ଟିକେଟରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍, ଗୋଟିଏ ଆପ୍‌ରେ ମିଳିବ ସବୁ ସେବା; ରେଲଓ୍ବେ ଆଣିଲା ନୂଆ ଆପ୍‌

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଆପ୍‌ ଆଣିଛି ଭାରତୀୟ ରେଲଓ୍ବେ । ଯାହାର ନାଁ ରହିଛି ସ୍ବରେଲ (SwaRail)। ଆପ୍ ଯାତ୍ରୀଙ୍କୁ ଟିକେଟ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ ଜାଣିବା ଏବଂ ଖାଦ୍ୟ ଅର୍ଡର କରିବା ଭଳି ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ ଆପ୍‌ର ବ୍ୟବହାର କରି ଗ୍ରାହକ ନିଜର ଯାତ୍ରା ସହ ଜଡ଼ିତ କୌଣସି ସମସ୍ୟାର ସମାଧାନ ସହଜରେ କରିପାରିବେ। ସେଣ୍ଟର୍‌ ଫର୍‌ ରେଲଓ୍ବେ ଇନଫର୍ମେସନ ସିମ୍ (CRIS) ଏହି ଆପ୍‌କୁ ଡେଭଲପ୍‌ କରିଛି। ‘ସ୍ବରେଲ’ ଭାରତୀୟ ରେଲଓ୍ବେର ଭିନ୍ନ- ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଇଣ୍ଟିଗ୍ରେଟ କରୁଛି। ଯାହାଦ୍ବାରା ଯାତ୍ରୀଙ୍କୁ ରେଲଓ୍ବ ସହ ଜଡ଼ିତ ଭିନ୍ନ- ଭିନ୍ନ ଆପ୍‌ ଡାଉନଲୋଡ କରିବା ଆବଶ୍ୟକ ପଡ଼ିବନାହିଁ। ଏଥିପାଇଁ ଏହାକୁ ରେଲଓ୍ବର ସୁପର ଆପ୍ କୁହାଯାଉଛି। ଅବଶ୍ୟ ଏବେ ଏହାର ବିଟା ଭର୍ଜନରେ ରହିଛି। ଖୁବ୍‌ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।ଏଥିରେ ଯାତ୍ରୀ, ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକେଟ୍‌ ବୁକ୍ କରିପାରିବେ। ଏହା ସହ ଟ୍ରେନ ସର୍ଚ୍ଚ, ପିଏନଆର ଷ୍ଟାଟସ, ଫୁଡ ଅର୍ଡର, ଫାଇଲ ରିଫଣ୍ଡ୍‌, ଟ୍ରେନର ଲାଇଭ ଷ୍ଟାଟସ୍‌, କୋଚ୍‌ ପୋଜିସନ ଭଳି ଅନେକ ଜରୁରୀ ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ। ତେବେ ଏହି ନୂଆ ଆପ୍ ଆସିଲେ ବି ଆଇଆରସିଟିସି ଆପ୍‌ର ଗୁରୁତ୍ବ ରହିବ। କାରଣ ଏହି ପ୍ଲାଟଫର୍ମ ଟେନ୍ ଟିକେଟ ବୁକିଂ ଏ

ଟିକେଟରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍, ଗୋଟିଏ ଆପ୍‌ରେ ମିଳିବ ସବୁ ସେବା; ରେଲଓ୍ବେ ଆଣିଲା ନୂଆ ଆପ୍‌

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଆପ୍‌ ଆଣିଛି ଭାରତୀୟ ରେଲଓ୍ବେ । ଯାହାର ନାଁ ରହିଛି ସ୍ବରେଲ (SwaRail)। ଆପ୍ ଯାତ୍ରୀଙ୍କୁ ଟିକେଟ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ ଜାଣିବା ଏବଂ ଖାଦ୍ୟ ଅର୍ଡର କରିବା ଭଳି ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ ଆପ୍‌ର ବ୍ୟବହାର କରି ଗ୍ରାହକ ନିଜର ଯାତ୍ରା ସହ ଜଡ଼ିତ କୌଣସି ସମସ୍ୟାର ସମାଧାନ ସହଜରେ କରିପାରିବେ। ସେଣ୍ଟର୍‌ ଫର୍‌ ରେଲଓ୍ବେ ଇନଫର୍ମେସନ ସିମ୍ (CRIS) ଏହି ଆପ୍‌କୁ ଡେଭଲପ୍‌ କରିଛି। 

‘ସ୍ବରେଲ’ ଭାରତୀୟ ରେଲଓ୍ବେର ଭିନ୍ନ- ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଇଣ୍ଟିଗ୍ରେଟ କରୁଛି। ଯାହାଦ୍ବାରା ଯାତ୍ରୀଙ୍କୁ ରେଲଓ୍ବ ସହ ଜଡ଼ିତ ଭିନ୍ନ- ଭିନ୍ନ ଆପ୍‌ ଡାଉନଲୋଡ କରିବା ଆବଶ୍ୟକ ପଡ଼ିବନାହିଁ। ଏଥିପାଇଁ ଏହାକୁ ରେଲଓ୍ବର ସୁପର ଆପ୍ କୁହାଯାଉଛି। ଅବଶ୍ୟ ଏବେ ଏହାର ବିଟା ଭର୍ଜନରେ ରହିଛି। ଖୁବ୍‌ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।

ଏଥିରେ ଯାତ୍ରୀ, ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକେଟ୍‌ ବୁକ୍ କରିପାରିବେ। ଏହା ସହ ଟ୍ରେନ ସର୍ଚ୍ଚ, ପିଏନଆର ଷ୍ଟାଟସ, ଫୁଡ ଅର୍ଡର, ଫାଇଲ ରିଫଣ୍ଡ୍‌, ଟ୍ରେନର ଲାଇଭ ଷ୍ଟାଟସ୍‌, କୋଚ୍‌ ପୋଜିସନ ଭଳି ଅନେକ ଜରୁରୀ ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ। 

ତେବେ ଏହି ନୂଆ ଆପ୍ ଆସିଲେ ବି ଆଇଆରସିଟିସି ଆପ୍‌ର ଗୁରୁତ୍ବ ରହିବ। କାରଣ ଏହି ପ୍ଲାଟଫର୍ମ ଟେନ୍ ଟିକେଟ ବୁକିଂ ଏବଂ ଟୁରିଜିମ ଉପରେ ଆଧାରିତ। ‘ସ୍ବରେଲ’ ଏକ ଓ୍ବାନ-ଷ୍ଟପ୍‌ ସଲ୍ୟୁସନ ଭାବରେ କାମ କରିବ। ଯେଉଁଠାରେ ଟିକେଟ ବୁକିଂ ସହ ଆହୁରି ଅନେକ ସୁବିଧା ମିଳିବ। ଏହି ଆପ୍‌ ରେଲଓ୍ବେର ଡିଜିଟାଲ ସେବାକୁ ସରଳୀକରଣ କରି ୟୁଜର୍ସଙ୍କୁ ଉତ୍ତମ ଅନୁଭବ ଦେବ।