ଟିକିଏ ଭୁଲ୍‌ରୁ ଚାଲିଗଲା ଜୀବନ.. ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ରେଢାଖୋଲ ୧୫।୦୬ : ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର କଳିନ୍ଦର ଗାଁରେ ଅଘଟଣ । କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ସାଢେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ସାଢେ ଦୁଇ ବର୍ଷ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଟିକରପଡ଼ା ପୁରୁଣାକୋଟ ଥାନା ଅଞ୍ଚଳର ଟୁକୁନା ସେଠା ତାଙ୍କ ପତ୍ନୀ, ସାଢେ ୩ ବର୍ଷ ଏବଂ ସାଢେ ଦୁଇ ବର୍ଷର ପୁଅଙ୍କ ସହିତ କଳିନ୍ଦର ଗାଁ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଥିଲେ । ଶନିବାର ସକାଳ ବାପା-ମା କାମ କରୁଥିବା ସମୟରେ ଦୁଇ ଭାଇ ପୋଖରୀ ଭିତରକୁ ଚାଲିଯାଇଥିଲେ । ଏହି ସମୟରେ ପାଣିରେ ବୁଡି ଯାଇଥିଲେ ଉଭୟ । ସେପଟେ ବାପା-ମାଆ ଦୁଇ ପୁଅଙ୍କୁ ନପାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଭୟ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । 

ଟିକିଏ ଭୁଲ୍‌ରୁ ଚାଲିଗଲା ଜୀବନ.. ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ରେଢାଖୋଲ ୧୫।୦୬ : ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର କଳିନ୍ଦର ଗାଁରେ ଅଘଟଣ । କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ସାଢେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ସାଢେ ଦୁଇ ବର୍ଷ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଅନୁଗୁଳ ଜିଲ୍ଲା ଟିକରପଡ଼ା ପୁରୁଣାକୋଟ ଥାନା ଅଞ୍ଚଳର ଟୁକୁନା ସେଠା ତାଙ୍କ ପତ୍ନୀ, ସାଢେ ୩ ବର୍ଷ ଏବଂ ସାଢେ ଦୁଇ ବର୍ଷର ପୁଅଙ୍କ ସହିତ କଳିନ୍ଦର ଗାଁ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଥିଲେ । ଶନିବାର ସକାଳ ବାପା-ମା କାମ କରୁଥିବା ସମୟରେ ଦୁଇ ଭାଇ ପୋଖରୀ ଭିତରକୁ ଚାଲିଯାଇଥିଲେ । ଏହି ସମୟରେ ପାଣିରେ ବୁଡି ଯାଇଥିଲେ ଉଭୟ । ସେପଟେ ବାପା-ମାଆ ଦୁଇ ପୁଅଙ୍କୁ ନପାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଭୟ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।