ଟୁଙ୍ଗୁର ଗାଁରେ ଡବଲ ମର୍ଡର, ପାହାଡ଼ ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହତ୍ୟା !

ମୋହନା ୦୭।୦୮: ଗଜପତି ଜିଲ୍ଲା ଟୁଙ୍ଗୁରୁ ଗାଁରେ ଡବଲ୍‌ ମର୍ଡର। ପାହାଡ଼ ଉପରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଆର୍‌.ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀ ଚୈତନ୍ୟ ମଣ୍ଡଳ ଏବଂ ସ୍ତ୍ରୀ ଇରଯାନୀ ମଣ୍ଡଳଙ୍କୁ କେହି ହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କ ଏକ ପାହାଡ଼ ଉପରେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ଟୁଙ୍ଗୁର ଗାଁରେ ଡବଲ ମର୍ଡର, ପାହାଡ଼ ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହତ୍ୟା !

ମୋହନା ୦୭।୦୮: ଗଜପତି ଜିଲ୍ଲା ଟୁଙ୍ଗୁରୁ ଗାଁରେ ଡବଲ୍‌ ମର୍ଡର। ପାହାଡ଼ ଉପରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । 

ଆର୍‌.ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀ ଚୈତନ୍ୟ ମଣ୍ଡଳ ଏବଂ ସ୍ତ୍ରୀ ଇରଯାନୀ ମଣ୍ଡଳଙ୍କୁ କେହି ହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କ ଏକ ପାହାଡ଼ ଉପରେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।