ଟିଏମ୍ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ: ଅଧୀର ରଞ୍ଜନ ଚୌଧୁରୀ
ନୂଆଦିଲ୍ଲୀ: କଂଗ୍ରେସ ଓ ଟିଏମ୍ସି ଗୋଟିଏ ମେଣ୍ଟରେ ଥିଲେ ବି ପଶ୍ଚିମବଙ୍ଗରେ ଦୁଇ ଦଳଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ରହିଛି। ବରଂ ବିରୋଧୀକୁ ପ୍ରଶଂସା ହେଉଛି ହେଲେ ମେଣ୍ଟ ସହଯୋଗୀର ଛାଇ ଦେଖିଲେ ନାହି ଡେଉଁଛି। ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍ସି ମଧ୍ୟରେ ଏମିତି ଚାଲିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହୁ କହୁ କହିଦେଇଛନ୍ତି- ଟିଏମ୍ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ। ମଙ୍ଗଳବାର ଏକ ସଭାକୁ ସମ୍ବୋଧନ କରି ଅଧୀର ଏଭଳି ବୟାନ ଦେବା ପରେ ରାଜ୍ୟରେ ଦୁଇ ଦଳଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ି ଯାଇଛି। ଦୁଇ ଜଣଙ୍କର ଝଗଡ଼ା ହେଲେ ୩ ଜଣଙ୍କର ଲାଭ ଭଳି ବିଜେପି ଏହାର ଫାଇଦା ଉଠାଇଛି। ବିଜେପି ନେତା ଶେହେଜାଦ ପୁନାୱାଲା ଅଧୀରଙ୍କର ଏହି ଭିଡିଓକୁ ଶେୟାର କରିଛନ୍ତି। ଏବଂ ଲେଖିଛନ୍ତି -କଂଗ୍ରେସ ନେତା ବି ଜାଣିଛନ୍ତି ଯେ ଟିଏମ୍ସିକୁ ଭୋଟ୍ ଦେବା ମାନେ କ୍ଷତିକାରକ। ମାମଲାକୁ ନେଇ କଂଗ୍ରେସ ନେତା ଜୟରାମଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମଁ ଅଧୀରଙ୍କର ଭିଡିଓ ଦେଖି ନାହାନ୍ତି। ଅଧୀର ରଞ୍ଜନ ଚୌଧୁରୀ ବେଙ୍ଗଲର ବରହମପୁର ଆସନରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଏବଂ ନିରପେକ୍ଷ ଦଳକୁ ଭୋଟ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି “କଂଗ୍ରେସ ଓ ବାମଦଳ ଜିତିବା ନିହାତି ଆବଶ୍ୟକ। ଯଦି ଏମାନେ ଜିତିବେ ନାହିଁ ତେବେ ଗଣତନ୍ତ୍ର ବିପଦରେ ପଡ଼ିଯିବ। ଟିଏମ୍ସିକୁ ଭୋଟ୍ ଦେବା ବିଜେପିକୁ
ନୂଆଦିଲ୍ଲୀ: କଂଗ୍ରେସ ଓ ଟିଏମ୍ସି ଗୋଟିଏ ମେଣ୍ଟରେ ଥିଲେ ବି ପଶ୍ଚିମବଙ୍ଗରେ ଦୁଇ ଦଳଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ରହିଛି। ବରଂ ବିରୋଧୀକୁ ପ୍ରଶଂସା ହେଉଛି ହେଲେ ମେଣ୍ଟ ସହଯୋଗୀର ଛାଇ ଦେଖିଲେ ନାହି ଡେଉଁଛି। ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍ସି ମଧ୍ୟରେ ଏମିତି ଚାଲିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହୁ କହୁ କହିଦେଇଛନ୍ତି- ଟିଏମ୍ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ। ମଙ୍ଗଳବାର ଏକ ସଭାକୁ ସମ୍ବୋଧନ କରି ଅଧୀର ଏଭଳି ବୟାନ ଦେବା ପରେ ରାଜ୍ୟରେ ଦୁଇ ଦଳଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ି ଯାଇଛି।
