ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ପିଏମ୍ ମୋଦୀଙ୍କୁ ଭେଟିବାର ଥିଲା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାରି ଭିତରେ ଖବର ଆସୁଛି ଯେ ମସ୍କଙ୍କ ଭାରତ ଗସ୍ତରେ ବିଳମ୍ୱ ହୋଇପାରେ । ବର୍ତ୍ତମାନ ପାଇଁ ମସ୍କ ନିଜର ଭାରତ ଗସ୍ତକୁ ସ୍ଥଗିତ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ ଟେସଲାର କାମ ଦାୟିତ୍ୱ ଯୋଗୁ ତାଙ୍କ ଭରତ ଗସ୍ତ ବିଳମ୍ୱ ହେଉଛି । କିନ୍ତୁ ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ଖବର ଥିଲା ଯେ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ।Unfortunately, very heavy Tesla obligations require that the visit to India be delayed, but I do very much look forward to visiting later this year.— Elon Musk (@elonmusk) April 20, 2024ଟେସଲା ଇଙ୍କ ନିକଟ ଅତୀତରେ ବଡ଼ ଧରଣର ଛଟେଇ କରିଥିଲା । କର୍ମଚାରୀଙ୍କ ଛଟେଇ ପରେ ମସ୍କଙ୍କ ଭାରତ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ଅନ୍ୟପଟେ ଦେଶରେ ଲୋକସଭା ନିର୍ବାଚନ ମଧ୍ୟରେ ଚାଲିଥିବା ରାଲି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ୟସ୍ତ ଅଛନ୍ତି । ମସ୍କଙ୍କ ପିଏମ୍ ମୋଦୀଙ୍କ ସହ ବୈଠକ ଆସନ୍ତା ସପ୍ତାହ ଆରମ୍ଭରେ ହେବାର ଥିଲା । କିନ୍ତୁ ଏବେ ତାଙ୍କର ଭାରତ ଗସ୍ତ ସ୍ଥଗିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ
ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାରି ଭିତରେ ଖବର ଆସୁଛି ଯେ ମସ୍କଙ୍କ ଭାରତ ଗସ୍ତରେ ବିଳମ୍ୱ ହୋଇପାରେ । ବର୍ତ୍ତମାନ ପାଇଁ ମସ୍କ ନିଜର ଭାରତ ଗସ୍ତକୁ ସ୍ଥଗିତ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ ଟେସଲାର କାମ ଦାୟିତ୍ୱ ଯୋଗୁ ତାଙ୍କ ଭରତ ଗସ୍ତ ବିଳମ୍ୱ ହେଉଛି । କିନ୍ତୁ ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ଖବର ଥିଲା ଯେ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ।
Unfortunately, very heavy Tesla obligations require that the visit to India be delayed, but I do very much look forward to visiting later this year.— Elon Musk (@elonmusk) April 20, 2024
ଟେସଲା ଇଙ୍କ ନିକଟ ଅତୀତରେ ବଡ଼ ଧରଣର ଛଟେଇ କରିଥିଲା । କର୍ମଚାରୀଙ୍କ ଛଟେଇ ପରେ ମସ୍କଙ୍କ ଭାରତ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ଅନ୍ୟପଟେ ଦେଶରେ ଲୋକସଭା ନିର୍ବାଚନ ମଧ୍ୟରେ ଚାଲିଥିବା ରାଲି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ୟସ୍ତ ଅଛନ୍ତି । ମସ୍କଙ୍କ ପିଏମ୍ ମୋଦୀଙ୍କ ସହ ବୈଠକ ଆସନ୍ତା ସପ୍ତାହ ଆରମ୍ଭରେ ହେବାର ଥିଲା । କିନ୍ତୁ ଏବେ ତାଙ୍କର ଭାରତ ଗସ୍ତ ସ୍ଥଗିତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଦୁଇ ସପ୍ତାହ ପୂର୍ବେ ମସ୍କ ନିଜେ ଏକ୍ସରେ ପୋଷ୍ଟ କରି ଭାରତ ଆସିବା ନେଇ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ କରିବା ପରେ ମସ୍କ ଭାରତୀୟ ବଜାରକୁ ନେଇ ଅନେକ ବଡ଼ ଘୋଷଣା କରିବେ ବୋଲି ଅନୁମାନ କରାଯାଉଥିଲା । ମସ୍କଙ୍କ ଗସ୍ତରେ ଭାରତରେ ଟେସଲା ପ୍ଲାଣ୍ଟ ସ୍ଥାପନର ସମ୍ଭବାନା ବଢିଥିଲା । ଅନେକ ରିପୋର୍ଟରେ ଦାବି କରାଯାଉଥିଲା ଯେ ମସ୍କ ଭାରତରେ ପ୍ଲାଣ୍ଟ ଲଗାଇବା ପାଇଁ ୩ ବିଲିୟନ ଡଲାର ନିବେଶ କରିପାରନ୍ତି ।