ଟୁରୀ ନଦୀ ପୋଲ ଉପରେ ପାଣି
ପାପଡ଼ାହାଣ୍ଡି,୬।୮(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ବର୍ଷା ଲାଗି ରହିଛି। ମଙ୍ଗଳବାର ଶହୀଦ ମିନାର ନିକଟରେ ଥିବା ଟୁରୀ ନଦୀର ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁ ଏହି ରାସ୍ତା ଦେଇ ନବରଙ୍ଗପୁରରୁ ଉମରକୋଟକୁ ଯୋଗାଯୋଗ ବନ୍ଦ ରହିଛି। ସା ୬.୪୦ରେ ପୋଲ ଉପରେ ୧ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଫଳରେ ଉଭୟ ପଟରେ ଯାନବାହାନ ଅଟକି ରହିଥିଲା। ଖବର ପାଇ ତହସିଲଦାର ତପନ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ […] The post ଟୁରୀ ନଦୀ ପୋଲ ଉପରେ ପାଣି appeared first on Dharitri Odia News.
ପାପଡ଼ାହାଣ୍ଡି,୬।୮(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ବର୍ଷା ଲାଗି ରହିଛି। ମଙ୍ଗଳବାର ଶହୀଦ ମିନାର ନିକଟରେ ଥିବା ଟୁରୀ ନଦୀର ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁ ଏହି ରାସ୍ତା ଦେଇ ନବରଙ୍ଗପୁରରୁ ଉମରକୋଟକୁ ଯୋଗାଯୋଗ ବନ୍ଦ ରହିଛି।
ସା ୬.୪୦ରେ ପୋଲ ଉପରେ ୧ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଫଳରେ ଉଭୟ ପଟରେ ଯାନବାହାନ ଅଟକି ରହିଥିଲା। ଖବର ପାଇ ତହସିଲଦାର ତପନ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ପୋଲ ନିକଟରେ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି। ଯଦି ପାଣି ଅଧିକ ବଢ଼େ ତାହେଲେ ମଇଦଲପୁରରୁ ଡାବୁଗାଁ ହୋଇ ଯାନବାହାନଗୁଡ଼ିକ ଉମରକୋଟ ଯିବ ବୋଲି ସୂଚନା ଦିଆଯାଇଛି।
The post ଟୁରୀ ନଦୀ ପୋଲ ଉପରେ ପାଣି appeared first on Dharitri Odia News.