ଦୁଇ ଜଣଙ୍କର ଝଗଡ଼ା ହେଲେ ୩ ଜଣଙ୍କର ଲାଭ ଭଳି ବିଜେପି ଏହାର ଫାଇଦା ଉଠାଇଛି। ବିଜେପି ନେତା ଶେହେଜାଦ ପୁନାୱାଲା ଅଧୀରଙ୍କର ଏହି ଭିଡିଓକୁ ଶେୟାର କରିଛନ୍ତି। ଏବଂ ଲେଖିଛନ୍ତି -କଂଗ୍ରେସ ନେତା ବି ଜାଣିଛନ୍ତି ଯେ ଟିଏମ୍ସିକୁ ଭୋଟ୍ ଦେବା ମାନେ କ୍ଷତିକାରକ। ମାମଲାକୁ ନେଇ କଂଗ୍ରେସ ନେତା ଜୟରାମଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମଁ ଅଧୀରଙ୍କର ଭିଡିଓ ଦେଖି ନାହାନ୍ତି।
ଅଧୀର ରଞ୍ଜନ ଚୌଧୁରୀ ବେଙ୍ଗଲର ବରହମପୁର ଆସନରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଏବଂ ନିରପେକ୍ଷ ଦଳକୁ ଭୋଟ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି “କଂଗ୍ରେସ ଓ ବାମଦଳ ଜିତିବା ନିହାତି ଆବଶ୍ୟକ। ଯଦି ଏମାନେ ଜିତିବେ ନାହିଁ ତେବେ ଗଣତନ୍ତ୍ର ବିପଦରେ ପଡ଼ିଯିବ। ଟିଏମ୍ସିକୁ ଭୋଟ୍ ଦେବା ବିଜେପିକୁ ଭୋଟ୍ ଦେବା ସହ ସମାନ। ତେଣୁ କେବଳ ବିଜେପିକୁ ଭୋଟ୍ ଦେବା ହିଁ ଭଲ ହେବ। ବିଜେପିକୁ ଭୋଟ୍ ଦିଅନ୍ତୁ ନାହିଁ କି ଟିଏମ୍ସିକୁ ଭୋଟ୍ ଦିଅନ୍ତୁ ନାହିଁ।” ବଙ୍ଗଳା ଭାଷାରେ ସମ୍ବୋଧନ କରି ଏହି ବାଷଣ ଦେଇଛନ୍ତି ଅଧୀର ରଞ୍ଜନ ଚୌଧୁରୀ।
ପଢ଼ନ୍ତୁ- ୨୪ ଘଣ୍ଟାରେ ଆମେଥି ଓ ରାୟବରେଲୀକୁ ନେଇ ହେବ ନିଷ୍ପତ୍ତି: କଂଗ୍ରେସ୍
ଅନ୍ୟପଟେ ମାମଲାକୁ ନେଇ ଜୟରାମ କହିଛନ୍ତି ଯେ ମୁଁ ଅଧୀରଙ୍କ ଭିଡିଓ ଦେଖି ନାହିଁ। କିନ୍ତୁ ଏହା ଥୟ ଯେ ବିଜେପି ୨୦୧୯ରେ ଯେତିକି ଆସନ ଜିତିଥିଲା ଏଥର କିନ୍ତୁ ତାଠୁ ବହୁତ କମ ଜିତିବ। ବାମ ଦଳ ଓ କଂଗ୍ରେସ ଇଣ୍ଡିଆ ମେଣ୍ଟରେ ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ମଧ୍ୟ ଅନେକ ସମୟରେ ମେଣ୍ଟରେ ଥିବା କହିଛନ୍ତି ବୋଲି ଜୟରାମ କହିଛନ୍ତି। ସୂଚନା ଥାଉକି ରାଜ୍ୟରେ ଟିଏମ୍ସି ଓ କଂଗ୍ରେସ ମଧ୍ୟରେ ଏତେ ତିକ୍ତତା ରହିଛି ଯେ କେହି କାହାକୁ ଶିଟ୍ ଦେଇ ନାହାନ୍ତି। ଏଠାରୁ ଦୁଇ ଦଳ ନିଜ ନିଜର ଅଲଗା ପ୍ରାର୍ଥୀ ଦେଇଛନ୍ତି।
ଅନ୍ୟପଟେ ଅଧୀରଙ୍କ ଏଭଳି ବୟାନକୁ ଟାର୍ଗେଟ୍ କରି ଟଏମ୍ସି କଂଗ୍ରେସକୁ ବିଜେପି ବି ଟିମ୍ ବୋଲି କହିଛନ୍ତି। ଅଧୀର ବେଙ୍ଗଲ୍ରେ ବିଜେପିର ପ୍ରଚାର କରୁଛନ୍ତି ବୋଲି ଟିଏମ୍ସି ଏକ୍ସରେ ପୋଷ୍ଟ କରି ଲେଖିଛି। କେବଳ ବେଙ୍ଗଲ ବିରୋଧୀମାନେ ବିଜେପି ପାଇଁ ପ୍ରଚାର କରିବେ। ତେବେ ମେ ୧୩ ତାରିଖରେ ବରହମପୁର ଲୋକେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ଟିଏମ୍ସି ପୋଷ୍ଟ କରି ଲେଖିଛି।