ଟୁରିଷ୍ଟ ବସ ଧକ୍କାରେ ଆଖିବୁଜିଲା ନା’ବାଳକ
ସମ୍ବଲପୁର : ଟୁରିଷ୍ଟ ବସ ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ I ମା’ଙ୍କ ପାଇଁ ମେଡ଼ିସିନ ଆଣିବାକୁ ଛାତ୍ର ଜଣକ ଏକ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ୍ ଧକ୍କା ଦେଇଥିଲା I ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା I ଛାତ୍ରଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରର ଲକ୍ଷ୍ମୀ ଟକିଜ୍ ଛକରେ ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ […]

ସମ୍ବଲପୁର : ଟୁରିଷ୍ଟ ବସ ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ I ମା’ଙ୍କ ପାଇଁ ମେଡ଼ିସିନ ଆଣିବାକୁ ଛାତ୍ର ଜଣକ ଏକ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ୍ ଧକ୍କା ଦେଇଥିଲା I ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା I ଛାତ୍ରଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରର ଲକ୍ଷ୍ମୀ ଟକିଜ୍ ଛକରେ ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଛି।
ସୂଚନାନୁସାରେ,ଗତକାଲି ୩ ତାରିଖ ଦିନ ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଯୁଗଳରୁ ‘ନୀଳମାଧଵ’ନାମକ ଏକ ଘରୋଇ ବସରେ କିଛି ଟୁରିଷ୍ଟ ସମଲେଶ୍ୱରୀ ଦର୍ଶନରେ ଆସିଥିଲେ I ଦର୍ଶନ ସାରି ଫେରିବା ସମୟରେ ସମ୍ବଲପୁର ଟାଉନ ଲକ୍ଷ୍ମୀ ଟକିଜ ଛକରେ ସ୍କୁଟିକୁ ବସ୍ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାପରେ ସ୍ଥାନୀୟଲୋକେ ଉତ୍ୟକ୍ତ ହୋଇ ବସ ଉପରକୁ ଟେକ ପଥର ଫୋପାଡିବା ସହିତ ଟୁରିଷ୍ଟ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ I ସ୍ଥିତି ଅଣାୟତ୍ତ ହେବାରୁ ସ୍ଥିତି ପୋଲିସ ପହଂଚି ଲାଠି ଚାର୍ଜ କରିଥିଲା। ସୁରକ୍ଷା ଦୃଷ୍ଟିରୁ ଟାଉନ୍ରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି