ଟିମ୍ ଇଣ୍ଡିଆ ୩୫୮ ରନରେ ଅଲଆଉଟ୍, ଆହତ ସତ୍ତ୍ଵେ ପନ୍ତଙ୍କ ଅର୍ଦ୍ଧଶତକ; ଷ୍ଟୋକ୍ସଙ୍କୁ ୫ ସଫଳତା

ମାଞ୍ଚେଷ୍ଟର: ଏଠାକାର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୫୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୬୧ ରନ କରିଥିବା ବେଳେ ଯଶସ୍ଵୀ ଜୟସ୍ଵାଲ ୫୮ ରନ ଓ ଋଷଭ ପନ୍ତ ୫୪ ରନ କରିଛନ୍ତି। ଭାରତ ପାଇଁ ଆଶ୍ଵସ୍ତିକର ବିଷୟ ପନ୍ତ ଆହତ ସତ୍ତ୍ଵେ ବ୍ୟାଟିଂ  କରିଥିଲେ। ବେନ ଷ୍ଟୋକ୍ସ ଶାଣିତ ବୋଲିଂ କରି ଭାରତର ସ୍କୋରକୁ ୪୦୦ ଭିତରେ ସୀମିତ ରଖିଛନ୍ତି। ଏହା ପୂର୍ବରୁ ଟସ୍  ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୩ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟ ଖେଳୁଛି। ଗତକାଲିର ଅସମାପ୍ତ ଖେଳ ୪/୨୬୪ରୁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। କ୍ରିଜରେ ଥିଲେ ଜାଡେଜା ଓ ଶାର୍ଦ୍ଦୁଳ। ତେବେ ଦିନର ଆରମ୍ଭରୁ ଜାଡ଼େଜା(୨୦ ରନ) ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ଭଲ ବ୍ୟାଟିଂ କରି ୪୧ ରନର ଇନିଂସ ଖେଳିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସବୁଠୁ ବଡ଼କଥା ଆହତ ପନ୍ତ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୫ ବଲରୁ ୫୪ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାଶିଂଟନ ସୁନ୍ଦର ୨୭ ରନର ଉପଯୋଗୀ  ରନ କରିଥିଲେ। ଶେଷରେ ଭାରତ ୩୫୮ ରନରେ ଅଲଆଉଟ୍ ହୋଇଛି। ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଶାଣିତ ବୋଲିଂ କରି ଭାରତକୁ ବିଶାଳ ସ୍କୋର କରିବାକୁ ଦେଇ ନାହାନ୍ତି। ସେ ୭୨ ରନ ଦେଇ ୫ ଓ୍ଵିକେଟ୍ ଅକ୍ତିକା

ଟିମ୍ ଇଣ୍ଡିଆ ୩୫୮ ରନରେ ଅଲଆଉଟ୍, ଆହତ ସତ୍ତ୍ଵେ ପନ୍ତଙ୍କ ଅର୍ଦ୍ଧଶତକ; ଷ୍ଟୋକ୍ସଙ୍କୁ ୫ ସଫଳତା

ମାଞ୍ଚେଷ୍ଟର: ଏଠାକାର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୫୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୬୧ ରନ କରିଥିବା ବେଳେ ଯଶସ୍ଵୀ ଜୟସ୍ଵାଲ ୫୮ ରନ ଓ ଋଷଭ ପନ୍ତ ୫୪ ରନ କରିଛନ୍ତି। ଭାରତ ପାଇଁ ଆଶ୍ଵସ୍ତିକର ବିଷୟ ପନ୍ତ ଆହତ ସତ୍ତ୍ଵେ ବ୍ୟାଟିଂ  କରିଥିଲେ। ବେନ ଷ୍ଟୋକ୍ସ ଶାଣିତ ବୋଲିଂ କରି ଭାରତର ସ୍କୋରକୁ ୪୦୦ ଭିତରେ ସୀମିତ ରଖିଛନ୍ତି। ଏହା ପୂର୍ବରୁ ଟସ୍  ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୩ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟ ଖେଳୁଛି। 

ଗତକାଲିର ଅସମାପ୍ତ ଖେଳ ୪/୨୬୪ରୁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। କ୍ରିଜରେ ଥିଲେ ଜାଡେଜା ଓ ଶାର୍ଦ୍ଦୁଳ। ତେବେ ଦିନର ଆରମ୍ଭରୁ ଜାଡ଼େଜା(୨୦ ରନ) ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ଭଲ ବ୍ୟାଟିଂ କରି ୪୧ ରନର ଇନିଂସ ଖେଳିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସବୁଠୁ ବଡ଼କଥା ଆହତ ପନ୍ତ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୫ ବଲରୁ ୫୪ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାଶିଂଟନ ସୁନ୍ଦର ୨୭ ରନର ଉପଯୋଗୀ  ରନ କରିଥିଲେ। ଶେଷରେ ଭାରତ ୩୫୮ ରନରେ ଅଲଆଉଟ୍ ହୋଇଛି। 

ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଶାଣିତ ବୋଲିଂ କରି ଭାରତକୁ ବିଶାଳ ସ୍କୋର କରିବାକୁ ଦେଇ ନାହାନ୍ତି। ସେ ୭୨ ରନ ଦେଇ ୫ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ଜୋଫ୍ରା ଆର୍ଚର ୭୩ ରନ ବିନିମୟରେ ୩ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ପ୍ରଥମ ଦିନରେ ଭାରତ ପକ୍ଷରୁ ସାଇ ସୁଦର୍ଶନ ୬୧ ରନ ଏବଂ ଜୟସ୍ଵାଲ ୫୮ ରନ କରିଥିଲେ। ବିଶେଷ କରି ଜୟସ୍ଵାଲ ଓ କେଏଲ ରାହୁଲ ଓପନିଂରେ ୯୪ ରନ ଯୋଡ଼ିବାରୁ ଭାରତ ଏହି ସମ୍ମାନଜନକ ସ୍କୋର କରି ପାରିଛି। ରାହୁଲ ୪୬ ରନର ଉପଯୋଗୀ ଇନିଂସ ଖେଳିଥିଲେ।