ଟି-୨୦ ବିଶ୍ୱକପ: ବିଜେତା ସମେତ କେଉଁ ଦଳକୁ କେତେ ଟଙ୍କା ମିଳିବ?

ବିଶ୍ୱକପ ପାଇଁ ମୋଟ ଆର୍ଥିକ ପୁରସ୍କାର ଆଇସିସି ୧୧.୨୫ ମିଲିୟନ ଡଲାର ରଖିଛି।

ଟି-୨୦ ବିଶ୍ୱକପ: ବିଜେତା ସମେତ କେଉଁ ଦଳକୁ କେତେ ଟଙ୍କା ମିଳିବ?

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ବାରବାଡୋସରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି। ଭାରତ ଦ୍ୱିତୀୟ ଥର ଟ୍ରଫି ଜିତିବା ଲକ୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଶ୍ୱକପ ଜିତିବାକୁ ଉଦ୍ୟମ କରୁଛି। 

ଏସବୁ ଭିତରେ ଆଇସିସି ପକ୍ଷରୁ ପୁରସ୍କାର ଅର୍ଥ ଘୋଷଣା କରାଯାଇଛି। ବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ମଧ୍ୟ ମିଳିବ। ଏଥର ଆର୍ଥିକ ପୁରସ୍କାର ରାଶିକୁ ଆଇସିସି ବୃଦ୍ଧି କରିଛି।

ବିଜେତା ଦଳ ସମେତ ରନର୍ସ ଅପ ଓ ବିଭିନ୍ନ ସ୍ଥାନରେ ଅଭିଯାନ ସମାପ୍ତ କରିଥିବା ଦଳକୁ ମଧ୍ୟ ଆର୍ଥିକ ପୁରସ୍କାର ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେରିକା ପ୍ରଥମଥର ପାଇଁ କୌଣସି ବିଶ୍ୱକପର ଆୟୋଜନ କରିଛି।

ବିଶ୍ୱକପ ପାଇଁ ମୋଟ ଆର୍ଥିକ ପୁରସ୍କାର ଆଇସିସି ୧୧.୨୫ ମିଲିୟନ ଡଲାର ରଖିଛି।

ଆସନ୍ତୁ ଜାଣିବା କେଉଁ ଦଳକୁ କେତେ ଟଙ୍କା ମିଳିବ

ବିଜେତା- ୨୦.୪୦ କୋଟି

ରନର୍ସ ଅପ- ୧୦.୬୭ କୋଟି

ସେମି ଫାଇନାଲିଷ୍ଟ- ୬.୪୮ କୋଟି

ସୁପର ୮ ଟିମ- ୩.୧୬ କୋଟି

୯ମରୁ ଦ୍ୱାଦଶ ମଧ୍ୟରେ ରହିଥିବା ଦଳ – ୨ କୋଟି

୧୩ରୁ ୨୦ତମ ସ୍ଥାନ ମଧ୍ୟରେ ରହିଥିବା ଦଳ – ୧.୮୭ କୋଟି

ମ୍ୟାଚ୍‌ ପିଛା ପ୍ରତି ଦଳକୁ ବୋନସ – ୨୬ ଲକ୍ଷ