ଟି-୨୦ ବିଶ୍ୱକପ ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ବିସିସିଆଇର ଟଙ୍କା ବର୍ଷା

ମୁମ୍ବାଇ: ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ ଉପରେ ଟଙ୍କା ବର୍ଷା କଲା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇ। ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟେରି ଜୟ ଶାହ। ଏହି ଅର୍ଥ ରାଶି ଟିମ୍ ଖେଳାଳିଙ୍କ ସହିତ କୋଚ ଓ ସପୋର୍ଟି ଷ୍ଟାଫମାନଙ୍କ ପାଇଁ ବି ରହିଛି। ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଶାହ।ଏକ୍ସରେ ଶାହ ଲେଖିଛନ୍ତି “ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଜିତିଥିବାରୁ ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି। ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ ଚମତ୍କାର ଖେଳୁଆଡ଼ ଭାବ ପ୍ରଦର୍ଶନ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, କୋଚ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ!”ଏହା ପୂର୍ବରୁ ଆସିସି(ଅନ୍ତର୍ଜାତୀଯ କ୍ରିକେଟ ପରିଷଦ) ବିଜେତା ପୁରସ୍କାର ରାଶି ଘୋଷଣା କରି ସାରିଛି। ଏଥର ଆଇସିସି ମୋଟ ୧୧.୨୫ ମିଲିଅନ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ବିଜେତା ଭାବେ ଭାରତ ସେଥିରୁ ୨.୪୫ ମିଲିଅନ (୨୦.୪୨) କୋଟି ଟଙ୍କା ପାଇବ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ୧.୨୮ ମିଲିଅନ ଡଲାର (୧୦.୬୭ କୋଟି) ଟଙ୍କା ମିଳିବ।ସୂଚନା ଥାଉକି ଗତକାଲି(ଜୁନ ୨୯) ୱେଷ୍ଟଇଣ୍ଡିଜ୍‌ ବାରବୋଡସର ବ୍ରିଜଟାଉନ୍‌ରେ ଥିବା କିନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ

ଟି-୨୦ ବିଶ୍ୱକପ ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ବିସିସିଆଇର ଟଙ୍କା ବର୍ଷା

ମୁମ୍ବାଇ: ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ ଉପରେ ଟଙ୍କା ବର୍ଷା କଲା ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇ। ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟେରି ଜୟ ଶାହ। ଏହି ଅର୍ଥ ରାଶି ଟିମ୍ ଖେଳାଳିଙ୍କ ସହିତ କୋଚ ଓ ସପୋର୍ଟି ଷ୍ଟାଫମାନଙ୍କ ପାଇଁ ବି ରହିଛି। ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଶାହ।

ଏକ୍ସରେ ଶାହ ଲେଖିଛନ୍ତି “ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଜିତିଥିବାରୁ ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି। ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ ଚମତ୍କାର ଖେଳୁଆଡ଼ ଭାବ ପ୍ରଦର୍ଶନ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, କୋଚ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ!”
ଏହା ପୂର୍ବରୁ ଆସିସି(ଅନ୍ତର୍ଜାତୀଯ କ୍ରିକେଟ ପରିଷଦ) ବିଜେତା ପୁରସ୍କାର ରାଶି ଘୋଷଣା କରି ସାରିଛି। ଏଥର ଆଇସିସି ମୋଟ ୧୧.୨୫ ମିଲିଅନ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ବିଜେତା ଭାବେ ଭାରତ ସେଥିରୁ ୨.୪୫ ମିଲିଅନ (୨୦.୪୨) କୋଟି ଟଙ୍କା ପାଇବ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ୧.୨୮ ମିଲିଅନ ଡଲାର (୧୦.୬୭ କୋଟି) ଟଙ୍କା ମିଳିବ।

ସୂଚନା ଥାଉକି ଗତକାଲି(ଜୁନ ୨୯) ୱେଷ୍ଟଇଣ୍ଡିଜ୍‌ ବାରବୋଡସର ବ୍ରିଜଟାଉନ୍‌ରେ ଥିବା କିନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପ୍ ଖେଳାଯାଇଥିଲା। ଏଥିରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୫୯ ବଲ୍‌ରେ ୭୬ ରନ୍ ଓ ଅକ୍ଷର ପଟେଲ ୩୧ ବଲ୍‌ରେ ୪୭ ରନ୍ କରିଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ଯଦିଓ କଡ଼ା ଟକ୍କର ଦେଇଥିଲା ହେଲେ ଲକ୍ଷ୍ୟ ହାସଲ କରିପାରି ନଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୯ ରନ କରିଥିଲା। ଫଳରେ ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୦ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମ୍ରା ୧୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ହର୍ଦ୍ଦିକ ପାଣ୍ଡ୍ୟା ୨୦ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଫଳରେ  ଭାରତ ଦୀର୍ଘ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତିପାରିଥିଲା।