ଟିକେଟ୍ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…
ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ କଟିଥିବାବେଳେ ଏଥିରେ ମଧ୍ୟପ୍ରଦେଶ ଭୋପାଳର ଏମପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ରହିଛି। ଟିକେଟ୍ କାହିଁକି କଟିଲା ଗଣମାଧ୍ୟମର ପ୍ରଶ୍ନରେ ଭୋପାଳର ଭାଜପା ଏମପି ପ୍ରଜ୍ଞା ଠାକୁର ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ହୋଇପାରେ […] The post ଟିକେଟ୍ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ କଟିଥିବାବେଳେ ଏଥିରେ ମଧ୍ୟପ୍ରଦେଶ ଭୋପାଳର ଏମପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ରହିଛି।
ଟିକେଟ୍ କାହିଁକି କଟିଲା ଗଣମାଧ୍ୟମର ପ୍ରଶ୍ନରେ ଭୋପାଳର ଭାଜପା ଏମପି ପ୍ରଜ୍ଞା ଠାକୁର ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ହୋଇପାରେ ଅତୀତରେ ମୋର କିଛି ଶଦ୍ଦ ମୋଦିଜୀଙ୍କୁ ପସନ୍ଦ ଆସିନାହିଁ। ସେଥିପାଇଁ ଆଖି ଯାଏଁ କ୍ଷମା କରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋତେ କେବେ କ୍ଷମା କରିବେ ନାହିଁ ମାତ୍ର ମୁଁ କ୍ଷମା ମାଗି ସାରିଛି। ମୋର ବୟାନକୁ ଢାଲ କରି ବିରୋଧୀ ମୋଦୀଜୀଙ୍କୁ ବିରୋଧୀ ଟାର୍ଗେଟ କରୁଥିଲେ ।
ପ୍ରଜ୍ଞା ଠାକୁର ଆହୁରି କହିଛନ୍ତି, ଏହା ସଂଗଠନର ନିର୍ଣ୍ଣୟ। ଏଥିରେ ଚିନ୍ତା କରିବା ଉଚିତ ନୁହେଁ । ମୁଁ ପୂର୍ବରୁ କେବେ ଟିକେଟ୍ ମାଗି ନ ଥିଲି ଏବଂ ଏବେ ବି ମାଗୁନାହିଁ।
ଭୋପାଳ ଆସନରୁ ଦଳ ଆଲୋକ ଶର୍ମା ଙ୍କୁ ଟିକେଟ ଦେଇଛି। ପାର୍ଟି ମଧ୍ୟ ପ୍ରଦେଶର ୨୯ ସିଟରୁ ୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ରାଜ୍ୟର ଦୁଇ ଏମପି ଭୋପାଳରୁ ପ୍ରଜ୍ଞା ଠାକୁର ଓ ଗୁନାରୁ କେପି ଶର୍ମାଙ୍କ ଟିକେଟ କଟିଛି। ଗୁନାରୁ ଦଳ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ ଦେଇଛି।
The post ଟିକେଟ୍ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ… appeared first on Dharitri Odia News.