ଟେଲିକମ୍ କମ୍ପାନିଙ୍କୁ ଝଟକା: VI,ଏୟାରଟେଲ୍କୁ AGR ଛାଡ଼ ଦେବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୂରସଂଚାର କମ୍ପାନିଗୁଡ଼ିକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ଟାଟା ଟେଲି ସର୍ଭିସେସ୍ର ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ (ଏଜିଆର) ବକେୟାକୁ ଛାଡ଼ କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ୍ ଜେ ବି ପାରଦିବାଲା ଓ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଭୁଲ ଭାବରେ ଆବେଦନକୁ ପ୍ରସ୍ତୁତ କରାଯାଇଛି । ଭୋଡାଫୋନ୍ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଖଣ୍ଡପୀଠ କହିଥିଲେ, 'ଏହି ଯାଚିକା ଦେଖି ଆମେ ସତରେ ଆଶ୍ଚର୍ଯ୍ୟ । ଏକ ବହୁରାଷ୍ଟ୍ରୀୟ କମ୍ପାନିଠାରୁ ଏହି ଆଶା କରାଯାଇନପାରେ । ଆମେ ଏହାକୁ ଖାରଜ କରିବୁ ।'ଟେକିଲମ୍ କମ୍ପାନିଙ୍କୁ ସହାୟତା ପ୍ରଦାନ କରିବା ନେଇ ସରକାରଙ୍କ ରାସ୍ତାରେ ଆସିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଭୋଡାଫୋନ୍ ଆଇଡିଆ ନିଜ ଏଜିଆର ବକେୟାରେ ସୁଧ, ଜରିମାନା ଓ ଜରିମାନା ଉପରେ ସୁଧ ବାବଦରେ ୩୦ ହଜାର କୋଟି ଟଙ୍କା ଛାଡ଼ ପାଇଁ ଅନୁରୋଧ କରିଥିଲା । ରୋହତଗି ପୂର୍ବରୁ କହିଥିଲେ ଯେ ଟେଲିକମ୍ ସେକ୍ଟରରେ ପ୍ରତିଯୋଗିତା ବଜାୟ ରଖିବା ପାଇଁ ଆବେଦନକାରୀ କମ୍ପାନି ଅସ୍ତିତ୍ୱରେ ରହିବା ଜରୁରି ।ଭୋଡାଫୋନ୍ ଆଇଡିଆ ଯୁକ୍ତି ରଖିଥିଲା ଯେ ଏଜିଆର ନିଷ୍ପତ୍ତି ଦ୍ୱାରା ଲଗାଯାଇଥିବା କଟକଣା ଯୋଗୁଁ ଭବିଷ୍ୟତରେ ସରକାରୀ ସହାୟତା ମିଳିପାରିବ ନାହିଁ । ଭିଆଇ ନିଜ ସ୍ପେକ୍ଟ୍ରମ୍ ବକେୟାକୁ ଇକ୍ୱିଟିରେ ପରିବର୍ତ୍ତ
ନୂଆଦିଲ୍ଲୀ: ଦୂରସଂଚାର କମ୍ପାନିଗୁଡ଼ିକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ଟାଟା ଟେଲି ସର୍ଭିସେସ୍ର ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ (ଏଜିଆର) ବକେୟାକୁ ଛାଡ଼ କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜଷ୍ଟିସ୍ ଜେ ବି ପାରଦିବାଲା