ଟିମ୍ ଇଣ୍ଡିଆରେ ଆର୍. ଅଶ୍ୱିନଙ୍କ ବିକଳ୍ପ, ବିସିସିଆଇରୁ ହିମାଂଶୁଙ୍କୁ ଆସିଲା ଫୋନ୍ କଲ୍

ନୂଆଦିଲ୍ଲୀ ୧୦/୦୯: ସେପ୍ଟେମ୍ୱର ୧୯ରୁ ଟିମ୍ ଇଣ୍ଡିଆର ବାଂଲା ଅଭିଯାନ । ଚେନ୍ନାଇରେ ଖେଳାଯିବ ସିରିଜ୍ । ପ୍ରଥମ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଦଳ । ତେବେ ସେପ୍ଟେମ୍ବର ୧୩ ସୁଦ୍ଧା ଚେନ୍ନାଇ କ୍ୟାମ୍ପରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହି ଶିବିରରେ ଭେଟରାନଙ୍କ ସହ ସାମିଲ ହୋଇଛନ୍ତି ୟୁଥ ବ୍ରିଗେଡ । ଏଥର ଯୁବପିଢୀଙ୍କ ସହ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ମିଳିଛି ଚାନ୍ସ । ମୁମ୍ୱାଇ ପାଇଁ ଖେଳୁଥିବା ଏହି ବୋଲରଙ୍କ କାର୍ଯ୍ୟଦକ୍ଷତାଙ୍କୁ ଚାନ୍ସ ଦେଇଛି ବିସିସିଆଇ ।ତେବେ କିଏ ଏହି ବୋଲର? ଯାହାଙ୍କ ବୋଲିଂ ଷ୍ଟାଇଲ ପୁରା ସ୍ପିନର ଅଶ୍ୱିନଙ୍କ ପରି ? ଆସନ୍ତୁ ଜାଣିବା ପୁରା ଘଟଣା । ନାଁ ତାଙ୍କର ହିଂମାଶୁ ସିଂହ । ଅଶ୍ୱିନଙ୍କ ପରି ହିଂମାଶୁ କରନ୍ତି ସ୍ପିନ ବୋଲିଂ । ନିକଟରେ ମୁମ୍ବାଇ ଏହି ବୋଲର ଖେଳିଥିଲେ ଘରୋଇ କ୍ରିକେଟ୍ ମ୍ୟାଚ୍ । ଯେଉଁଥିରେ ହାତେଇଥିଲେ ୭ଟି  ୱିକେଟ୍ । ଆଉ ତାଙ୍କ ବୋଲିଂ ଷ୍ଟାଇଲ୍ ଦେଖି ପ୍ରଭାବିତ ହୋଇଥିଲେ ଚିଫ୍ ସିଲେକ୍ଟର ଅଜିତ ଅଗରକର । ହିମାଂଶୁଙ୍କର ହାଇଟ ଓ କାର୍ଯ୍ୟଶୈଳୀ ଅଶ୍ୱିନଙ୍କ ପରି । ବଲ ଉପରେ ବି ଜବରଦସ୍ତ କଣ୍ଟ୍ରୋଲ । କେଟି ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୭୪ ରନ୍ ଦେଇ ହିମାଂଶୁ ନେଇଥିଲେ ୫ ୱିକେଟ୍ । ପୂର୍ବରୁ ୨୦୨୩-୨୪ ସିଜନରେ ଅଣ୍ଡର-୨୪ ସି.କେ ନାଇଡୁ ଟ୍ରଫିରେ ୮ଟି  ମ୍ୟାଚରେ ନେଇଥିଲେ ୩୮ ୱିକେଟ୍ । ଖାଲି ସେତିକି ନୁହେଁ ସେ ୪

ଟିମ୍ ଇଣ୍ଡିଆରେ ଆର୍. ଅଶ୍ୱିନଙ୍କ ବିକଳ୍ପ, ବିସିସିଆଇରୁ ହିମାଂଶୁଙ୍କୁ ଆସିଲା ଫୋନ୍ କଲ୍

ନୂଆଦିଲ୍ଲୀ ୧୦/୦୯: ସେପ୍ଟେମ୍ୱର ୧୯ରୁ ଟିମ୍ ଇଣ୍ଡିଆର ବାଂଲା ଅଭିଯାନ  ଚେନ୍ନାଇରେ ଖେଳାଯିବ ସିରିଜ୍  ପ୍ରଥମ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଦଳ  ତେବେ ସେପ୍ଟେମ୍ବର ୧୩ ସୁଦ୍ଧା ଚେନ୍ନାଇ କ୍ୟାମ୍ପରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ  ତେବେ ଏହି ଶିବିରରେ ଭେଟରାନଙ୍କ ସହ ସାମିଲ ହୋଇଛନ୍ତି ୟୁଥ ବ୍ରିଗେଡ  

