ଟୁଇନ ସିଟି ପରେ ଟ୍ରାଇସିଟି ପରିକଳ୍ପନା: ଚର୍ଚ୍ଚା ବଢ଼ାଇଲା ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ: ଟୁଇନ ସିଟି ନୁହେଁ, ଏଣିକି ହେବ ଟ୍ରାଇସିଟି। କିଛି ଏଭଳି ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଇସିଟି କରିବେ ସରକାର। ଉଭୟ ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏହାସହ ରାଜଧାନୀର ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ୍। ମନ୍ତ୍ରୀଙ୍କ ଏହି ବୟାନ ସାରା ରାଜ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ, ଟୁଇନ ସିଟି ସହ ଏବେ ଯୋଡ଼ି ହେବାକୁ ଯାଉଛି ପୁରୀ ସହର । ପୁରୀ କଟକ, ଭୁବବେଶ୍ୱରକୁ ନେଇ ଟ୍ରାଇସିଟି କରିବାକୁ ସରକାର ଯୋଜନା କରିଛନ୍ତି। ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ବିକାଶ କରାଯିବ। ଧିରେ ଧିରେ ଏହି ଟ୍ରାଇ ସିଟି ମେଗା ସିଟିର ରୂପ ନେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜଧାନୀର ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନୂଆ ଓଭର ବ୍ରିଜ ଓ ରିଙ୍ଗ ରୋଡ୍ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଏବଂ ଓଭର ବ୍ରିଜ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି। ଏହାଛଡ଼ା ଲୋକଙ୍କ ଯାତାୟତକୁ ସହଜ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପବ୍ଲି

କନକ ବ୍ୟୁରୋ: ଟୁଇନ ସିଟି ନୁହେଁ, ଏଣିକି ହେବ ଟ୍ରାଇସିଟି। କିଛି ଏଭଳି ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଇସିଟି କରିବେ ସରକାର। ଉଭୟ ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏହାସହ ରାଜଧାନୀର ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ୍।
ମନ୍ତ୍ରୀଙ୍କ ଏହି ବୟାନ ସାରା ରାଜ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ, ଟୁଇନ ସିଟି ସହ ଏବେ ଯୋଡ଼ି ହେବାକୁ ଯାଉଛି ପୁରୀ ସହର । ପୁରୀ କଟକ, ଭୁବବେଶ୍ୱରକୁ ନେଇ ଟ୍ରାଇସିଟି କରିବାକୁ ସରକାର ଯୋଜନା କରିଛନ୍ତି। ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ବିକାଶ କରାଯିବ। ଧିରେ ଧିରେ ଏହି ଟ୍ରାଇ ସିଟି ମେଗା ସିଟିର ରୂପ ନେବ ବୋଲି ମନ୍ତ୍ରୀ କହିଛନ୍ତି ।
ରାଜଧାନୀର ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନୂଆ ଓଭର ବ୍ରିଜ ଓ ରିଙ୍ଗ ରୋଡ୍ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଏବଂ ଓଭର ବ୍ରିଜ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି। ଏହାଛଡ଼ା ଲୋକଙ୍କ ଯାତାୟତକୁ ସହଜ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଉପରେ ଗୁରୁତ୍ୱ ଦେଉଛନ୍ତି ମୋହନ ସରକାର।
ଭୁବନେଶ୍ୱରରେ ଟ୍ରାଫିକ ଜାମ୍ ରାଜଧାନୀବାସୀଙ୍କ ବଡ଼ ସମସ୍ୟା ପାଲଟିଛି । ଏହାରି ଭିତରେ ମୋହନ ସରକାରଙ୍କୁ ୬ ମାସ ପୁରିଲାଣି, କିନ୍ତୁ ଟ୍ରାଫିକ ସମସ୍ୟା ଦୂର କରିବାରେ ଫେଲ ମାରିଛନ୍ତି। ସେପଟେ ଟ୍ରାଇସିଟିର ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।