ଓ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଭୁଲ ଭାବରେ ଆବେଦନକୁ ପ୍ରସ୍ତୁତ କରାଯାଇଛି । ଭୋଡାଫୋନ୍ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଖଣ୍ଡପୀଠ କହିଥିଲେ, 'ଏହି ଯାଚିକା ଦେଖି ଆମେ ସତରେ ଆଶ୍ଚର୍ଯ୍ୟ । ଏକ ବହୁରାଷ୍ଟ୍ରୀୟ କମ୍ପାନିଠାରୁ ଏହି ଆଶା କରାଯାଇନପାରେ । ଆମେ ଏହାକୁ ଖାରଜ କରିବୁ ।'
ଟେକିଲମ୍ କମ୍ପାନିଙ୍କୁ ସହାୟତା ପ୍ରଦାନ କରିବା ନେଇ ସରକାରଙ୍କ ରାସ୍ତାରେ ଆସିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଭୋଡାଫୋନ୍ ଆଇଡିଆ ନିଜ ଏଜିଆର ବକେୟାରେ ସୁଧ, ଜରିମାନା ଓ ଜରିମାନା ଉପରେ ସୁଧ ବାବଦରେ ୩୦ ହଜାର କୋଟି ଟଙ୍କା ଛାଡ଼ ପାଇଁ ଅନୁରୋଧ କରିଥିଲା । ରୋହତଗି ପୂର୍ବରୁ କହିଥିଲେ ଯେ ଟେଲିକମ୍ ସେକ୍ଟରରେ ପ୍ରତିଯୋଗିତା ବଜାୟ ରଖିବା ପାଇଁ ଆବେଦନକାରୀ କମ୍ପାନି ଅସ୍ତିତ୍ୱରେ ରହିବା ଜରୁରି ।
ଭୋଡାଫୋନ୍ ଆଇଡିଆ ଯୁକ୍ତି ରଖିଥିଲା ଯେ ଏଜିଆର ନିଷ୍ପତ୍ତି ଦ୍ୱାରା ଲଗାଯାଇଥିବା କଟକଣା ଯୋଗୁଁ ଭବିଷ୍ୟତରେ ସରକାରୀ ସହାୟତା ମିଳିପାରିବ ନାହିଁ । ଭିଆଇ ନିଜ ସ୍ପେକ୍ଟ୍ରମ୍ ବକେୟାକୁ ଇକ୍ୱିଟିରେ ପରିବର୍ତ୍ତନ କରି ସରକାରଙ୍କୁ ଅଂଶଧନ ଦେଇଛି । ଏବେ କମ୍ପାନିରେ ସରକାରଙ୍କ ପାଖରେ ମୋଟ ୪୯ ପ୍ରତିଶତ ଇକ୍ୱିଟି ସେୟାର ରହିଛି । କମ୍ପାନି ଉପରେ ଏବେବି ସରକାରଙ୍କ ଏଜିଆର ଓ ସ୍ପେକ୍ଟ୍ରମ ମାମଲାରେ ୧.୯୫ ଲକ୍ଷ କୋଟି ଟଙ୍କା ବକେୟା ରହିଛି । କମ୍ପାନି ଏହା ମଧ୍ୟ କହିଛି ଯେ ସରକାରଙ୍କ ସମର୍ଥନ ବିନା ସେ ଆର୍ଥିକ ବର୍ଷ ୨୦୨୫-୨୬ ପରେ କାର୍ଯ୍ୟ କରିପାରିବ ନାହିଁ । କମ୍ପାନି ଦେବାଳିଆ ଘୋଷଣା ପାଇଁ ନ୍ୟାସନାଲ୍ କମ୍ପାନି ଲ୍ ଟ୍ରିବୁନାଲର ଦ୍ୱାରସ୍ଥ ହେବାକୁ ପଡ଼ିପାରେ ।
ଅନ୍ୟପଟେ ଏୟାରଟେଲ୍ ଓ ଭାରତୀ ହେକ୍ସାକମ୍ ଯୁକ୍ତି ରଖିଥିଲା ଯେ ବିନା ଛାଡ଼ରେ ବକେୟା ଜାରି ରହିବା ଦ୍ୱାରା କେବଳ କମ୍ପାନିର ପରିଚାଳନାରେ ନୁହେଁ ବରଂ ପୂରା ଟେଲିକମ୍ ସେକ୍ଟର ଉପରେ ପ୍ରଭାବ ପଡ଼ିବ । ଯାଚିକାରେ କୁହାଯାଇଛି ଯେ ସୁଧ ଓ ଜରିମାନା କାରଣରୁ ମୂଳ ପୈଠ ରାଶି ୯୨୩୫ କୋଟି ଟଙ୍କାରୁ ବଢି ୪୩,୯୮୦ କୋଟି ଟଙ୍କା ହୋଇଛି ।