ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

'କର ବା ମର' ସ୍ଥିତିରେ ଥିବା ଏହି ମ୍ୟାଚକୁ ସହଜରେ ଜିତି ସମ୍ମାନ ରକ୍ଷା କରିଛନ୍ତି ୱମେନ୍ସ ବ୍ରିଗେଡ୍।  

ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। 'କର ବା ମର' ସ୍ଥିତିରେ ଥିବା ଏହି ମ୍ୟାଚକୁ ସହଜରେ ଜିତି ସମ୍ମାନ ରକ୍ଷା କରିଛନ୍ତି ମହିଳା ବ୍ରିଗେଡ୍।  

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା ଏହି ହାଇଭୋଲଟେଜ୍ ମ୍ୟାଚ୍। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲର୍ ଫତିମା ସନାଙ୍କ ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ। ଆରମ୍ଭରୁ ଝଡ଼ାଇ ଥିଲେ ଗୋଟିଏ ପରେ ଗୋଟିଏ ୱିକେଟ୍। କୌଣସି ପାକିସ୍ତାନ ଖେଳାଳି ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ।

ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ କେବଳ ନିଦ୍ରା ଦାର ସର୍ବାଧିକ ୨୮ ରନ୍ କରିଥିଲେ।ଅନ୍ୟ କେହି ବଡ଼ ଅଙ୍କ ଛୁଇଁ ପାରିନଥିଲେ।