ଟୁଇନ ସିଟିରେ ଅପରାଧିକ ସ୍ଥିତି ସମୀକ୍ଷା କଲେ ପୋଲିସ କମିଶନର

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତବର୍ଷ ଟୁଇନ ସିଟିରେ ବଢିଛି ଅପରାଧିକ କେଶ ଇ ଅପରାଧ ନିୟନ୍ତ୍ରଣ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଟୁଇନ ସିଟିରେ ଗତବର୍ଷ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ […]

ଟୁଇନ ସିଟିରେ ଅପରାଧିକ ସ୍ଥିତି ସମୀକ୍ଷା କଲେ  ପୋଲିସ କମିଶନର
ଟୁଇନସିଟିରେ ଅପରାଧିକ ସ୍ଥିତି ସମୀକ୍ଷା କଲେ ପୋଲିସ କମିଶନର

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତବର୍ଷ ଟୁଇନ ସିଟିରେ ବଢିଛି ଅପରାଧିକ କେଶ ଇ ଅପରାଧ ନିୟନ୍ତ୍ରଣ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଟୁଇନ ସିଟିରେ ଗତବର୍ଷ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ ବଢିଛି । ଗତବର୍ଷ ନଭେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱରରେ ୧୦ ହଜାର ୮୭୩ କେସ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୧୩ ହଜାର ୪ ଶହ ୧୧ କେସ ରୁଜୁ କରାଯାଇଛି । ସମସ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ଏତଲାକାରୀଙ୍କୁ ଯଥୋଚିତ ସମ୍ମାନ ଦେବାକୁ କୁହାଯାଇଛି ।

କଟକରେ ସ୍ଥିର ରହିଛି ମାମଲା। ହତ୍ୟା, ଦୁଷ୍କର୍ମ, ହିଂସା, ନାରୀ ନିର୍ଯାତନା ଭଳି ମାମଲା ବୃଦ୍ଧି ହୋଇନାହିଁ । ଝଗଡ଼ା, ବିବାଦ କେସ୍ ବଢ଼ିଛି । ଭୁବନେଶ୍ବରରେ ନାରୀ ନିର୍ଯାତନା କମିଛି । ଭୁବନେଶ୍ୱରରେ ଗତବର୍ଷ ନଭେମ୍ବର ସୁଦ୍ଧା ୧୦ ହଜାର ୮୭୩ମାମଲା ହୋଇଥିବାବେଳେ ଚଳିତ ନଭେମ୍ବର ସୁଦ୍ଧା ୧୪, ୪୧୧ମାମଲା ହୋଇଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ପାଇଁ କୁହାଯାଇଛି । ଅପରାଧ ରୋକିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।