ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି। ଏପରିକି ଟିପିସିଓଡିଏଲ୍‌ କ୍ରମାଗତ ଭାବେ ପ୍ରଦର୍ଶନରେ ଉନ୍ନତି ଆଣିବା ଯୋଗୁ ପ୍ରଥମ ସ୍ଥାନ ହାସଲ କରିଛି। ଟିପିସିଓଡିଏଲ୍‌ ମଧ୍ୟ ଆହ୍ବାନପୂର୍ଣ୍ଣ ରାଜ୍ୟ ବର୍ଗରେ ସାମଗ୍ରିକ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛି, ଯାହା ବିଦ୍ୟୁତ ବିତରଣରେ ଉତ୍କର୍ଷତା ପ୍ରତି […] The post ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ appeared first on Dharitri Odia News.

ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି। ଏପରିକି ଟିପିସିଓଡିଏଲ୍‌ କ୍ରମାଗତ ଭାବେ ପ୍ରଦର୍ଶନରେ ଉନ୍ନତି ଆଣିବା ଯୋଗୁ ପ୍ରଥମ ସ୍ଥାନ ହାସଲ କରିଛି। ଟିପିସିଓଡିଏଲ୍‌ ମଧ୍ୟ ଆହ୍ବାନପୂର୍ଣ୍ଣ ରାଜ୍ୟ ବର୍ଗରେ ସାମଗ୍ରିକ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛି, ଯାହା ବିଦ୍ୟୁତ ବିତରଣରେ ଉତ୍କର୍ଷତା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି। ପୂର୍ବତନ ଶକ୍ତି ସଚିବ ତଥା ସମ୍ମିଳନୀ ଓ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଅନୀଲ ରାଜଦାନ ଓ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗର ପୂର୍ବତନ ସଦସ୍ୟ ତଥା ବିଚାରକ ମଣ୍ଡଳୀର ଅନ୍ୟତମ ସଦସ୍ୟ ବିପି ସିଂହଙ୍କଠାରୁ ଟିପିସିଓଡିଏଲ୍‌ ପକ୍ଷରୁ କମ୍ପାନିର ବିଜନେସ୍‌ ଏକ୍ସଲେନ୍ସ ମୁଖ୍ୟ ନିରଞ୍ଜନ ରାଉତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡସ ଫର୍‌ ଡିସକମ୨୦୨୪ରେ ଭାରତର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକର ଅଭିନବ ଅଭ୍ୟାସକୁ ସ୍ବୀକୃତି ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀଠାରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡସ-୨୦୨୪ ପୁରସ୍କାର ସମାରୋହ ଉତ୍ସବରେ ଟିପିସିଓଡିଏଲ୍‌, ଟାଟା ପାୱାର ମୁମ୍ବାଇ ଏବଂ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡିଡିଏଲ୍‌) ଏକାଧିକ ବର୍ଗରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ସମ୍ମାନ ବିଦ୍ୟୁତ ବିତରଣ କ୍ଷେତ୍ରରେ ଅଭିନବ ଏବଂ ଉକତ୍ର୍ଷ ପ୍ରୟାସ ପ୍ରତି ଟାଟା ପାୱାରର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଶକ୍ତି ମନ୍ତ୍ରଣାଳୟର ସମର୍ଥନରେ ଆୟୋଜିତ ଏହି ପୁରସ୍କାରର ଦ୍ୱାଦଶ ବାର୍ଷିକ ସଂସ୍କରଣରେ ଦେଶବ୍ୟାପୀ ୩୨ଟି ଡିସକମ୍‌ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଏହି ପୁରସ୍କାର ଆମର ପରିଚାଳନାଗତ ଉକତ୍ର୍ଷତା ଏବଂ ଗ୍ରାହକ ସନ୍ତୋଷ ପାଇଁ ନିରନ୍ତର ପ୍ରୟାସର ପ୍ରମାଣ ହୋଇଥିଲାବେଳେ ଏହା ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ବିଦ୍ୟୁତ ବିତରଣର ଗୁଣବତ୍ତା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଁ ଅଭିନବ ସମାଧାନ ପ୍ରୟୋଗ କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଭଳି ସମ୍ମାନଜନକ ସ୍ବୀକୃତି ପାଇ ଆମେ ଗର୍ବ ଅନୁଭବ କରୁଛୁ ଏବଂ ଆମେ ସେବା ଯୋଗାଉଥିବା ଅଞ୍ଚଳରେ ଅଧିକ ପରିବର୍ତନ ଆଣିବାକୁ ଚେଷ୍ଟା ଜାରି ରଖିବୁ।

The post ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ appeared first on Dharitri Odia News.