ଟିଏମସି ସାଂସଦଙ୍କୁ ପୋଲିସର ନୋଟିସ୍
କୋଲକାତା : କୋଲକାତା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଫସିଗଲେ ଟିଏମସି ସାଂସଦ । ମିଛ ଖବର ପ୍ରସାର... The post ଟିଏମସି ସାଂସଦଙ୍କୁ ପୋଲିସର ନୋଟିସ୍ appeared first on .
କୋଲକାତା : କୋଲକାତା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଫସିଗଲେ ଟିଏମସି ସାଂସଦ । ମିଛ ଖବର ପ୍ରସାର କରିବା ଅଭିଯୋଗରେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ କୋଲକାତା ପୋଲିସ ନୋଟିସ ପଠାଇଛି । କୋଲକାତା ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଭୁଲ୍ ତଥ୍ୟ ପୋଷ୍ଟ କରିଥିବା ଅଭିଯୋଗ କରି ଏହି ନୋଟିସ ପଠାଇଛି କୋଲକାତା ପୋଲିସ । ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରୟ କୋଲକାତା ମେଡିକାଲ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସୋସିଆଲ ମିଡିଆରେ କରିଥିବା କିଛି ପୋଷ୍ଟକୁ ନେଇ ନୋଟିସ ଜାରି ହୋଇଥିଲା। ହତ୍ଯାକାଣ୍ଡ ସ୍ଥଳରେ ୩ ଦିନ ପରେ ସନ୍ଧାନୀ କୁକୁର ନେଇ ପୋଲିସ ଯାଞ୍ଚ କରିଥିଲେ ବୋଲି ପୋଷ୍ଟ କରିଥିଲେ ସାଂସଦ। ସୁଖେନ୍ଦୁ ଶେଖର ରୟଙ୍କ ଏହି ପୋଷ୍ଟକୁ ମିଛ ଖବର ବୋଲି ଦାବି କରିଛି କୋଲକାତା ପୋଲିସ। ଆଜି ଅପରାହ୍ନ ୪ଟା ସୁଦ୍ଧା ସୁଖେନ୍ଦୁଙ୍କୁ ପୋଲିସ ନିକଟରେ ହାଜର ହେବାକୁ ଥିଲା ଡେଡଲାଇନ୍ ।
The post ଟିଏମସି ସାଂସଦଙ୍କୁ ପୋଲିସର ନୋଟିସ୍ appeared first on .