ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

କମ୍ ସ୍କୋର ଥିଲେ ବି ଭାରତର ଘାତକ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ।

ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ଟି-୨୦ ବିଶ୍ୱକପ୍‌ରରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ବୋଲିଂରେ ଘାଇଲା କଲେ ବୁମ୍‌ରା ଓ ପାଣ୍ଡ୍ୟା। ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାତକ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ।

ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୨୦ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଏହି ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ। ତେବେ ପ୍ରାରମ୍ଭିକ ବ୍ୟାଟିଂରେ ଭାରତ ବିପର୍ଯ୍ୟୟର ସାମନା କରିଥିଲା। କିନ୍ତୁ ରିଷଭ ପନ୍ତଙ୍କ ଲଢୁଆ ୪୨ ରନ୍ ବଳରେ ଭାରତ କରିଥିଲା ୧୧୯ ରନ୍।

ଟି-ଟ୍ୱେଣ୍ଟି ବିଶ୍ୱକପରେ ଏହା ଭାରତର ଲଗାତାର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ପାକିସ୍ତାନ ଦ୍ୱିତୀୟ ପରାଜୟ ଦେଖିଛି। ଏହି ବିଜୟ ସହ ଗ୍ରୁପ୍ 'ଏ' ପଏଣ୍ଟ ତାଲିକର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ।