ଟିକେଟ ପାଇବା ପରେ ବିଜେଡ଼ି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ଭିଡ଼
ଭୁବନେଶ୍ବର: ବୁଧବାର ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରଥମେ ୭୨ ଜଣ ବିଧାୟକ ପ୍ରାର୍ଥୀ ଏବଂ ୧୫ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତା । ପୁଣି ଥରେ ଅସ୍ଥାପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଂତୃପ୍ତ […]

ଭୁବନେଶ୍ବର: ବୁଧବାର ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରଥମେ ୭୨ ଜଣ ବିଧାୟକ ପ୍ରାର୍ଥୀ ଏବଂ ୧୫ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତା । ପୁଣି ଥରେ ଅସ୍ଥାପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସଂତୃପ୍ତ ମିଶ୍ର, ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ବିକ୍ରମ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସଂଜୀବ ମଲ୍ଲିକ, ବିକ୍ରମ ଆରୁଖ, ଅରବିନ୍ଦ ମହାପାତ୍ର, ଅଂଶୁମାନ ମହାନ୍ତି, ସୌଭିକ ବିଶ୍ୱାଳ, ପ୍ରତାପ ଦେବ ଓ ସୁବାସ ବେହେରା ନବୀନ ନିବାସରେ ପହଁଚି ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର, ଲତିକା ପ୍ରଧାନ, ଜଗନ୍ନାଥ ନାୟକ, ଜଗନ୍ନାଥ ସାରକା, ବିଷ୍ଣୁବ୍ରତ ରାଉତରାୟ, ଅଶ୍ୱିନୀ ପାତ୍ର ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ୫ଟି ଅଧ୍ୟକ୍ଷଙ୍କୁ ଭେଟି ସଠିକ ନିର୍ବାଚନ ପରିଚାଳନା ସହ ବିପୁଳ ମାତ୍ରାରେ ବିଜୟର ଗୁରୁମନ୍ତ୍ର ନେଇଛନ୍ତି ପ୍ରାର୍ଥୀ । ବିଜେଡି ସବୁ ବେଳେ ଲୋକଙ୍କ ସହ ଅଛି । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ ବିପୁଳ ଭୋଟର ଜିତିବେ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି।