ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଝଟ୍କା ଲାଗିଛି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଛନ୍ତି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଛନ୍ତି, କିନ୍ତୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ତାଙ୍କ ନିଷ୍ପତ୍ତି ଉପରେ […]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଝଟ୍କା ଲାଗିଛି। ରୋହିତ ଶର୍ମାଙ୍କ ପରେ ଏବେ ବିରାଟ କୋହଲୀ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଛନ୍ତି। ସୋମବାର ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଅବସର ଘୋଷଣା କରିଛନ୍ତି ବିରାଟ। ଗତ କିଛି ଦିନ ଧରି ଗଣମାଧ୍ୟମରେ ଆଲୋଚନା ହେଉଥିଲା ଯେ, କୋହଲୀ ତାଙ୍କ ଅବସର ବିଷୟରେ ବିସିସିଆଇକୁ ଜଣାଇଛନ୍ତି, କିନ୍ତୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲା। କିନ୍ତୁ କୋହଲୀ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ହିଁ ନିଷ୍ପତ୍ତି ନେଇଛନ୍ତି।
ଭାରତ ପାଇଁ ଏହା ଏକ ବଡ଼ ଧକ୍କା, କାରଣ ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ଅବସର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହିତ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ଅଧ୍ୟାୟର ଅନ୍ତ ଘଟିଛି।