ଏଥର ଯୁବପିଢୀଙ୍କ ସହ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ମିଳିଛି ଚାନ୍ସ  ମୁମ୍ୱାଇ ପାଇଁ ଖେଳୁଥିବା ଏହି ବୋଲରଙ୍କ କାର୍ଯ୍ୟଦକ୍ଷତାଙ୍କୁ ଚାନ୍ସ ଦେଇଛି ବିସିସିଆଇ ତେବେ କିଏ ଏହି ବୋଲରଯାହାଙ୍କ ବୋଲିଂ ଷ୍ଟାଇଲ ପୁରା ସ୍ପିନର ଅଶ୍ୱିନଙ୍କ ପରି ? ଆସନ୍ତୁ ଜାଣିବା ପୁରା ଘଟଣା  

ନାଁ ତାଙ୍କର ହିଂମାଶୁ ସିଂହ  ଅଶ୍ୱିନଙ୍କ ପରି ହିଂମାଶୁ କରନ୍ତି ସ୍ପିନ ବୋଲିଂ  ନିକଟରେ ମୁମ୍ବାଇ ଏହି ବୋଲର ଖେଳିଥିଲେ ଘରୋଇ କ୍ରିକେଟ୍ ମ୍ୟାଚ୍  ଯେଉଁଥିରେ ହାତେଇଥିଲେ ୭ଟି  ୱିକେଟ୍  ଆଉ ତାଙ୍କ ବୋଲିଂ ଷ୍ଟାଇଲ୍ ଦେଖି ପ୍ରଭାବିତ ହୋଇଥିଲେ ଚିଫ୍ ସିଲେକ୍ଟର ଅଜିତ ଅଗରକର  

ହିମାଂଶୁଙ୍କର ହାଇଟ ଓ କାର୍ଯ୍ୟଶୈଳୀ ଅଶ୍ୱିନଙ୍କ ପରି  ବଲ ଉପରେ ବି ଜବରଦସ୍ତ କଣ୍ଟ୍ରୋଲ  କେଟି ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୭୪ ରନ୍ ଦେଇ ହିମାଂଶୁ ନେଇଥିଲେ ୫ ୱିକେଟ୍  ପୂର୍ବରୁ ୨୦୨୩-୨୪ ସିଜନରେ ଅଣ୍ଡର-୨୪ ସି.କେ ନାଇଡୁ ଟ୍ରଫିରେ ୮ଟି  ମ୍ୟାଚରେ ନେଇଥିଲେ ୩୮ ୱିକେଟ୍  ଖାଲି ସେତିକି ନୁହେଁ ସେ ୪ ଥର ଗୋଟିଏ ଇନିଂସରେ ନେଇଛନ୍ତି ୫ ୱିକେଟ୍  


ବିସିସିଆଇର ତତ୍ତ୍ୱାବଧାନରେ ହିମାଂଶୁ ଅନନ୍ତପୁର ଏବଂ ବେଙ୍ଗାଲୁରୁ ନେଉଥିଲେ ଟ୍ରେନିଂ  ଆଉ ତାଙ୍କର ଖେଳରେ ଉନ୍ନତି ପରେ ବେଶ୍ ଖୁସ୍ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ  ପରେ ହିଂମାଶୁ ପରିଶ୍ରମକୁ ମିଳିଥିଲା ସଫଳତା  ସବୁଦିନ ପାଇଁ ଖୋଲିଯାଇଥିଲା ଟିମ୍ ଇଣ୍ଡିଆର ଦ୍ୱାର  ଟିମ୍ରେ ସାମିଲ ହେବାକୁ ବିସିସିଆଇରୁ ମିଳିଥିଲା ଫୋନ କଲ୍  ଏବେ ସେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି  ତଥାପି ଷ୍ଟାଣ୍ଡ ବାଏ ରହିବେ ବୋଲି ଜଣାପଡିଛି  

ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସିରିଜ୍  ପାକିସ୍ତାନକୁ ହରାଇବା ପରେ ଫୁଲ୍ ଫର୍ମରେ ଟିମ୍ ବାଂଲାଦେଶ  ପାକିସ୍ତାନରେ ବେଶ୍ ଦମଦାର ପ୍ରଧର୍ଶନ ଦେଖାଇଥିଲେ ବାଂଲାଦେଶୀ ସ୍ପିନର  ସେହିଭଳି ବର୍ତ୍ତମାନ ଭାରତୀୟ ବ୍ୟାଟରଙ୍କ ଫର୍ମ ସେତେଟା ଭଲ ନାହିଁ  ଏଭଳି ସ୍ଥିତିରେ ସ୍ପିନରଙ୍କ ଉପରେ ଆଶା ରଖିଛି ଟିମ୍  ଖାସ୍ କରି ନ୍ୟୁ କମରଙ୍କୁ ମିଳୁଛି ଚାନ୍ସ  ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ହିମାଂଶୁ ଦେଇଛି ସୁଯୋଗ