ଟିକେଟ ନମିଳିଲେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବିଜେପି ସାଂସଦ ବରୁଣ ଗାନ୍ଧି
ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧି ଆସନ୍ତା ଲୋକସଭା ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଉତ୍ତରପ୍ରଦେଶର ପିଲିଭିଟ ଆସନରୁ ଯଦି ବରୁଣ ଗାନ୍ଧିଙ୍କୁ ନିର୍ବାଚନ ଲଢ଼ିବାପାଇଁ ବିଜେପି ଟିକେଟ ନଦିଏ ତେବେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ୨୦୧୯ରେ ବରୁଣ ଗାନ୍ଧି ପିଲିଭିଟରୁ ଲଢ଼ିଥିଲେ ଏବଂ ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ବିଜୟ ହାସଲ କରିଥିଲେ। ତେବେ ଉକ୍ତ ଆସନରେ ପ୍ରାର୍ଥୀ ଦେବାପାଇଁ ବିଜେପି […]

ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧି ଆସନ୍ତା ଲୋକସଭା ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଉତ୍ତରପ୍ରଦେଶର ପିଲିଭିଟ ଆସନରୁ ଯଦି ବରୁଣ ଗାନ୍ଧିଙ୍କୁ ନିର୍ବାଚନ ଲଢ଼ିବାପାଇଁ ବିଜେପି ଟିକେଟ ନଦିଏ ତେବେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ୨୦୧୯ରେ ବରୁଣ ଗାନ୍ଧି ପିଲିଭିଟରୁ ଲଢ଼ିଥିଲେ ଏବଂ ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ବିଜୟ ହାସଲ କରିଥିଲେ। ତେବେ ଉକ୍ତ ଆସନରେ ପ୍ରାର୍ଥୀ ଦେବାପାଇଁ ବିଜେପି ଏଯାବତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଲୋକସଭା ନିର୍ବାଚନ ପାଭଁ ବିଜେପି ଏଯାବତ ପୂର୍ବତନ ବିଏସପି ସାଂସଦ ରିତେଶ ପାଣ୍ଡେଙ୍କୁ ଆମ୍ବେଦକର ନଗର, ହେମା ମାଳିନୀ, ରବି କିଶନ, ଅଜୟ ମିଶ୍ର ତେନି, ମହେଶ ଶର୍ମା,, ଏସପିଏସ ବାଘେଲ, ସାକ୍ଷୀ ମହାରାଜଙ୍କୁ ସେମାନଙ୍କ ନିଜ ନିଜ ଆସନରୁ ପ୍ରାର୍ଥୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ନିର୍ବାଚନ ଲଢ଼ିବେ। ଇତି ମଧ୍ୟରେ କୋର୍ କମିଟି ବୈଠକରେ ସମସ୍ତ ରାଜ୍ୟସ୍ତରୀୟ ବିଜେପି ନେତାମାନେ ବରୁଣ ଗାନ୍ଧିଙ୍କୁ ଟିକେଟ ଦେବାକୁ ବିରୋଧ କରୁଛନ୍ତି। ତେଣୁ ଏଭଳି ସ୍ଥିତି ବରୁଣ ଗାନ୍ଧିଙ୍କୁ ଟିକେଟ ମିଳିବ କି ନା’ ତା ଉପରେ ସମସ୍ତଙ୍କ ନଜର ରହିଛି।