ଟୁଇନ୍ ସିଟିରେ ପ୍ରବଳ କୁହୁଡ଼ି, ୧୦୦ ମିଟର ଆଗକୁ ଦେଖାଯାଉନି ରାସ୍ତା
ଭୁବନେଶ୍ବର,୧୧।୧: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲାକୁ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି। ତେବେ ରବିବାରଠାରୁ ଶୀତ କମିବ ଓ ୧୬ ତାରିଖରୁ […] The post ଟୁଇନ୍ ସିଟିରେ ପ୍ରବଳ କୁହୁଡ଼ି, ୧୦୦ ମିଟର ଆଗକୁ ଦେଖାଯାଉନି ରାସ୍ତା appeared first on Dharitri Odia News.
ଭୁବନେଶ୍ବର,୧୧।୧: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲାକୁ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି।
ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି। ତେବେ ରବିବାରଠାରୁ ଶୀତ କମିବ ଓ ୧୬ ତାରିଖରୁ ପୁଣି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁଙ୍କ ସୂଚନାନୁସାରେ, ୧୨ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ। ଫଳରେ ଶୀତ ଲହରିରେ ବ୍ରେକ ଲାଗିବ। ମାତ୍ର ୧୬ ତାରିଖରୁ ପୁଣି ଥଣ୍ତାର ପ୍ରଭାବ ବଢ଼ିବ। ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ତା ଜାରି ରହିବ।
The post ଟୁଇନ୍ ସିଟିରେ ପ୍ରବଳ କୁହୁଡ଼ି, ୧୦୦ ମିଟର ଆଗକୁ ଦେଖାଯାଉନି ରାସ୍ତା appeared first on Dharitri Odia News.