ଟିକେଟ୍ ଘୋଷଣା ପରେ ତେଜୁଛି ବିଜେପି କଳି, ରାଜ୍ୟ କାର୍ଯ୍ୟାଳୟରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା ଓ କର୍ମୀ
ଭୁବନେଶ୍ଵର: ବିଜେପିର ଟିକେଟ୍ ଘୋଷଣା ପରେ ବି କିଛି ବିଧାନସଭା ସିଟ୍ରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ । ଏମିତିରେ ଉଭୟ ପ୍ରାର୍ଥୀ ଓ ଆଶାୟୀ ପାର୍ଟି ଅଫିସକୁ ଆସି ସେମାନଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ନିଜ ନିଜ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ଧର୍ମଶାଳାରେ ବିଜେପି ଟିକେଟ୍ ଆଶାୟୀ ଥିବା ହିମାଂଶୁ ସାହୁ ଏବଂ ଟିକେଟ୍ ପାଇଥିବା ସ୍ମୃତିରେଖା ପହିଙ୍କ ଭିତରେ ଏକ ରକମ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଉଭୟ ନିଜ ନିଜର ଶକ୍ତି ପ୍ରଦର୍ଶନ କରି ରାଜ୍ୟ ସଭାପତିଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ ଚଳାଇଛନ୍ତି। ସେହିଭଳି ଜୟଦେବ, ବଡ଼ମ୍ବାରୁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଟିକେଟ୍ ଆଶାୟୀ ।Also read: ବିଜେପିର ଲୋକସଭା ପ୍ରାର୍ଥୀ ସୂଚୀରେ ୧୬% ମହିଳା, ସେଥିରୁ ବି ଅଧା ରାଜ ପରିବାରରପ୍ରାର୍ଥୀ ଘୋଷଣା ପରେ ଯାଜପୁର ଧର୍ମଶାଳା ବିଜେପିରେ ସୃଷ୍ଟି ହୋଇଛି ଅଡ଼ୁଆ ପରିସ୍ଥିତି । ବଳ କଷାକଷିରେ ମାତିଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି ଏବଂ ଆଶାୟୀ ହିମାଂଶୁ ସାହୁ । ଆଜି ସ୍ମୃତିରେଖା ଭୁବନେଶ୍ବର ପାର୍ଟି ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସେପଟେ ଧର୍ମଶାଳାରେ ପ୍ରତିବାଦ ସଭା କରି ପାଓ୍ବାର ସୋ’ କରିଛନ୍ତି ଟିକେଟ୍ ଆଶାୟୀ ହିମାଂଶୁ । ବିଜେପି ପ୍ରତିଷ୍ଠା ଦିବସ ପାଳନ ଆଳରେ ବଡ଼ ସମାବେଶ କରି ଧର୍ମଶାଳାରେ ନିଜ ଲୋକପ୍ରିୟତା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ
ଭୁବନେଶ୍ଵର: ବିଜେପିର ଟିକେଟ୍ ଘୋଷଣା ପରେ ବି କିଛି ବିଧାନସଭା ସିଟ୍ରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ । ଏମିତିରେ ଉଭୟ ପ୍ରାର୍ଥୀ ଓ ଆଶାୟୀ ପାର୍ଟି ଅଫିସକୁ ଆସି ସେମାନଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ନିଜ ନିଜ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ଧର୍ମଶାଳାରେ ବିଜେପି ଟିକେଟ୍ ଆଶାୟୀ ଥିବା ହିମାଂଶୁ ସାହୁ ଏବଂ ଟିକେଟ୍ ପାଇଥିବା ସ୍ମୃତିରେଖା ପହିଙ୍କ ଭିତରେ ଏକ ରକମ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଉଭୟ ନିଜ ନିଜର ଶକ୍ତି ପ୍ରଦର୍ଶନ କରି ରାଜ୍ୟ ସଭାପତିଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ ଚଳାଇଛନ୍ତି। ସେହିଭଳି ଜୟଦେବ, ବଡ଼ମ୍ବାରୁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଟିକେଟ୍ ଆଶାୟୀ ।
