ଟିକେଟ ପାଇଁ ମହିଳାଙ୍କୁ କରୁଛନ୍ତି ଅସ୍ତ୍ର !

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପ୍‌କୁ ଗତ ଦୁଇ ଦିନ ହେଲା ଆସି କିଛି ମେସେଜ୍‌। ଯେଉଁଥିରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି।

ଟିକେଟ ପାଇଁ ମହିଳାଙ୍କୁ କରୁଛନ୍ତି ଅସ୍ତ୍ର !

ବିଜେଡି ନାରା ଦେଉଛି ‘ମାଆଙ୍କୁ ସମ୍ମାନ,ଗାଁକୁ କାମ’। ହେଲେ ସେହି ମାଆଙ୍କୁ ଆଜି ଦିଆଯାଉଛି ଧମକ। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଓକିଲାତି କରିବାକୁ କୁହାଯାଉଛି। ଏପରି ନକଲେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସବୁ ଯୋଜନାରୁ ବଞ୍ଚିତ କରାଯିବ ବୋଲି ଧମକ ଦିଆଯାଉଥିବା ଅଭିଯୋଗ ହେଉଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପ୍‌କୁ ଗତ ଦୁଇ ଦିନ ହେଲା ଆସି କିଛି ମେସେଜ୍‌। ଯେଉଁଥିରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ କୁହାଯାଇଛି।