ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା
ଭୁବନେଶ୍ୱର, ୨୩।୪(ସୁନିତ୍ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ କାର୍ଯ୍ୟାଳୟ ଭିତରେ ପ୍ରବଳ ହୋହଲ୍ଲା ପରିସ୍ଥିତି ଦେଖିବାକୁ ମିଳିଛି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଯାହାକୁ ପ୍ରାର୍ଥୀ କରାଯାଇଛି, ତାଙ୍କୁ ବଦଳାଇବା ପାଇଁ ଅନ୍ୟ ଗୋଷ୍ଠୀର ଶତାଧିକ କର୍ମୀ ଆସି କଂଗ୍ରେସଭବନ ଭିତରେ ଧସେଇ ପଶିଥିଲେ। ସେହିପରି ବୀରମହାରାଜପୁର, ମଧ୍ୟ ଭୁବନେଶ୍ୱର ଏବଂ କନ୍ଧମାଳ ଜିଲାର କିଛି ଆସନରୁ ବିଦ୍ରୋହୀମାନେ ଆସି ଦଳରେ […] The post ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା appeared first on Dharitri Odia News.
ଭୁବନେଶ୍ୱର, ୨୩।୪(ସୁନିତ୍ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ କାର୍ଯ୍ୟାଳୟ ଭିତରେ ପ୍ରବଳ ହୋହଲ୍ଲା ପରିସ୍ଥିତି ଦେଖିବାକୁ ମିଳିଛି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଯାହାକୁ ପ୍ରାର୍ଥୀ କରାଯାଇଛି, ତାଙ୍କୁ ବଦଳାଇବା ପାଇଁ ଅନ୍ୟ ଗୋଷ୍ଠୀର ଶତାଧିକ କର୍ମୀ ଆସି କଂଗ୍ରେସଭବନ ଭିତରେ ଧସେଇ ପଶିଥିଲେ। ସେହିପରି ବୀରମହାରାଜପୁର, ମଧ୍ୟ ଭୁବନେଶ୍ୱର ଏବଂ କନ୍ଧମାଳ ଜିଲାର କିଛି ଆସନରୁ ବିଦ୍ରୋହୀମାନେ ଆସି ଦଳରେ ଟିକେଟ ବିକ୍ରି କରାଯାଇଥିବା ଅଭିଯୋଗ କରିଥିଲେ। ଏହି ସମୟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ଗେଟ୍ ବାହାରେ ତାଲା ପକାଇ ରଖାଯାଇଥିଲା। ଏହି ସମୟରେ ବିଦ୍ରୋହୀମାନେ ପ୍ରବଳ ପାତିଟୁଣ୍ଡ କରୁଥିବାର ଦେଖିବାର ମିଳିଥିଲା।
The post ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା appeared first on Dharitri Odia News.