ଟି-୨୦ ମହିଳା ଏସିଆ କପ୍: ଭାରତକୁ ହରାଇ ଇତିହାସ ରଚିଲା ଶ୍ରୀଲଙ୍କା: ଜିତିଲା ପ୍ରଥମ ଏସିଆ କପ୍

ନୂଆଦିଲ୍ଲୀ: ପୂରା ଏସିଆ କପ୍‌ରେ ଦମ୍‌ଦାର ଫାଇଟ କଲା ଭାରତ। ବଡ଼ ବଡ଼ ଟିମ୍‌କୁ ଧୂଳି ଚଟାଇଲା। ହେଲେ ଫାଇନାଲ୍‌ରେ ୧୨ ବର୍ଷର ତପସ୍ୟ ଶୁକୁଆ ଝୋଳରେ ଗଲା। ରବିବାର ଖେଳାଯାଇଥିବା ଟି-୨୦ ଏସିଆ କପ୍‌ ଫାଇନାଲ୍‌ରେ ଭାରତ ଶ୍ରୀଲଙ୍କା ଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଛି। ଫାଇନାଲ୍‌ରେ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଅତି ଖରାପ ପ୍ରଦର୍ଶନ କରିଥିଲେ। ୱିକେଟ୍ ନ ଗଡ଼ିବାରୁ ଶ୍ରୀଲଙ୍କା ଏସିଆ କପ ଜିତି ନେଇଛି। ସେପଟେ ଫାଇନାଲ୍‌ରେ ଭାରତକୁ ହରାଇ ଶ୍ରୀଲଙ୍କା ମହିଳା ଟିମ୍ ପ୍ରଥମ ଥର ପାଇଁ ଏସିଆ କପ୍ ଜିତି ଇତିହାସ ସୃଷ୍ଟି କରିଛି।  ରବିବାର ଶ୍ରୀଲଙ୍କାର ରାଙ୍ଗିରି ଡାମ୍ବୁଲା କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମହିଳା ଏସିଆ କପ୍ ଖେଳାଯାଇଥିଲା। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଜବରଦସ୍ତ ବ୍ୟାଟିଂ କରି ମାତ୍ର ୨ ୱିକେଟ ହରାଇ ୧୮.୪ ଓଭରରେ ୧୬୭ ରନ୍ କରି ମ୍ୟାଚ୍ ଜିତି ନେଇଛି। ୧୬୬ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦମ୍‌ଦାର ବ୍ୟାଟିଂ କରିଥିଲା। ଯଦିଓ ଦଳ ୧.୪ ଓଭରରେ ପ୍ରଥମ ୱିକେଟ ହରାଇଥିଲା, ହେଲେ ଚମାରି ଆଥାପାଟ୍ଟୁ ଓ ହର୍ଷିତା ସମରୱିକ୍ରମା ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଥାପାଟ୍ଟୁ ୪୩ ବଲରେ ୬୧ ରନ୍ କରିଥିବା ବେଳେ ହର୍ଷିତା ୫୧ ବଲ୍‌ରେ ୬୯ ରନ୍ କରିଥିଲେ। ସେହିପରି କାଭିଶା ଦିହ୍ଲାର

ଟି-୨୦ ମହିଳା ଏସିଆ କପ୍: ଭାରତକୁ ହରାଇ ଇତିହାସ ରଚିଲା ଶ୍ରୀଲଙ୍କା: ଜିତିଲା ପ୍ରଥମ ଏସିଆ କପ୍

ନୂଆଦିଲ୍ଲୀ: ପୂରା ଏସିଆ କପ୍‌ରେ ଦମ୍‌ଦାର ଫାଇଟ କଲା ଭାରତ। ବଡ଼ ବଡ଼ ଟିମ୍‌କୁ ଧୂଳି ଚଟାଇଲା। ହେଲେ ଫାଇନାଲ୍‌ରେ ୧୨ ବର୍ଷର ତପସ୍ୟ ଶୁକୁଆ ଝୋଳରେ ଗଲା। ରବିବାର ଖେଳାଯାଇଥିବା ଟି-୨୦ ଏସିଆ କପ୍‌ ଫାଇନାଲ୍‌ରେ ଭାରତ ଶ୍ରୀଲଙ୍କା ଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଛି। ଫାଇନାଲ୍‌ରେ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଅତି ଖରାପ ପ୍ରଦର୍ଶନ କରିଥିଲେ। ୱିକେଟ୍ ନ ଗଡ଼ିବାରୁ ଶ୍ରୀଲଙ୍କା ଏସିଆ କପ ଜିତି ନେଇଛି। ସେପଟେ ଫାଇନାଲ୍‌ରେ ଭାରତକୁ ହରାଇ ଶ୍ରୀଲଙ୍କା ମହିଳା ଟିମ୍ ପ୍ରଥମ ଥର ପାଇଁ ଏସିଆ କପ୍ ଜିତି ଇତିହାସ ସୃଷ୍ଟି କରିଛି।  

ରବିବାର ଶ୍ରୀଲଙ୍କାର ରାଙ୍ଗିରି ଡାମ୍ବୁଲା କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମହିଳା ଏସିଆ କପ୍ ଖେଳାଯାଇଥିଲା। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଜବରଦସ୍ତ ବ୍ୟାଟିଂ କରି ମାତ୍ର ୨ ୱିକେଟ ହରାଇ ୧୮.୪ ଓଭରରେ ୧୬୭ ରନ୍ କରି ମ୍ୟାଚ୍ ଜିତି ନେଇଛି। 

୧୬୬ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦମ୍‌ଦାର ବ୍ୟାଟିଂ କରିଥିଲା। ଯଦିଓ ଦଳ ୧.୪ ଓଭରରେ ପ୍ରଥମ ୱିକେଟ ହରାଇଥିଲା, ହେଲେ ଚମାରି ଆଥାପାଟ୍ଟୁ ଓ ହର୍ଷିତା ସମରୱିକ୍ରମା ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଥାପାଟ୍ଟୁ ୪୩ ବଲରେ ୬୧ ରନ୍ କରିଥିବା ବେଳେ ହର୍ଷିତା ୫୧ ବଲ୍‌ରେ ୬୯ ରନ୍ କରିଥିଲେ। ସେହିପରି କାଭିଶା ଦିହ୍ଲାରି ୧୬ ବଲ୍‌ରେ ୩୦ ରନ୍‌ର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଫଳରେ ଦଳ ୧୬୭ ରନ୍ କରି ଫାଇନାଲ୍ ଜିତି ନେଇଥିଲା।

ଅନ୍ୟପଟେ ଭାରତ ପକ୍ଷରୁ ସମସ୍ତ ବୋଲର ଶ୍ରୀଲଙ୍କା ଉପରେ ଚାପ ପକାଇବାରେ ବିଫଳ ହୋଇଥିଲେ। କେବଳ ଦିପ୍ତୀ ଶର୍ମା ଗୋଟିଏ ୱିକେଟ୍ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଫେଲ୍ ମାରିଥିଲେ। ବିଶେଷ କରି ବୋଲିଂରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ଫଳରେ ଏସିଆ କପ୍ ହାତରୁ ଖସି ଯାଇଛି।