ଟୁଇନ ସିଟିକୁ ଜଗିବ ଏଆଇ କ୍ୟାମେରା ; ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ
କନକ ବ୍ୟୁରୋ:ଦିନକୁ ଦିନ ଟୁଇନସିଟି ଭୁବନେଶ୍ବର ଓ କଟକରେ ଅପରାଧ ବଢ଼ି ଚାଲିଛି । ଅପରାଧ ରୋକିବା ଓ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଉଛି କମିଶନରେଟ୍ ପୁଲିସ । ଆଡଭାନ୍ସ ଫେସିଆଲ ରିକଗନାଇଜେସନ ସିଷ୍ଟମ ଜରିଆରେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀଙ୍କୁ ଚିହ୍ନଟ କରାଯିବ। କିଛି ସ୍ଥାନରେ ସିସିଟିଭି ନଥିବାରୁ ଓ କିଛି ସ୍ଥାନରେ ଅଚଳ ହୋଇଥିବାରୁ ଅପରାଧୀ ଖସି ଯାଉଛନ୍ତି । ତେଣୁ ଟେକ୍ନୋଲୋଜି ଜରିଆରେ ଅପରାଧ ହ୍ରାସ ଓ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ କମିଶନର ଗୁରୁତ୍ବ ଦେଇଛନ୍ତି । ବାଓ ମେଟ୍ରିକ ଆକ୍ସେସ କଣ୍ଟ୍ରୋଲ ସିଷ୍ଟମ୍ ଜରିଆରେ ଅପରାଧୀ ଚିହ୍ନଟ କରାଯିବ । ସେହିପରି ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ ଵ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗୀଦାରି ପାଇଁ ପୁଲିସ କମିଶନର ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ନାଗରିକ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଏହି ବ୍ୟବସ୍ଥା ଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।ତେବେ କମିଶନରେଟ୍ ପୁଲିସର ଏପରି ବ୍ୟବସ୍ଥା କେତେ ମାତ୍ରାରେ ଅପରାଧ ରୋକିପାରିବ ? ତାକୁ ହିଁ ଅପେକ୍ଷା ।

କନକ ବ୍ୟୁରୋ:ଦିନକୁ ଦିନ ଟୁଇନସିଟି ଭୁବନେଶ୍ବର ଓ କଟକରେ ଅପରାଧ ବଢ଼ି ଚାଲିଛି । ଅପରାଧ ରୋକିବା ଓ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଉଛି କମିଶନରେଟ୍ ପୁଲିସ । ଆଡଭାନ୍ସ ଫେସିଆଲ ରିକଗନାଇଜେସନ ସିଷ୍ଟମ ଜରିଆରେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀଙ୍କୁ ଚିହ୍ନଟ କରାଯିବ। କିଛି ସ୍ଥାନରେ ସିସିଟିଭି ନଥିବାରୁ ଓ କିଛି ସ୍ଥାନରେ ଅଚଳ ହୋଇଥିବାରୁ ଅପରାଧୀ ଖସି ଯାଉଛନ୍ତି । ତେଣୁ ଟେକ୍ନୋଲୋଜି ଜରିଆରେ ଅପରାଧ ହ୍ରାସ ଓ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ କମିଶନର ଗୁରୁତ୍ବ ଦେଇଛନ୍ତି ।
ବାଓ ମେଟ୍ରିକ ଆକ୍ସେସ କଣ୍ଟ୍ରୋଲ ସିଷ୍ଟମ୍ ଜରିଆରେ ଅପରାଧୀ ଚିହ୍ନଟ କରାଯିବ । ସେହିପରି ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ ଵ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗୀଦାରି ପାଇଁ ପୁଲିସ କମିଶନର ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ନାଗରିକ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଏହି ବ୍ୟବସ୍ଥା ଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।ତେବେ କମିଶନରେଟ୍ ପୁଲିସର ଏପରି ବ୍ୟବସ୍ଥା କେତେ ମାତ୍ରାରେ ଅପରାଧ ରୋକିପାରିବ ? ତାକୁ ହିଁ ଅପେକ୍ଷା ।