ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ଜର୍ସି ଲଞ୍ଚ୍, ଦେଖନ୍ତୁ Video

ଧର୍ମଶାଳା: ଟି-୨୦ ବିଶ୍ଵକପ୍‌ ୨୦୨୪କୁ ଆଉ ଗୋଟିଏ ମାସରୁ କମ ସମୟ ବାକି ରହିଛି। ଆଇପିଏଲ୍ ସରିବା ପରେ ପରେ ଟି-୨୦ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳ ନିଜର ୧୫ ଜଣିଆ ଦଳ ଘୋଷଣା କରି ସାରିଛି। ଏହା ମଧ୍ୟରେ ସୋମବାର ବିସିସିଆଇ  ଆଗାମୀ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ଜର୍ସି ଲଞ୍ଚ କରିଛି। ବିସିସିଆଇ ଓ ଆଡିଡାସ ଖାସ୍ ଶୈଳୀରେ ଭାରତୀୟ ଦଳର ଟି-୨୦ ଜର୍ସିକୁ ହେଲିକପ୍ଟର ଜରିଆରେ ଲଞ୍ଚ୍ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି। ଭିଡିଓରେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଦେଖିବାକୁ ମିଳିଛି। ରୋହିତ କୁଲଦୀପ ଓ ଜାଡ଼େଜାଙ୍କୁ କିଛି ଇସାରା କରୁଛନ୍ତି। ସେହି ସମୟରେ ହେଲିକପ୍ଟର ଟିମ୍ ଇଣ୍ଡିଆର ଜର୍ସିକୁ ନେଇ ଉଡ଼ି ଯାଉଛି। ନୂଆ ଜର୍ସିରେ ବେକରେ ତ୍ରିରଙ୍ଗା ରଙ୍ଗର ଭି ସେପ୍ ରହିଛି। ଜର୍ସିର ଆଗ ଏବଂ ପଛ ଭାଗ ନୀଳ ରଙ୍ଗର ରହିଛି। ଏହାର ଉଭୟ ପାର୍ଶ୍ଵରେ ଗେରୁଆ ରଙ୍ଗର ଧାର ରହିଛି। ଜର୍ସି ଲଞ୍ଚ୍ ହେବା ପୂର୍ବରୁ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଲିକ୍ ହୋଇଥିଲା। ଏବେ ଆଡିଡାସ ଜର୍ସିକୁ ଆନୁଷ୍ଠାନିକ ଭାବେ ଜାରି କରିଛି।One jersey. One Nation.Presenting the new Team India T20 jersey.Available in stores and online from 7th may, at 10:00 AM. pic.twitter.com/PkQKweEv95— adidas (@

ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ଜର୍ସି ଲଞ୍ଚ୍, ଦେଖନ୍ତୁ Video

ଧର୍ମଶାଳା: ଟି-୨୦ ବିଶ୍ଵକପ୍‌ ୨୦୨୪କୁ ଆଉ ଗୋଟିଏ ମାସରୁ କମ ସମୟ ବାକି ରହିଛି। ଆଇପିଏଲ୍ ସରିବା ପରେ ପରେ ଟି-୨୦ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳ ନିଜର ୧୫ ଜଣିଆ ଦଳ ଘୋଷଣା କରି ସାରିଛି। ଏହା ମଧ୍ୟରେ ସୋମବାର ବିସିସିଆଇ  ଆଗାମୀ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ଜର୍ସି ଲଞ୍ଚ କରିଛି। ବିସିସିଆଇ ଓ ଆଡିଡାସ ଖାସ୍ ଶୈଳୀରେ ଭାରତୀୟ ଦଳର ଟି-୨୦ ଜର୍ସିକୁ ହେଲିକପ୍ଟର ଜରିଆରେ ଲଞ୍ଚ୍ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି। 

ଭିଡିଓରେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଦେଖିବାକୁ ମିଳିଛି। ରୋହିତ କୁଲଦୀପ ଓ ଜାଡ଼େଜାଙ୍କୁ କିଛି ଇସାରା କରୁଛନ୍ତି। ସେହି ସମୟରେ ହେଲିକପ୍ଟର ଟିମ୍ ଇଣ୍ଡିଆର ଜର୍ସିକୁ ନେଇ ଉଡ଼ି ଯାଉଛି। ନୂଆ ଜର୍ସିରେ ବେକରେ ତ୍ରିରଙ୍ଗା ରଙ୍ଗର ଭି ସେପ୍ ରହିଛି। ଜର୍ସିର ଆଗ ଏବଂ ପଛ ଭାଗ ନୀଳ ରଙ୍ଗର ରହିଛି। ଏହାର ଉଭୟ ପାର୍ଶ୍ଵରେ ଗେରୁଆ ରଙ୍ଗର ଧାର ରହିଛି। ଜର୍ସି ଲଞ୍ଚ୍ ହେବା ପୂର୍ବରୁ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଲିକ୍ ହୋଇଥିଲା। ଏବେ ଆଡିଡାସ ଜର୍ସିକୁ ଆନୁଷ୍ଠାନିକ ଭାବେ ଜାରି କରିଛି।




ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳଗୁଡ଼ିକ ନୂତନ ଜର୍ସି ଅନାବରଣ କରିଥାନ୍ତି। କ୍ରିକେଟ୍ ପ୍ରଶଂସକ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ବିଶ୍ଵକପ୍‌ ଜର୍ସି କେମିତି ରହିବ ତାକୁ ଚାହିଁ ରହିଥିଲେ। ଆଡିଡାସ ହେଉଛି ବିସିସିଆଇର କିଟ୍ ସ୍ପନସର। ଏହା ଦିନିକିଆ ଓ ଟି-୨୦ ପାଇଁ ଭିନ୍ନ ଭିନ୍ନ  ପୋଷାକ ପ୍ରସ୍ତୁତ କରିଥାଏ। ଦିନିକିଆ ଜର୍ସିର କଲର ରହିଥାଏ ଏବଂ ଟି-୨୦ ଜର୍ସି ବିନା କଲର ସହିତ ଅଶୋକ ଚକ୍ର ଚିହ୍ନ ରହିଥାଏ। 

ସୂଚନାଯୋଗ୍ୟ, ଭାରତ ଜୁନ ୫ରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ଭାରତ ସହ ଏ ଗ୍ରୁପରେ ପାକିସ୍ତାନ, ଆମେରିକା, କାନାଡା ଓ ଆୟରଲାଣ୍ଡ ରହିଛି। ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ। ୧୨ ତାରିଖରେ ଆମେରିକା ଓ ଜୁନ ୧୫ରେ କାନାଡା ବିପକ୍ଷରେ ଦଳ ନିଜର ପରବର୍ତ୍ତୀ ମୁକାବିଲା ଖେଳିବ।