ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟକୁ ନେଇ ଆଇସିସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଇସିସି ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ତାଙ୍କ ପୂର୍ବରୁ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଥିଲା। ଏପରି ନିଯୁକ୍ତି ପରେ ଯୁବରାଜ […] The post ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟକୁ ନେଇ ଆଇସିସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଇସିସି ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ତାଙ୍କ ପୂର୍ବରୁ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଥିଲା।

ଏପରି ନିଯୁକ୍ତି ପରେ ଯୁବରାଜ ଖୁସି ପ୍ରକାଶ କରି କହିଛନ୍ତି, ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି। ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି। ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ ଅଛି। ଏହା ଏଯାବତ ଖେଳାଯାଇଥିବା ସବଠାରୁ ବଡ଼ ସଂସ୍କରଣ ହେବ ବୋଲି ସେ କହିଛନ୍ତି।

ତେବେ ୨୦୦୭ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ। ଏବେ ସେ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିବାରୁ ଆମେରିକାରେ ହେବାକୁ ଥିବା ପ୍ରମୋସନାଲ କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିସହ ଜୁନ ୯ରେ ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ର ମଧ୍ୟ ସେ ପ୍ରମୋସନ କରିବେ।

The post ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.