ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା

ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍‌ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓମାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଏହି ସଂସ୍କରଣରେ ଏହା ଓମାନର ତୃତୀୟ ପରାଜୟ। ଅନ୍ୟପକ୍ଷରେ ସ୍କଟଲାଣ୍ଡ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିବା ପାଇଁ ଇଂଲଣ୍ଡ ପାଇଁ ଟେନସନ ବୃଦ୍ଧି କରିଛି। ଓମାନ ଦଳ ଏକପାଖିଆ ପରାଜୟର ସମ୍ମୁଖୀନ ହୋଇଥିଲା। ସ୍କଟଲ୍ୟାଣ୍ଡ ଏବଂ ଓମାନ […] The post ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା appeared first on Dharitri Odia News.

ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା

ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍‌ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓମାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଏହି ସଂସ୍କରଣରେ ଏହା ଓମାନର ତୃତୀୟ ପରାଜୟ। ଅନ୍ୟପକ୍ଷରେ ସ୍କଟଲାଣ୍ଡ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିବା ପାଇଁ ଇଂଲଣ୍ଡ ପାଇଁ ଟେନସନ ବୃଦ୍ଧି କରିଛି।
ଓମାନ ଦଳ ଏକପାଖିଆ ପରାଜୟର ସମ୍ମୁଖୀନ ହୋଇଥିଲା। ସ୍କଟଲ୍ୟାଣ୍ଡ ଏବଂ ଓମାନ ମଧ୍ୟରେ ଏହି ମ୍ୟାଚ ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓମାନ ୨୦ ଓଭରରେ ୭ ଉଇକେଟ ନେଇ ୧୫୦ ରନ କରିଥିଲା। ୧୫୧ ରନ୍‌ର ଟାର୍ଗେଟକୁ ପିଛା କରି ସ୍କଟଲ୍ୟାଣ୍ଡ ମାତ୍ର ୧୩.୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ବ୍ରାଣ୍ଡନ ମ୍ୟାକମଲେନ ଦଳ ପାଇଁ ସବୁଠୁ ବଡ଼ ଇନିଂସ ଖେଳିଥିଲେ। ସେ ୩୧ ବଲରେ ଅପରାଜିତ ୬୧ ରନ ସଂଗ୍ରହ କରିଥିଲେ।

The post ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା appeared first on Dharitri Odia News.