ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଦକ୍ଷିଣ ଆଫ୍ରିକାର ଟିମ୍ ଘୋଷଣା, ୨ ଅନକ୍ୟାପ୍ଡ ଖେଳାଳିଙ୍କୁ ସୁଯୋଗ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଖେଳାଳି ଚୟନ କରିବାର ଅନ୍ତିମ ତାରିଖ ମେ ୧ ଥିବାରୁ ଗତ ଦୁଇ ଦିନ ହେବ ଗୋଟିଏ ପରେ ଗୋଟିଏ ଅଂଶଗ୍ରହଣକାରୀ ଦେଶ ନିଜ ନିଜର ଦଳ ଘୋଷଣା କରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ଟି-୨୦ ବିଶ୍ଵକପ୍ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ଆଡନ ମାରକ୍ରମଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ସଂପ୍ରତି ଦକ୍ଷିଣ ଆଫ୍ରିକାର ଅଧିକାଂଶ ଖେଳାଳି ଆଇପିଏଲ୍ ଖେଳୁଛନ୍ତି। ଘୋଷିତ ୧୫ ଜଣିଆ ଦଳରେ ଦୁଇ ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖା ଯାଇଛି।Also read: କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆରେ କାହିଁକି ମିଳିଲାନି ସ୍ଥାନ ?ଆଫ୍ରିକା କ୍ରିକେଟ୍ ବୋର୍ଡ ଏମିତି ଅନେକ ଖେଳାଳିଙ୍କ ଚୟନ କରିଛନ୍ତି ଯେଉଁମାନେ ଚଳିତ ଆଇପିଏଲ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦଳରେ ଦ୍ରୁତ ବୋଲର ଗେରାଲ୍ଡ କୋଏତଜିଙ୍କୁ ସୁଯୋଗ ମିଳିଛି। ଏହି ବୋଲର ୨୦୨୩ ଦିନିକିଆ ବିଶ୍ଵକପ୍ରେ ମଧ୍ୟ ଦଳର ସଦସ୍ୟ ଥିଲେ। ବର୍ତ୍ତମାନ କୋଏତଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଦକ୍ଷିଣା ଆଫ୍ରିକା କ୍ରିକେଟ୍ ବୋର୍ଡ ଟି-୨୦ ବିଶ୍ଵକପ୍ ପାଇଁ ବେଶ ସନ୍ତୁଳିତ ଦଳ ଘୋଷଣା କରିଛି। ଦଳରେ ଅନୁଭବୀ ଖେଳାଳିଙ୍କ ସହ ଅଭିଜ୍ଞ ଖେଳାଳିଙ୍କ ସନ୍ତୁଳନ ରହିଛି। ଦଳରେ ଅଧିନାୟକ ଆଡନ ମାରକ୍ରମଙ୍କ ସହ କ୍ଵିଣ୍ଟନ ଡିକକ୍, ହେନରିକ କ୍ଲାସେନ, ଡେଭିଡ ମିଲର, କାଗିସୋ ରାବଡା ଓ ତବରେଜ ସମ୍ସିଙ୍କ ପରି ଅ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଖେଳାଳି ଚୟନ କରିବାର ଅନ୍ତିମ ତାରିଖ ମେ ୧ ଥିବାରୁ ଗତ ଦୁଇ ଦିନ ହେବ ଗୋଟିଏ ପରେ ଗୋଟିଏ ଅଂଶଗ୍ରହଣକାରୀ ଦେଶ ନିଜ ନିଜର ଦଳ ଘୋଷଣା କରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ଟି-୨୦ ବିଶ୍ଵକପ୍ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ଆଡନ ମାରକ୍ରମଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ସଂପ୍ରତି ଦକ୍ଷିଣ ଆଫ୍ରିକାର ଅଧିକାଂଶ ଖେଳାଳି ଆଇପିଏଲ୍ ଖେଳୁଛନ୍ତି। ଘୋଷିତ ୧୫ ଜଣିଆ ଦଳରେ ଦୁଇ ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖା ଯାଇଛି।
Also read: କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆରେ କାହିଁକି ମିଳିଲାନି ସ୍ଥାନ ?
ଆଫ୍ରିକା କ୍ରିକେଟ୍ ବୋର୍ଡ ଏମିତି ଅନେକ ଖେଳାଳିଙ୍କ ଚୟନ କରିଛନ୍ତି ଯେଉଁମାନେ ଚଳିତ ଆଇପିଏଲ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦଳରେ ଦ୍ରୁତ ବୋଲର ଗେରାଲ୍ଡ କୋଏତଜିଙ୍କୁ ସୁଯୋଗ ମିଳିଛି। ଏହି ବୋଲର ୨୦୨୩ ଦିନିକିଆ ବିଶ୍ଵକପ୍ରେ ମଧ୍ୟ ଦଳର ସଦସ୍ୟ ଥିଲେ। ବର୍ତ୍ତମାନ କୋଏତଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି।
ଦକ୍ଷିଣା ଆଫ୍ରିକା କ୍ରିକେଟ୍ ବୋର୍ଡ ଟି-୨୦ ବିଶ୍ଵକପ୍ ପାଇଁ ବେଶ ସନ୍ତୁଳିତ ଦଳ ଘୋଷଣା କରିଛି। ଦଳରେ ଅନୁଭବୀ ଖେଳାଳିଙ୍କ ସହ ଅଭିଜ୍ଞ ଖେଳାଳିଙ୍କ ସନ୍ତୁଳନ ରହିଛି। ଦଳରେ ଅଧିନାୟକ ଆଡନ ମାରକ୍ରମଙ୍କ ସହ କ୍ଵିଣ୍ଟନ ଡିକକ୍, ହେନରିକ କ୍ଲାସେନ, ଡେଭିଡ ମିଲର, କାଗିସୋ ରାବଡା ଓ ତବରେଜ ସମ୍ସିଙ୍କ ପରି ଅନୁଭବୀ ଖେଳାଳିଙ୍କ ଚୟନ କରାଯାଇଛି।
ଟି-୨୦ ବିଶ୍ଵକପ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ
ଆଡନ ମାରକ୍ରମ(ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଗେରାଲ୍ଡ କୋଏତଜି, କ୍ଵିଣ୍ଟନ ଡିକକ୍, ବ୍ୟୋର୍ଣ୍ଣ କୋର୍ଟୁଇନ, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ଜନସେନ, ହେନରିକ କ୍ଲାସେନ, କେଶବ ମହାରାଜ, ଡେଭିଡ୍ ମିଲର, ଏନରିକ ନୋର୍ଟଜେ, କାଗିସୋ ରାବଡ଼ା, ରୟାନ ରିକେଲଟନ, ତବରେଜ ସମ୍ସି, ଟ୍ରିଷ୍ଟନ ଷ୍ଟବ୍ସ।
ଟ୍ରାଭେଲିଂ ରିଜର୍ଭ ଖେଳାଳି- ନାନ୍ଦ୍ରେ ବର୍ଗର ଏବଂ ଲୁଙ୍ଗି ଏଙ୍ଗିଡି।