ୍‌ ଉପରେ ଏହି ହାର ୨୪୫% ପର୍ଯ୍ୟନ୍ତ ପହଞ୍ଚିଲାଣି। ଏହାର ଜବାବରେ ବେଜିଂ ଆମେରିକାରୁ ଆସୁଥିବା ଉତ୍ପାଦ ଉପରେ ୧୨୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଆମେରିକାର ଏହି ଟାରିଫ ନୀତି ଏବେ ବିଶ୍ୱ ବାଣିଜ୍ୟକୁ ସଂକଟରେ ପକାଇଥିବା ବେଳେ ମାନ୍ଦାବସ୍ଥା ଆଶଙ୍କା ମଧ୍ୟ ଗଭୀର ହେବାରେ ଲାଗିଛି। 

ଚୀନ୍‌ ବାଣିଜ୍ୟମନ୍ତ୍ରାଳୟ ସୋମବାର ଜାରି ବୟାନରେ କହିଛି ଯେ ‘ଯେ କୌଣସି ଦେଶ ଚୀନ୍ ହୀତକୁ ଅଣଦେଖା କରି ଯଦି ଆମେରିକା ସହିତ ବଡ଼ କାରବାର କରିବାକୁ ଯାଏ ଏଭଳି ମନବୃତ୍ତି ଅନ୍ତତଃ ଉଭୟ ପକ୍ଷଙ୍କୁ କ୍ଷତିରେ ପକାଇବ’। ବେଜିଂ ଆମେରିକା ଉପରେ ସବୁ ବ୍ୟବସାୟୀକ ଅଂଶିଦାରଙ୍କ ଉପରେ ଟାରିଫ ଥୋପିବା ଓ ‘ପ୍ରତିଶୋଧ ଶୁଳ୍କ’ ଆଲୋଚନା ନାମରେ ସେମାନଙ୍କୁ ଧମକାଉଥିବାର ଅଭିଯୋଗ ଆଣିଛି। ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛି ଯେ ଚୀନ୍‌ ନିଜର ଅଧିକାରର ରକ୍ଷା ଲାଗି ସକ୍ଷମ ଓ ଏହି ଲଢେଇଙ୍କୁ ଶେଷ ପର୍ଯ୍ୟନ୍ତ ଲଢିବ। 

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା କଥା ହେଉଛି ଆମେରିକା ଓ ଚୀନ୍ ମଧ୍ୟରେ କଥାବାର୍ତ୍ତା ଚାଲିଛି। ସେ ହ୍ୱାଇଟହାଉସ୍ ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ‘ହଁ ଆମେ ଚୀନ୍ ସହିତ କଥାବାର୍ତ୍ତା କରୁଛୁ, ମୋତେ ଲାଗୁଛି ଆମେ ଚୀନ୍‌ ସହିତ ଏକ ଭଲ ବୁଝାମଣାରେ ଉପନୀତ ହେବୁ’। ତେବେ ଚୀନ୍‌ ପକ୍ଷରୁ ଏ ପର୍ଯ୍ୟନ୍ତ କଥାବାର୍ତ୍ତା ନେଇ କୌଣସି ପୁଷ୍ଟି କରାଯାଇ ନାହିଁ। ଓଲଟା ବେଜିଂ ଆମେରିକାର ନୀତିକୁ ‘ଏକରତରଫା ଓ ସଂରକ୍ଷଣବାଦୀ’ ବୋଲି କହିଛି ଓ ଚେତାଇଛି ଯେ ଏହା ବିଶ୍ୱକୁ ଜଙ୍ଗଲ ଆଇନ ଆଡକୁ ନେଇଯିବ।