Also read: ବିଜେପିର ଲୋକସଭା ପ୍ରାର୍ଥୀ ସୂଚୀରେ ୧୬% ମହିଳା, ସେଥିରୁ ବି ଅଧା ରାଜ ପରିବାରର
ପ୍ରାର୍ଥୀ ଘୋଷଣା ପରେ ଯାଜପୁର ଧର୍ମଶାଳା ବିଜେପିରେ ସୃଷ୍ଟି ହୋଇଛି ଅଡ଼ୁଆ ପରିସ୍ଥିତି । ବଳ କଷାକଷିରେ ମାତିଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି ଏବଂ ଆଶାୟୀ ହିମାଂଶୁ ସାହୁ । ଆଜି ସ୍ମୃତିରେଖା ଭୁବନେଶ୍ବର ପାର୍ଟି ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସେପଟେ ଧର୍ମଶାଳାରେ ପ୍ରତିବାଦ ସଭା କରି ପାଓ୍ବାର ସୋ’ କରିଛନ୍ତି ଟିକେଟ୍ ଆଶାୟୀ ହିମାଂଶୁ । ବିଜେପି ପ୍ରତିଷ୍ଠା ଦିବସ ପାଳନ ଆଳରେ ବଡ଼ ସମାବେଶ କରି ଧର୍ମଶାଳାରେ ନିଜ ଲୋକପ୍ରିୟତା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ହିମାଂଶୁ । ସେପଟେ ଏକ ବିରାଟ ରାଲି କରି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟକୁ ଆସିଥିଲେ ଧର୍ମଶାଳାରୁ ଟିକେଟ୍ ପାଇଥିବା ସ୍ମୃତିରେଖା ପହି । ନିଜ ସମର୍ଥକଙ୍କୁ ଧରି ନାରାବାଜି କରି ରାଜ୍ୟ କାର୍ଯ୍ୟାଳୟ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସ୍ମୃତିରେଖା ।
ସେପଟେ ୩୫ ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଅଙ୍କ କଷୁଥିବାବେଳେ ଏପଟେ କିନ୍ତୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜାରି ରଖିଛନ୍ତି । ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ଆସିଥିବା ବିଜେପି କର୍ମୀଙ୍କ ନାରାବାଜି| ବିଜୟ କୁମାର ଦଳବେହେରାଙ୍କୁ କାହିଁକି ଟିକେଟ ଦିଆଯାଇ ନାହିଁ ବୋଲି ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟ ଆଗରେ ବିରୋଧ କରିଛନ୍ତି | ବିଜୟ ଦଳବେହେରା ଅନେକ ଦିନ ଧରି ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସୁଦୃଢ କରି ଆସୁଥିଲେ । ସେ ଟିକେଟ ଆଶାୟୀ ମଧ୍ୟ ଥିଲେ । ଏ ଘଟଣାର ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି ।
ସେହିଭଳି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ ବଣ୍ଟନକୁ ନେଇ ଅରବିନ୍ଦ ଢାଲିଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି କିଛି କାର୍ଯ୍ୟକର୍ତ୍ତା। ବିଜେପି କାର୍ଯ୍ୟାଳୟ ଆଗରେ ଅସ୍ତୁଷ୍ଟ କର୍ମୀଙ୍କ ନାରାବାଜି କରିବା ସହ ସତ୍ୟ ପ୍ରିୟ ବେହେରାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ବଢ଼ୁଥବାରୁ, ବାକି ଆସନ ଘୋଷଣା ସମୟରେ ବିଜେପି କିଛି ଆସନରେ ପ୍ରାର୍ଥୀଙ୍କୁ ନେଇ ପୁନର୍ବିଚାର କରିପାରେ ଚର୍ଚ୍ଚା ହେଉଛି ।