ଟେଷ୍ଟ କ୍ରିକେଟ୍‌ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିଲେ ବୁମରା, ପଛରେ ରହିଗଲେ ଏହି ତାରକା ଖେଳାଳି

ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟ୍‌ର ପୁରସ୍କାର ଜିତିଛନ୍ତି। ୨୦୧୮ରେ ଟେଷ୍ଟରେ ପଦାର୍ପଣ କରିଥିବା ବୁମରା  ଇଂଲଣ୍ଡର ଜୋ ରୁଟ୍, ହ୍ୟାରି ବ୍ରୁକ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସଙ୍କୁ ପଛରେ ପକାଇ ପ୍ରଥମ ଥର ଆଇସିସି ପୁରୁଷ ଟେଷ୍ଟ କ୍ରିକେଟ୍ ଅଫ୍ ଦ ଇୟର ଆଓ୍ଵାର୍ଡ ନିଜ ନାମରେ କରିଛନ୍ତି। ସେ ଆଇସିସି ଟେଷ୍ଟ କ୍ରିକେଟ୍‌ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିବାରେ ଷଷ୍ଠ ଭାରତୀୟ ଖେଳାଳି। ତାଙ୍କ ପୁର୍ବରୁ ରାହୁଲ ଦ୍ରାବିଡ଼, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ଵାଗ, ରବିଚନ୍ଦ୍ରନ ଅଶ୍ଵିନ ଓ ବିରାଟ କୋହଲି ଏହି ପୁରସ୍କାର ଜିତିଛନ୍ତି।ବୁମରା ଗତ ବର୍ଷ ନିଜର ଘାତକ ବୋଲିଂରେ ବିପକ୍ଷ ବ୍ୟାଟରଙ୍କୁ ବେଶ ନୟାନ୍ତ କରିଥିଲେ। ସେ ୨୦୧୪ରେ ୧୩ଟି ଟେଷ୍ଟ ଖେଳି ୧୪.୯୨ ହାରରେ ଏବଂ ୩୦.୧୬ ଷ୍ଟ୍ରାଇକ ରେଟ୍‌ରେ ୭୧ ଓ୍ଵିକେଟ୍ ଦଖଲ କରିଛନ୍ତି। ସେ ଗତ ବର୍ଷ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍‌ ହାସଲକାରୀ ବୋଲର ରହିଛନ୍ତି। ସେ ୪ ଥର ୪ ଓ୍ଵିକେଟ୍ ଏବଂ ୫ ଥର ୫ ଓ୍ଵିକେଟ୍ ହାସଲ କରିଥିଲେ। ଏହି ଡାହାଣହାତୀ ବୋଲର ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଘାତକ ବୋଲିଂ କରି ୫ଟି ଟେଷ୍ଟରେ ୩୨ ଓ୍ଵିକେଟ୍ ହାସଲ କରିଥିଲେ। ଭାରତକୁ ଅଷ୍ଟ୍ରେଲିଆ ୩-୧ରେ ସିରିଜ୍ ହରାଇଥିଲେ ହେଁ ୩୧ ବର୍ଷୀୟ ବୁମରା ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ। Also read: କ୍ରିକେଟର ସହ ଡେଟିଂ ଖବର ଭିତରେ

ଟେଷ୍ଟ କ୍ରିକେଟ୍‌ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିଲେ ବୁମରା, ପଛରେ ରହିଗଲେ ଏହି ତାରକା ଖେଳାଳି

ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟ୍‌ର ପୁରସ୍କାର ଜିତିଛନ୍ତି। ୨୦୧୮ରେ ଟେଷ୍ଟରେ ପଦାର୍ପଣ କରିଥିବା ବୁମରା  ଇଂଲଣ୍ଡର ଜୋ ରୁଟ୍, ହ୍ୟାରି ବ୍ରୁକ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସଙ୍କୁ ପଛରେ ପକାଇ ପ୍ରଥମ ଥର ଆଇସିସି ପୁରୁଷ ଟେଷ୍ଟ କ୍ରିକେଟ୍ ଅଫ୍ ଦ ଇୟର ଆଓ୍ଵାର୍ଡ ନିଜ ନାମରେ କରିଛନ୍ତି। ସେ ଆଇସିସି ଟେଷ୍ଟ କ୍ରିକେଟ୍‌ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିବାରେ ଷଷ୍ଠ ଭାରତୀୟ ଖେଳାଳି। ତାଙ୍କ ପୁର୍ବରୁ ରାହୁଲ ଦ୍ରାବିଡ଼, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ଵାଗ, ରବିଚନ୍ଦ୍ରନ ଅଶ୍ଵିନ ଓ ବିରାଟ କୋହଲି ଏହି ପୁରସ୍କାର ଜିତିଛନ୍ତି।

ବୁମରା ଗତ ବର୍ଷ ନିଜର ଘାତକ ବୋଲିଂରେ ବିପକ୍ଷ ବ୍ୟାଟରଙ୍କୁ ବେଶ ନୟାନ୍ତ କରିଥିଲେ। ସେ ୨୦୧୪ରେ ୧୩ଟି ଟେଷ୍ଟ ଖେଳି ୧୪.୯୨ ହାରରେ ଏବଂ ୩୦.୧୬ ଷ୍ଟ୍ରାଇକ ରେଟ୍‌ରେ ୭୧ ଓ୍ଵିକେଟ୍ ଦଖଲ କରିଛନ୍ତି। ସେ ଗତ ବର୍ଷ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍‌ ହାସଲକାରୀ ବୋଲର ରହିଛନ୍ତି। ସେ ୪ ଥର ୪ ଓ୍ଵିକେଟ୍ ଏବଂ ୫ ଥର ୫ ଓ୍ଵିକେଟ୍ ହାସଲ କରିଥିଲେ। ଏହି ଡାହାଣହାତୀ ବୋଲର ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଘାତକ ବୋଲିଂ କରି ୫ଟି ଟେଷ୍ଟରେ ୩୨ ଓ୍ଵିକେଟ୍ ହାସଲ କରିଥିଲେ। ଭାରତକୁ ଅଷ୍ଟ୍ରେଲିଆ ୩-୧ରେ ସିରିଜ୍ ହରାଇଥିଲେ ହେଁ ୩୧ ବର୍ଷୀୟ ବୁମରା ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ। 

Also read: କ୍ରିକେଟର ସହ ଡେଟିଂ ଖବର ଭିତରେ ମୁହଁ ଖୋଲିଲେ ଆଶାଙ୍କ ନାତୁଣୀ ! ସିରାଜ୍ ବି ଦେଲେ ରିଆକ୍ସନ..

ଅନ୍ୟପଟେ ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ୨୦୨୪ରେ ୧୭ଟି ଟେଷ୍ଟ ଖେଳି ୫୫.୫୭ ହାରରେ ୧୫୫୬ ରନ କରିଛନ୍ତି। ଏଥିରେ ୬ ଶତକ ଓ ୫ ଅର୍ଦ୍ଧଶତକ ସାମିଲ। ସେ ନିଜ କ୍ୟାରିୟରରେ ୫ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏକ ହଜାରରୁ ଅଧିକ ରନ କରିଛନ୍ତି। ସେ ୨୦୨୪ରେ ସର୍ବାଧିକ ଟେଷ୍ଟ ରନ ହାସଲକାରୀ ବ୍ୟାଟର ହୋଇଛନ୍ତି। ସେହିପରି ଇଂଲଣ୍ଡର ହ୍ୟାରି ବ୍ରୁକ ୧୨ଟି ଟେଷ୍ଟରୁ ୫୫.୦୦ ହାରରେ ୧୧୦୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୪ ଶତକ ଓ ୩ ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ୯ଟି ଟେଷ୍ଟ ଖେଳି ୭୪.୯୨ ହାରରେ ୧୦୪୯ ରନ କରିଥିଲେ। ଏଥିରେ ୫ ଶତକ ଓ ୩ ଅର୍ଦ୍ଧଶତକ ସାମିଲ।